Advertisment

ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କୁ ଦୁର୍ବ୍ୟବହାର କଲେ ବିଜେଡି ପୋଲିଂ ଏଜେଣ୍ଟ !

'ବିଜେଡିର ପୋଲିଂ ଏଜେଣ୍ଟ ବିଶ୍ୱଜିତ ବଳିଆର ସିଂ ମୋ ଚରିତ୍ରକୁ ଆକ୍ଷେପ କରି ମୋତେ ଭୋଟ୍‌ ନଦେବା ପାଇଁ ଲୋକଙ୍କୁ କହୁଛନ୍ତି।'

author-image
Manoj Swain

ବ୍ରହ୍ମଗିରି ଗଡ଼ରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥ୍‌ରେ ଉତ୍ତେଜନା। EVM ଅଚଳକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ। ଏହାସହିତ ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କଲେ ବ୍ରହ୍ମଗିରି ବିଜେପି ପ୍ରାର୍ଥିନୀ ଉପାସନା ମହାପାତ୍ର। ଦୁର୍ବ୍ୟବହାର ନେଇ ଉପାସନା କହିଛନ୍ତି, ଲୋକଙ୍କୁ ପ୍ରିଜାଇଡିଂ ଅଫିସର ମିସ୍‌ବିହେବ କରୁଛନ୍ତି। ବିଜେଡିର ପୋଲିଂ ଏଜେଣ୍ଟ ବିଶ୍ୱଜିତ ବଳିଆର ସିଂ ମୋ ଚରିତ୍ରକୁ ଆକ୍ଷେପ କରି ମୋତେ ଭୋଟ୍‌ ନଦେବା ପାଇଁ ଲୋକଙ୍କୁ କହୁଛନ୍ତି। ମୋ ଆଗରେ ସେ ଲୋକଙ୍କୁ କହୁଥିବାର ମୁଁ ଶୁଣିଛି। ଏଇଟା କେଉଁ ନ୍ୟାୟ ? 

Advertisment
2024 General Election Bjp Odisha