ଗତକାଲି ରାଜ୍ୟସଭା ସାଂସଦ ସସ୍ମିତା ପାତ୍ର କହିଥିଲେ ୧୪୭ ସିଟିରେ ବିଜେପି ପ୍ରାର୍ଥୀ ଦେଇ ପାରିବ ନାହିଁ । ଏହା ଉତ୍ତରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବିଜେଡି ନେତା ଚାକିରି ବଞ୍ଚେଇବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି । ତେଣୁ ଓଡିଶାବାସୀ ଜାଣିଛନ୍ତି ବିଜେଡି ସରକାର କିପରି ଚାଲିଛି । ଭଣ୍ଡାରିପୋଖରୀର ଏକ ମିଶ୍ରଣ ପର୍ବରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।