Advertisment

ମହଙ୍ଗା ପଡ଼ିବ ‘ସମ୍ବିଧାନ ବଦଳାଇବା’ ବୟାନ: ଟିକେଟ ହରାଇବେ ବିଜେପି ସାଂସଦ!

ଉତ୍ତର କନ୍ନଡର ସାଂସଦ ହେଗଡେଙ୍କ ‘ସମ୍ବିଧାନ ବଦଳାଇବା’ ବୟାନ ଠାରୁ ବିଜେପି ନିଜକୁ ଦୂରେଇ ରଖିଛି।

BJP

BJP

Advertisment

ସମ୍ବିଧାନ ବଦଳାଇବାକୁ ହେଲେ ବିଜେପିକୁ ୪୦୦ ସିଟ ଦରକାର ବୋଲି ଦଳର ସାଂସଦ ଅନନ୍ତ କୁମାର ହେଗଡେ ଦେଇଥିବା ବୟାନକୁ ନେଇ ବିବାଦ ତେଜିବାରେ ଲାଗିଛି। ଏପରି ବୟାନ ଦେବା ବିଜେପି ସାଂସଦ ହେଗଡେଙ୍କୁ ମହଙ୍ଗା ପଡ଼ିପରେ। ଆସନ୍ତା ଲୋକସଭା ନିର୍ବାଚନରେ ଏହି ବୟାନ ପାଇଁ ବିଜେପି ତାଙ୍କୁ ଟିକେଟ ମଧ୍ୟ ଦେଇ ନ ପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ଉତ୍ତର କନ୍ନଡର ସାଂସଦ ହେଗଡେଙ୍କ ‘ସମ୍ବିଧାନ ବଦଳାଇବା’ ବୟାନ ଠାରୁ ବିଜେପି ନିଜକୁ ଦୂରେଇ ରଖିଛି। ଉକ୍ତ ବୟାନକୁ ଦଳ ହେଗଡେଙ୍କ ବ୍ୟକ୍ତିଗତ ମତ କହିବା ସହ ବିଜେପି ଏଥିରେ ଏକମତ ନୁହେଁ ବୋଲି କହିଛି। ସେହିପରି ୪ ଥର ଲୋକସଭାକୁ ଯାଇଥିବା ହେଗଡେଙ୍କୁ ବିଜେପି କାରଣ ଦର୍ଶାଅ ନୋଟିସ ମଧ୍ୟ କରିଛି।

ନିଜର ତୁଣ୍ଡ ପାଇଁ ହେଗଡେ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି। ସେ ନିୟମିତ ଭାବେ ବିବାଦୀୟ ବୟାନ ଦେଉଥିବାରୁ ବିଜେପି ନେତୃବୃନ୍ଦ ତାଙ୍କ ଉପରେ ଖପ୍ପା ହୋଇଛନ୍ତି।

Advertisment

ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏବେ ବିଜେପି ହାଇକମାଣ୍ଡ ପ୍ରାର୍ଥୀ ଚୟନ ପାଇଁ ମାନସମନ୍ଥନ କରୁଛନ୍ତି। ଏସବୁ ଭିତରେ ହେଗଡେ ବିବାଦୀୟ ବୟାନ ଦେଇଛନ୍ତି। ତେଣୁ ତାଙ୍କୁ ଟିକେଟ ମିଳିବାର ଆଶା ବହୁତ କମ। ଏହି ଖବର ପାଇବା ପରେ ହେଗଡେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରହିବା ପାଇଁ ଲବି ଆରମ୍ଭ କରି ଦେଇଛନ୍ତି। ତଥାପି ତାଙ୍କ ଉପରେ ବିଜେପି ନେତୃବୃନ୍ଦ ସନ୍ତୁଷ୍ଟ ନଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ। ବିବାଦୀୟ ବୟାନ ଦେଇଥିବା ବା ଦେଉଥିବା ଅନେକ ସାଂସଦଙ୍କ ଟିକେଟ ପ୍ରଥମ ପର୍ଯ୍ୟାୟରେ କଟିଥିଲା। ଏମାନଙ୍କ ମଧ୍ୟରେ ଦିଲ୍ଲୀର ସାଂସଦ ରମେଶ ବିଧୁରୀ ଓ ପ୍ରବେଶ ସାହିବ ସିଂହ ଓ ଭୋପାଲ ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ଭଳି ବିବାଦୀୟ ବିଜେପି ନେତା ରହିଥିଲେ।

ବିବାଦୀୟ ଟିପ୍ପଣୀ କରୁଥିବା ନେତାଙ୍କୁ ଟିକେଟ ନ ଦେଇ ବିଜେପି ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ଚାହୁଁଛି। କାରଣ ଏକାଧିକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ନେତା ଓ ସାଂସଦମାନଙ୍କୁ ବିବାଦୀୟ ଟିପ୍ପଣୀ ଠାରୁ ଦୂରେଇ ରହିବାକୁ ସତର୍କ କରାଇ ସାରିଛନ୍ତି। ତଥାପି ଯେଉଁମାନେ ବିବାଦୀୟ ଟିପ୍ପଣୀ କରୁଛନ୍ତି, ସେମାନଙ୍କୁ ଦଳ ଟିକେଟ ନ ଦେଇ ବାହାରର ରାସ୍ତା ଦେଖାଇବାକୁ ଲକ୍ଷ୍ୟ ରଖିଛି।

ବିଜେପି ସାଂସଦ ନିଜ ଭାଷଣରେ ସମ୍ବିଧାନକୁ ପୁଣି ଲେଖିବାର ଆବଶ୍ୟକ ଥିବା କହିଥିଲେ। ଏଥିପାଇଁ ଲୋକସଭାର ୫୪୩ ଆସନରୁ ବିଜେପିକୁ ଯେମିତି ହେଲେ ୪୦୦ ସିଟ ଦଖଲ କରିବାକୁ ପଡ଼ିବ। ହିନ୍ଦୁମାନଙ୍କ ସ୍ୱରକୁ ଚାପି ଦେବା ପାଇଁ କଂଗ୍ରେସ ସମ୍ବିଧାନରେ ପରିବର୍ତ୍ତନ କରିଥିଲା ବୋଲି ସେ ଅଭିଯୋଗ କରିଥିଲେ। ରାଜ୍ୟସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମଧ୍ୟ ବିଜେପି ଦୁଇ ତୃତୀୟାଂଶ ଆସନ ଜିତିଲେ ସମ୍ବିଧାନକୁ ପରିବର୍ତ୍ତନ କରିବା ସମ୍ଭବ ବୋଲି ସେ କହିଥିଲେ।

ଏହାକୁ ନେଇ ବିବାଦ ଚାଲିଥିବାରୁ କର୍ଣ୍ଣାଟକା ବିଜେପି ନିଜକୁ ଏଥରୁ ଦୂରେଇ ରଖିଛି। ତଥାପି ବିରୋଧୀ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବିବାଦୀୟ ବୟାନ ଦେଇଥିବା ହେଗଡେଙ୍କ ସଭ୍ୟ ରଦ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି।

କର୍ଣ୍ଣାଟକାରେ ବିଜେପି ଏଥର ଜେଡିଏସ ସହ ମେଣ୍ଟ କରି ଲୋକସଭା ନିର୍ବାଚନ ଲଢ଼ିବ। ଦୁଇ ଦଳ ଏକାଠି ହୋଇଥିବା ବେଳେ ସିଟ ଶେୟାରିଂ ଫର୍ମୁଲା ଉପରେ କଥାବାର୍ତ୍ତା ଚାଲିଛି।

Bjp Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe