Advertisment

ମାଆ ବାଙ୍କେଶ୍ୱରୀଙ୍କ ଆଶୀର୍ବାଦ ନେଲେ ସିଦ୍ଧାନ୍ତ ମହାପାତ୍ର

ନିର୍ବାଚନରେ ବିଜୟୀ ହେବା ପରେ ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ପହଞ୍ଚିଛନ୍ତି ସିଦ୍ଧାନ୍ତ ମହାପାତ୍ର। ସେ ଦିଗପହଣ୍ଡିରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀ ମହାପାତ୍ର ମାଆ ବାଙ୍କେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।

author-image
Manoranjan Sial
Sidhant Mohapatra

BJP

ମାଆ ବାଙ୍କେଶ୍ୱରୀଙ୍କ ଆଶୀର୍ବାଦ ନେଲେ ନବ ନିର୍ବାଚିତ ବିଧାୟକ ସିଦ୍ଧାନ୍ତ ମହାପାତ୍ର। ତା’ପରେ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ। ଦିଗପହଣ୍ଡିର ବିକାଶ କିଭଳି ହୋଇପାରିବ, ସେ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିଥିଲେ ସିଦ୍ଧାନ୍ତ ମହାପାତ୍ର।

Advertisment

ନିର୍ବାଚନରେ ବିଜୟୀ ହେବା ପରେ ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ପହଞ୍ଚିଛନ୍ତି ସିଦ୍ଧାନ୍ତ ମହାପାତ୍ର। ସେ ଦିଗପହଣ୍ଡିରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀ ମହାପାତ୍ର ମାଆ ବାଙ୍କେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ତା’ପରେ ସ୍ଥାନୀୟ ଲୋକଙ୍କୁ ଭେଟି ଧନ୍ୟବାଦ ଦେଇଥିଲେ। ଗସ୍ତ ସମୟରେ ବିଭିନ୍ନ ଗାଁରେ ବିଧାୟକଙ୍କୁ ସ୍ୱାଗତ ସହ ସମ୍ୱର୍ଦ୍ଧନା ଦିଆଯାଇଥିଲା। କିଏ ଫୁଲ ମାଳ ଦେଇ ତ ଆଉ କିଏ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ନିଜ ନେତାଙ୍କୁ ପାଖରେ ପାଇ କର୍ମୀ ଓ ସ୍ଥାନୀୟ ଲୋକେ ବେଶ୍‌ ଉତ୍ସାହିତ ଥିଲେ।

ଶ୍ରୀ ମହାପାତ୍ର ଦିଗପହଣ୍ଡିର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ମହନ୍ତ ଚିନ୍ମୟାନନ୍ଦଙ୍କ ସମେତ ବହୁ ବରିଷ୍ଠ ଓ ଯୁବକଙ୍କୁ ଭେଟିଥିଲେ। କିଭଳି ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ।

Advertisment

ନବ ନିର୍ବାଚିତ ବିଧାୟକ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ମାଆଙ୍କ ଆଶୀର୍ବାଦ ନେଇ ନିର୍ବାଚନକୁ ଓହ୍ଲାଇ ଥିଲି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମେ ମୁଁ ମୋ ନିର୍ବାଚନମଣ୍ଡଳୀକୁ ଆସିଛି। ମାଆଙ୍କ ଆଶୀର୍ବାଦ ନେଇ ଦିଗପହଣ୍ଡିର ବିକାଶରେ ଲାଗି ପଡ଼ିଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବିଜେପି ନେତା ବିପିନ ଚନ୍ଦ୍ର ପ୍ରାଧନ କହିଛନ୍ତି, ଅନେକ ବର୍ଷ ଧରି ବିଜେଡିର ଗଡ଼ ଥିଲା ଦିଗପହଣ୍ଡି। ହେଲେ ଅନେକ ସ୍ଥାନରେ ବିରୋଧ ଦେଖିବାକୁ ମିଳୁଥିଲା। ବିପ୍ଲବଙ୍କୁ ହଟାଇବା ପାଇଁ ଲୋକମାନେ ଶପଥ ନେଇଥିଲେ। ଆଉ ନିର୍ବାଚନରେ ଲୋକମାନେ ଭୋଟ ଦେଇ ଦେଖାଇଦେଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ପାଢ଼ୀ

Bjp Ganjam Ganjam Politics