Advertisment

ଆଠଗଡ଼ ଛକରେ ଚା’ ପିଇ ମନ କିଣିଲେ ପ୍ରାକ୍ତନ ଡିଜି ପ୍ରକାଶ ମିଶ୍ର

କଟକ(ନୀଳକଣ୍ଠ ଦୋରା): ଖରା ବଢୁଛି, ତା ସାଥିରେ ବଢୁଛି ନିର୍ବାଚନୀ ଉଷ୍ମତା। ଦିନ ବେଳେ ପାଣି ପଣା ଆଉ ସଞ୍ଜରେ ଚା’ର ଚୁସ୍‌କି ମାରି ଜମୁଛି ପ୍ରଚାର। ପ୍ରାର୍ଥୀ ଆଉ ଭୋଟର ହେଉଛନ୍ତି ଏକାଠି। କଥା କଥାରେ ଉଠୁଛି ସମସ୍ୟା। ଆଉ ପ୍ରତିଶ୍ରୁତି ବି ମିଳୁଛି ଆଶନୁରୂପ। କେନ୍ଦ୍ରରେ ବିଜେପି ସରକାର ଆସିବା ଆଗରୁ ମୋଦିଙ୍କ ଅତୀତ ଆଉ ଚା’ ବିକ୍ରୟ ପ୍ରସଙ୍ଗ ଉଠିଥିଲା। ଆଉ କଂଗ୍ରେସର ଏହି କମେଣ୍ଟକୁ ଅସ୍ତ୍ର କରି ଚା’ ପିଆଇ ଭୋଟରଙ୍କ […]

ଅଦ୍ୟତନ ହୋଇଛି
ଆଠଗଡ଼ ଛକରେ ଚା’ ପିଇ ମନ କିଣିଲେ ପ୍ରାକ୍ତନ ଡିଜି ପ୍ରକାଶ ମିଶ୍ର

py

Advertisment

କଟକ(ନୀଳକଣ୍ଠ ଦୋରା): ଖରା ବଢୁଛି, ତା ସାଥିରେ ବଢୁଛି ନିର୍ବାଚନୀ ଉଷ୍ମତା। ଦିନ ବେଳେ ପାଣି ପଣା ଆଉ ସଞ୍ଜରେ ଚା’ର ଚୁସ୍‌କି ମାରି ଜମୁଛି ପ୍ରଚାର। ପ୍ରାର୍ଥୀ ଆଉ ଭୋଟର ହେଉଛନ୍ତି ଏକାଠି। କଥା କଥାରେ ଉଠୁଛି ସମସ୍ୟା। ଆଉ ପ୍ରତିଶ୍ରୁତି ବି ମିଳୁଛି ଆଶନୁରୂପ।

Advertisment

କେନ୍ଦ୍ରରେ ବିଜେପି ସରକାର ଆସିବା ଆଗରୁ ମୋଦିଙ୍କ ଅତୀତ ଆଉ ଚା’ ବିକ୍ରୟ ପ୍ରସଙ୍ଗ ଉଠିଥିଲା। ଆଉ କଂଗ୍ରେସର ଏହି କମେଣ୍ଟକୁ ଅସ୍ତ୍ର କରି ଚା’ ପିଆଇ ଭୋଟରଙ୍କ ମନ ଜିଣିଥିଲା ବିଜେପି। ନିର୍ବାଚନ ଲଢି ଗାଦି ବି ହାତେଇଲା। ଓଡ଼ିଶାରେ ବି ସେଇ ଧାରା ବଳବତ୍ତାର ରହିଛି। ପୂର୍ବତନ କେନ୍ଦ୍ରାପଡା ଏମ୍‌ପି ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ ଚା’ ଖଟି ମଧ୍ୟ ଭୋଟରଙ୍କ ମନକୁ ପାଇଛି। ଆଉ ଏଇ ଧାରାକୁ ଆଗକୁ ବଢାଇଛନ୍ତି ପୂର୍ବତନ ଡିଜି ପ୍ରକାଶ ମିଶ୍ର।

ଶ୍ରୀ ମିଶ୍ର ଏଥର କଟକ ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ। ହେବିୱେଟ୍‌ମାନଙ୍କ ତାଲିକାରେ ତାଙ୍କ ନାଁ ସର୍ବାଗ୍ରେ ରହିଛି। କାଲି ସେ ଆଠଗଡରେ ମହାପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଆଉ ତା’ ପରେ ଆଠଗଡ ଛକରେ ଜମିଥିଲା ଚା’ ଖଟି। ଆଠଗଡ଼ର ଗୋପବନ୍ଧୁ ଛକ ନିକଟରେ ଥିବା ଏକ ଚା’ ଦୋକାନରେ ପହଞ୍ଚି ସାଧାରଣ ଲୋକଙ୍କ ସହ ଗରମା ଗରମ ଚା’ର ଚୁସ୍‌କି ମାରିଥିଲେ ପ୍ରକାଶ ମିଶ୍ର। ଆଉ ଜନତାଙ୍କ ମନ କିଣିବାକୁ ଚେଷ୍ଟା କରିଥିଲେ।

Advertisment

ଆଜି ମଧ୍ୟ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ ମିଶ୍ର। ସ୍ଥାନୀୟ ମହାବୀର ପ୍ଲାଜାଠାରେ ସ୍ଥାନୀୟ ବିଜେପି ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ବିଜୟର ମନ୍ତ୍ର ଫୁଙ୍କିଥିଲେ। ଶ୍ରୀ ମିଶ୍ର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଠଗଡର ଗ୍ରାମ ଦେବତୀ ମା’ ବାଉତୀଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe