Advertisment

ନିରାଶ ହେଲେ ଜୟନାରାୟଣ ମିଶ୍ର, ଆଗୁଆ ଜାମିନ ଖାରଜ

ସେହିଭଳି କ୍ଷେତରାଜପୁର ଥାନା ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ।

author-image
Madhupriya Mistry
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

ନିରାଶ ହେଲେ ବରିଷ୍ଠ ବିଜେପି ବିଧାୟକ ତଥା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ତାଙ୍କ ଆଗୁଆ ଜାମିନ ଖାରଜ କରିଛନ୍ତି ହାଇକୋର୍ଟ। ଗତ ଫେବ୍ରୁଆରୀ ୧୫ ତାରିଖ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆନ୍ଦୋଳନବେଳେ ପୁଲିସ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ଘଟଣାରେ ଆଗୁଆ ଜାମିନ୍ ଦେବାକୁ ମନା କରିଦେଇଛନ୍ତି ଉଚ୍ଚ ନ୍ୟାୟାଳୟ।

Advertisment

ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଓ କର୍ତ୍ତବ୍ୟ ସମ୍ପାଦନରେ ବାଧା ଅଭିଯୋଗରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନ ଏତଲା ଦେଇଥିଲେ। ସମ୍ବଲପୁର ଟାଉନ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ଏବେ ଉକ୍ତ ମାମଲାରେ ହାଇକୋର୍ଟ ଜୟନାରାୟଣଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ସେହିଭଳି କ୍ଷେତରାଜପୁର ଥାନା ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ।

ନିମ୍ନ ଅଦାଲତରେ ଏହି ବରିଷ୍ଠ ବିଜେପି ବିଧାୟକ ଆତ୍ମସମର୍ପଣ କରି ନିୟମିତ ଜାମିନ ପାଇଁ ନିବେଦନ କଲେ ଏହା ଉପରେ ଆଇନ୍ ଅନୁସାରେ ତ୍ୱରିତ ବିଚାର କରାଯିବ ବୋଲି କହିଛନ୍ତି ହାଇକୋର୍ଟ। ସେପଟେ ଏ ନେଇ ଜୟନାରାୟଣଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment

୨୦୨୨ ମସିହାରେ ସମ୍ବଲପୁର ସଦର ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ଓ ଧମକ ଦେଇଥିବା ଅଭିଯୋଗରେ ଜୟନାରାୟଣ ଓ ତାଙ୍କ ସମର୍ଥକଙ୍କ ନାଁରେ କ୍ଷେତରାଜପୁର ଥାନାରେ ମାମଲା ହୋଇଥିଲା।

Bjp Odisha Highcourt Jayanarayan Mishra