Advertisment

ମହୁଆଙ୍କୁ ‘ଦୁବାଇ ଦିଦି’ କହି ତାଚ୍ଛଲ୍ୟ କଲେ ବିଜେପି ସାଂସଦ ଦୁବେ

ମହୁଆ ଏଥିକ୍ସ କମିଟିକୁ ଲେଖିଥିବା ଚିଠରେ ଟାଇପ ଗତ ତ୍ରୁଟି ରହିଛି। ଏଥିରେ ସେ ଦୁବେଙ୍କ ନାଁକୁ ଭୁଲରେ ଦୁବାଇ ଲେଖି ଦେଇଛନ୍ତି। ଏହାକୁ ନେଇ ମଧ୍ୟ ସାଂସଦ ଦୁବେ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି।

author-image
Hemant Lenka
TMC

TMC

ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ମଧ୍ୟରେ ଚାଲିଥିବା ବାକଯୁଦ୍ଧ ଆଜି ଆହୁରି ତୀବ୍ର ହୋଇଛି। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରିବା ଅଭିଯୋଗରେ ଫସିଥିବା ମହୁଆଙ୍କୁ ଆଜି ସାଂସଦ ଦୁବେ ସୋଶାଲ ମିଡିଆରେ ଦୁବାଇ ଦିଦି କହି ତାଚ୍ଛଲ୍ୟ କରିଛନ୍ତି।

Advertisment

ଲୋକସଭା ଏଥିକ୍ସ କମିଟି ମହୁଆଙ୍କୁ ୩୧ ତାରିଖରେ ହାଜର ହେବାକୁ ସମନ କରିଥିବା ବେଳେ ସେ ୪ ତାରିଖରେ ହାଜର ହେବାକୁ ସମୟ ମାଗିଛନ୍ତି। ଏଥିସହ କମିଟି ଆଗରେ ସତ୍ୟପାଠ ଦାଖଲ କରିଥିବା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ପୁନଃ ପଚରାଉଚରା କରିବାକୁ ମଧ୍ୟ ମହୁଆ ଚିଠି ଲେଖିଛନ୍ତି। ଏହାକୁ ନେଇ ଦୁବେ ତାଙ୍କୁ କଟାକ୍ଷ କରିଛନ୍ତି।

ସେ କହିଛନ୍ତି, “ଦୁବାଇ ଦିଦି କିଛି ଲୋକଙ୍କୁ ପୁନଃ ପଚରାଉଚରା କରିବାକୁ କହିଛନ୍ତି। ଲୋକସଭାର ନିୟମ, ବିଶେଷ କରି କୌଲ-ଶାକଧେର ବହିର ପୃଷ୍ଠା ୨୪୬ରେ ସାକ୍ଷୀମାନେ କୋର୍ଟ ପ୍ରକ୍ରିୟା ଓ ଆଇନଗତ ଝାମେଲାରୁ ସୁରକ୍ଷିତ ରହିବେ ବୋଲି କୁହାଯାଇଛି। ଖାତା ନା ବହି, ଦୁବାଇ ଦିଦି ଯାହା କହିବେ ତା’ହା ଠିକ। ରାଷ୍ଟ୍ରୀୟ ସୁରକ୍ଷା ଓ ଦୁର୍ନୀତି ଉପରେ ଜବାବ ଦରକାର। କିନ୍ତୁ ଏଠାରେ ଆଖଡ଼ା ତିଆରି କରାଯାଉଛି।”

Advertisment

ମହୁଆ ଏଥିକ୍ସ କମିଟିକୁ ଲେଖିଥିବା ଚିଠରେ ଟାଇପ ଗତ ତ୍ରୁଟିରହିଛି। ଏଥିରେ ସେ ଦୁବେଙ୍କ ନାଁକୁ ଭୁଲରେ ଦୁବାଇ ଲେଖି ଦେଇଛନ୍ତି। ଏହାକୁ ନେଇ ମଧ୍ୟ ସାଂସଦ ଦୁବେ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ସେ କହିଛନ୍ତି, “ଅଭିଯୁକ୍ତ ସାଂସଦଙ୍କ ଭିତରେ ଦୁବାଇର ନିଶା ଏତେ ମାତ୍ରାରେ ରହିଛି ଯେ ଏଥିକ୍ସ କମିଟିର ଅଧ୍ୟକ୍ଷଙ୍କୁ ଲେଖିଥିବା ଚିଠିରେ ମୋ ନାଁକୁ ଦୁବାଇ କରି ଦେଇଛନ୍ତି। ମାଡାମ ମୋର ଦୁବେ ନାଁକୁ ବଦଳାଇ ଦୁବାଇ କରି ନିଜ ମାନସିକ ଅବସ୍ଥାକୁ ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ହାଏରେ ମୋ ଭାଗ୍ୟ।”

Bjp Mahua Moitra Mahua Moitra Bribe Case