Advertisment

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ‘୧୯୮୪’ ବ୍ୟାଗ ଦେଲେ ବିଜେପି ସାଂସଦ ଅପରାଜିତା

ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସଂସଦକୁ ୧୯୮୪ ଲେଖାଥିବା ଗୋଟିଏ ବ୍ୟାଗ ଧରି ଆସିଥିଲେ।

author-image
Hemant Lenka
Priyanka

Priyanka

ସଂସଦରେ ତୀବ୍ର ହୋଇଛି ବ୍ୟାଗ ରାଜନୀତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିକଟରେ ପାଲେଷ୍ଟାଇନ ଓ ବାଂଲାଦେଶ ଲେଖାଥିବା ବ୍ୟାଗ ଧରି ସଂସଦ ଆସିଥିଲେ। ପାଲେଷ୍ଟାଇନ ବ୍ୟାଗ ଧରି ସେ ସଂସଦ ଆସିଥିବାରୁ ବିଜେପି ତାଙ୍କୁ ସମାଲୋଚନା କରିଥିଲା। ଏହାର ଦିନକ ପରେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ପ୍ରିୟଙ୍କା ଆଉ ଗୋଟିଏ ବ୍ୟାଗ ଧରି ଆସିଥିଲେ। ହେଲେ ବିଜେପି କିଛି ବି କହି ନଥିଲା।

Advertisment

ଆଜି ପୁଣି ବ୍ୟାଗ ରାଜନୀତି ତୀବ୍ର ହୋଇଛି। ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସଂସଦକୁ ୧୯୮୪ ଲେଖାଥିବା ଗୋଟିଏ ବ୍ୟାଗ ଧରି ଆସିଥିଲେ। ଏହାକୁ ସେ ପ୍ରିୟଙ୍କା ଗାନ୍ଧିଙ୍କୁ ଉପହାର ଆକାରରେ ଦେଇଛନ୍ତି। ସେ ଦେଇଥିବା ବ୍ୟାଗରେ ରକ୍ତ ଝରିବା ଭଳି ନାଲି ରଙ୍ଗରେ ୧୯୮୪ ଲେଖାଯାଇଛି। ଅପରାଜିତା ୧୯୮୪ ଶିଖ ବିରୋଧୀ ଦଙ୍ଗା ପ୍ରସଙ୍ଗ ଉଠାଇ ପ୍ରିୟଙ୍କା ଗାନ୍ଧିଙ୍କୁ କଟାକ୍ଷ କରି ଏପରି ବ୍ୟାଗ ଉପହାର ଆକାରରେ ଦେଇଛନ୍ତି।

ବ୍ୟାଗ ଉପହାର ଆକାରରେ ଦେବା ପରେ ଅପରାଜିତା ୧୯୮୪ ଦଙ୍ଗା କଥା ଉଠାଇଛନ୍ତି। ଏଥିସହ ବର୍ତ୍ତମାନର ପିଢ଼ି କଂଗ୍ରେସ ଗଲା ୫୦ ବର୍ଷ ମଧ୍ୟରେ କ’ଣ ସବୁ କରିଥିଲା, ସେକଥା ଜାଣିବା ଦରକାର ବୋଲି ମଧ୍ୟ କହିଛନ୍ତି।

Advertisment

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ୧୯୮୪ ଲେଖା ଥିବା ବ୍ୟାଗ ଦେବା ପଛର କାରଣ ସମ୍ପର୍କରେ ଅପରାଜିତା କହିଛନ୍ତି, “ସମ୍ମାନର ସାଂସଦ ବ୍ୟାଗଗୁଡ଼ିକୁ ଭାରି ଭଲ ପାଆନ୍ତି। ତେଣୁ ମୁଁ ତାଙ୍କୁ ଗୋଟିଏ ବ୍ୟାଗ ଦେଇଛି। ପ୍ରଥମେ ସେ ଏହାକୁ ଗ୍ରହଣ କରୁ ନଥିଲେ। କିନ୍ତୁ ସେ ମୋ ଠାରୁ ବ୍ୟାଗ ନେଇଛନ୍ତି। ମୁଁ ତାଙ୍କୁ ୧୯୮୪ ଶିଖ ବିରୋଧୀ ନରସଂହାରର ବ୍ୟାଗ ଦେଇଛି।”

ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ଶିଖ ବଡି ଗାର୍ଡ ଗୁଳି କରି ହତ୍ୟା କରିଥିଲେ। ଏହାପରେ ପୂରା ଦେଶରେ ଶିଖ ବିରୋଧୀ ଦଙ୍ଗା ଦେଖିବାକୁ ମିଳିଥିଲା।

Aparajita Sarangi Priyanka Gandhi Vadra