Advertisment

ଅଭଦ୍ର ଟିପ୍ପଣୀ ପାଇଁ ଦୁଃଖ ପ୍ରକାଶ କଲେ ବିଜେପି ସାଂସଦ

ରମେଶ ବିଧୁରୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଂସଦ ଅଲୀଙ୍କ ସମେତ ଏକାଧିକ ବିରୋଧୀ ଦଳର ନେତା ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପାଖକୁ ଚିଠି ଲେଖିଥିଲେ। ବାଚସ୍ପତି ବିର୍ଲା ପୂରା ପ୍ରସଙ୍ଗର ବିଚାର ପାଇଁ ସ୍ୱାଧିକାର କମିଟି ପାଖକୁ ପଠାଇ ଦେଇଥିଲେ।

Ramesh

Ramesh

Advertisment

ସଂସଦ ଭିତରେ ବିଏସ୍‌ପି ସାଂସଦ ଡାନିଶ ଅଲୀଙ୍କ ପ୍ରତି ଅତ୍ୟନ୍ତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ବିଜେପି ସାଂସଦ ରମେଶ ବିଧୁରୀ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି। ନିଜର ଅଭଦ୍ର ଟିପ୍ପଣୀ ପାଇଁ ସେ ସଂସଦର ସ୍ୱାଧିକାର କମିଟି ନିକଟରେ ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି। ରମେଶ କମିଟି ନିକଟରେ ଦୁଃଖ ପ୍ରକାଶ କରିବା ସମୟରେ ଡାନିଶ ଅଲୀ ମଧ୍ୟ ଉପସ୍ଥିତ ରହିଥିଲେ।

Advertisment

ରମେଶ ବିଧୁରୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଂସଦ ଅଲୀଙ୍କ ସମେତ ଏକାଧିକ ବିରୋଧୀ ଦଳର ନେତା ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପାଖକୁ ଚିଠି ଲେଖିଥିଲେ। ବାଚସ୍ପତି ବିର୍ଲା ପୂରା ପ୍ରସଙ୍ଗର ବିଚାର ପାଇଁ ସ୍ୱାଧିକାର କମିଟି ପାଖକୁ ପଠାଇ ଦେଇଥିଲେ।

ଆଜି କମିଟି ଏହାର ବିଚାର କରିଥିଲା। ଏହି ସମୟରେ ବିଧୁରୀ ଓ ଅଲୀ ମଧ୍ୟ ଉପସ୍ଥିତ ରହିଥିଲେ। ଉଭୟ ନିଜ ନିଜର ପକ୍ଷ ରଖିଥିଲେ। ସବୁ କଥା ଶୁଣିବା ପରେ ନିଜର ବୟାନ ପାଇଁ ରମେଶ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସଂସଦ ଭିତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବୟାନ ପାଇଁ ଦୁଃଖ ପ୍ରକାଶ କରିଥିଲେ ବୋଲି କମିଟିକୁ ଆଜି ବୁଧୁରୀ ଜଣାଇଛନ୍ତି।

Advertisment

ସଂସଦର ସ୍ୱତନ୍ତ୍ର ଅଧିବେଶନ ବେଳେ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିଲା। ଏହି ସମୟରେ ରମେଶ ସିଧାସଳଖ ଡାନିଶ ଅଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ସେ ଅଲୀଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ।

ଏଥିପାଇଁ ବାଚସ୍ପତି ସାଂସଦ ରମେଶଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ। ଯଦି ଆଗକୁ ସେ ଏପରି ଶବ୍ଦ ବା ଆଚରଣ କରିବେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେ ଦେଇଥିବା ବୟାନକୁ ସଂସଦର ରେକର୍ଡରୁ ମଧ୍ୟ ହଟାଇ ଦିଆଯାଇଥିଲା।

ବିବାଦ ବଢ଼ୁଥିବାରୁ ବିଜେପି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଦଳ ପ୍ରଶ୍ନ କରିଥିଲା। ଏସବୁ ଭିତରେ ମାମଲା ସ୍ୱାଧିକାର କମିଟିକୁ ଯାଇଥିଲା। ଆଜି ଏହା ଉପରେ ବିଚାର କରାଯାଇଥିବା ଜଣାପଡ଼ିଛି।

Bjp Parliament New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe