Advertisment

କଂଗ୍ରେସ ନେତାଙ୍କ ପ୍ରତି ‘ଘର ଅଧା ପାକିସ୍ତାନ’ ଶବ୍ଦ ପ୍ରୟୋଗ କଲେ ବିଜେପି ବିଧାୟକ

ଗୁଣ୍ଡୁ ରାଓଙ୍କ ବାହା ଘର ଜଣେ ମୁସଲିମ ମହିଳା ତବୁ ରାଓଙ୍କ ସହ ହୋଇଛି। ତେଣୁ କଂଗ୍ରେସ ନେତାଙ୍କ ଘର ଅଧା ପାକିସ୍ତାନ ବୋଲି ବାସନାଗୌଡା କହିଛନ୍ତି।

author-image
Hemant Lenka
BJP

BJP

କର୍ଣ୍ଣାଟକାର ବିଜେପି ବିଧାୟକ ବାସନାଗୌଡା ପାଟିଲ ୟାତନାଲ କଂଗ୍ରେସ ନେତା ଦୀନେଶ ଗୁଣ୍ଡୁ ରାଓଙ୍କୁ ବ୍ୟକ୍ତିଗତ ସ୍ତରକୁ ଯାଇ ଅତ୍ୟନ୍ତ ଅପଶବ୍ଦ ପ୍ରୟୋଗ କରିଛନ୍ତି। ଗୁଣ୍ଡୁ ରାଓ ମାର୍ଚ୍ଚ ୧ ତାରିଖ ରାମେଶ୍ୱରମ କାଫେ ବିସ୍ଫୋରଣରେ ବିଜେପି ଲିଙ୍କକୁ ନେଇ ପ୍ରଶ୍ନ କରିଥିଲେ।

Advertisment

ଏହାକୁ କାଉଣ୍ଟର କରିବାକୁ ଯାଇ ବାସନାଗୌଡା ଅପଶବ୍ବ ପ୍ରୟୋଗ କରିଛନ୍ତି। ଗୁଣ୍ଡୁ ରାଓଙ୍କ ବାହା ଘର ଜଣେ ମୁସଲିମ ମହିଳା ତବୁ ରାଓଙ୍କ ସହ ହୋଇଛି। ତେଣୁ କଂଗ୍ରେସ ନେତାଙ୍କ ଘର ଅଧା ପାକିସ୍ତାନ ବୋଲି ବାସନାଗୌଡା କହିଛନ୍ତି।

ସେ କହିଛନ୍ତି, “ଗୁଣ୍ଡୁ ରାଓଙ୍କ ଘରେ ଜଣେ ପାକିସ୍ତାନୀ ରହିଛନ୍ତି। ତାଙ୍କ ଘର ଅଧା ପାକିସ୍ତାନ। ତେଣୁ ଦେଶ ବିରୋଧୀ ଚିନ୍ତାଧାରା ସୃଷ୍ଟି କରିବା ତାଙ୍କ ଅଭ୍ୟାସ।”

Advertisment

ରାମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ଏନଆଇଏ ଜଣେ ବିଜେପି ନେତାଙ୍କୁ ଉଠାଇ ନେଇ ଜେରା କରିଥିଲା। ଏହାକୁ କେନ୍ଦ୍ର କରି ବିସ୍ଫୋରଣ ସହ ବିଜେପି ଲିଙ୍କ ଥିବା ଗୁଣ୍ଡୁ ରାଓ ତାଙ୍କ ଏକ୍ସରେ ପୋଷ୍ଟ କରିଥିଲେ। ଏବେ ବାସନାଗୌଡା ବ୍ୟକ୍ତିଗତ ସ୍ତରକୁ ଯାଇ ତାଙ୍କ ପତ୍ନୀ ତବୁଙ୍କୁ ଟାର୍ଗେଟ କରିଛନ୍ତି।

ଏହାର ଜବାବରେ ତବୁ ରାଓ କହିଛନ୍ତି, “ଗୁଣ୍ଡୁ ରାଓଙ୍କ ଘର ଅଧା ପାକିସ୍ତାନୀ ବୋଲି ୟାତନାଲ ଦେଇଥିବା ବୟାନ ଅତ୍ୟନ୍ତ ଶସ୍ତା, ଅପମାନସୂଚକ ଓ ଅପଶବ୍ଦ। ମୁଁ ଜଣେ ମୁସଲମାନ ଭାବେ ଜନ୍ମ ହୋଇଛି ସତ। କିନ୍ତୁ କେହି ବି ମୋ ଭାରତୀୟତା ଉପରେ ପ୍ରଶ୍ନ କରିପାରିବେ ନାହିଁ।

କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ମୁଖ୍ୟ ଜେପି ନଡ୍ଡା ଏପରି ବୟାନ ପାଇଁ ୟାତନାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ? ୟାତନାଲ ଜଣେ ଅଭ୍ୟାସଗତ ଅପରାଧୀ।” ତବୁ ରାଓ ନିଜର ପୋଷ୍ଟକୁ ଭାରତୀୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

Karnataka Bjp Congress