Advertisment

ମମତାଙ୍କ ପ୍ରତି ବିଜେପି ସାଂସଦଙ୍କ ‘ବାପା’ ବୟାନ, କାଉଣ୍ଟର କଲା ଟିଏମସି

ପଶ୍ଚିମବଙ୍ଗର ପୂର୍ବତନ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କୁ ଦଳ ତାଙ୍କ ନିର୍ବାଚନ ମଣ୍ଡଳୀରୁ ବାହାର କରି ଦେବାରୁ ସେ ହତାଶ ହୋଇ ଏପରି କଥା ସବୁ କହୁଛନ୍ତି ବୋଲି ଟିଏମସି କହିଛି।

Dilip Ghosh

Dilip Ghosh

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଅତ୍ୟନ୍ତ ଅଭଦ୍ର ଢଙ୍ଗରେ ତାଚ୍ଛଲ୍ୟ କରିଛନ୍ତି ବିଜେପି ସାଂସଦ ଦିଲୀପ ଘୋଷ। ମମତା ନିଷ୍ପତ୍ତି ନିଅନ୍ତୁ ଯେ ତାଙ୍କ ବାପା କିଏ ବୋଲି ଦିଲୀପ ପ୍ରଶ୍ନ କରିବାରୁ ଏହାକୁ କାଉଣ୍ଟର କରିଛି ଟିଏମସି।

Advertisment

ପଶ୍ଚିମବଙ୍ଗର ପୂର୍ବତନ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କୁ ଦଳ ତାଙ୍କ ନିର୍ବାଚନ ମଣ୍ଡଳୀରୁ ବାହାର କରି ଦେବାରୁ ସେ ହତାଶ ହୋଇ ଏପରି କଥା ସବୁ କହୁଛନ୍ତି ବୋଲି ଟିଏମସି କହିଛି।

ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ଦିଲୀପ ଘୋଷ କହିଛନ୍ତି ଯେ “ଦିଦି ଗୋଆ ଯିବା ସହ ସେଠାରେ ନିଜକୁ ଗୋଆର ଝିଅ ବୋଲି କହୁଛନ୍ତି। ଏହାପରେ ସେ ତ୍ରିପୁରା ଯାଇ, ସେଠାରେ ବି ନିଜକୁ ତ୍ରିପୁରାର ଝିଅ କହୁଛନ୍ତି। ଦିଦି ପ୍ରଥମେ ନିଷ୍ପତ୍ତି ନିଅନ୍ତୁ ଯେ ତାଙ୍କ ବାପା କିଏ? ଏମିତି କାହାର ବି ଝିଅ ହୋଇଯିବା ଆଦୌ ଭଲ କଥା ନୁହେଁ।” ବେଶ କଟାକ୍ଷ କରି ଦିଲୀପ ଘୋଷ ଏପରି ବୟାନ ଦେଇଥିଲେ।

Advertisment

ଏହାର ଭିଡିଓ ଶେୟାର କରି ଟିଏମସି କହିଛି ଯେ ରାଜନୀତିକ ନେତୃତ୍ୱ ନାଁରେ ଦିଲୀପ ଘୋଷ ଜଣେ ଅପମାନ। ମା’ ଦୁର୍ଗାଙ୍କ ବଂଶ ଉପରେ ପ୍ରଶ୍ନ ଉଠାଇଥିବା ବ୍ୟକ୍ତି ଏବେ ମମତା ବାନାର୍ଜୀଙ୍କ ପୂର୍ବ ପୁରୁଷଙ୍କ ଉପରେ ମଧ୍ୟ କଟାକ୍ଷ କରିଛନ୍ତି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ବେଙ୍ଗଲର ମହିଳାଙ୍କ ପ୍ରତି ଘୋଷଙ୍କର କୌଣସି ସମ୍ମାନ ନାହିଁ। ହିନ୍ଦୁତ୍ୱର ଦେବୀ ହୁଅନ୍ତି କି ଦେଶର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କାହା ପ୍ରତି ତାଙ୍କର ସମ୍ମାନ ନାହିଁ।”

୨୦୨୧ରେ ମା’ ଦୁର୍ଗାଙ୍କ ସମ୍ପର୍କରେ ଶ୍ରୀ ଘୋଷ ଦେଇଥିବା ବୟାନ ବେଶ ବିବାଦୀୟ ହୋଇଥିଲା। ସେ କହିଥିଲେ, “ଭଗବାନ ରାମ ଜଣେ ସମ୍ରାଟ ଥିଲେ। କିଛି ଲୋକ ତାଙ୍କୁ ଅବତାର ରୂପେ ଚିତ୍ରଣ କରନ୍ତି।

ଆମେ ତାଙ୍କ ପୂର୍ବପୁରୁଷଙ୍କ ନାଁ ଜାଣିଛେ। କିନ୍ତୁ ଦୁର୍ଗାଙ୍କ ସମ୍ପର୍କରେ ଆପଣମାନେ ସେମିତି କିଛି ଶୁଣିଛନ୍ତି?” ଏହା ସେତେବେଳେ ବେଶ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା। ଆଜି ଟିଏମସି ତାଙ୍କୁ ସମାଲୋଚନା କରିବା ବେଳେ ଉକ୍ତ ବୟାନକୁ ଇଙ୍ଗିତ କରିଛି।

ଟିଏମସି ନେତା କୁନାଲ ଘୋଷ ଗୋଟିଏ ଭିଡିଓ ବାର୍ତ୍ତାରେ କହିଛନ୍ତି, “ଆପଣଙ୍କ ଦଳ ଆପଣଙ୍କୁ ମେଦିନିପୁରରୁ ବାହାର କରି ଦେଇଛି। ଆପର ସେଠାରେ କିଛି କହିପାରିବେ ନାହିଁ। ତେଣୁ ଆପଣ ନିଜର ହତାଶା ଭାବକୁ ବାହାର କରିବା ପାଇଁ ମମତା ବାନାର୍ଜୀଙ୍କ ସମ୍ପର୍କରେ ଅପଶବ୍ଦ ପ୍ରୟୋଗ କରୁଛନ୍ତି।

ସେ ୭ ଥରର ସାଂସଦ, ୪ଥରର କେନ୍ଦ୍ରମନ୍ତ୍ରୀ ଓ ୩ଥରର ମୁଖ୍ୟମନ୍ତ୍ରୀ। ପୂରା ଦେଶରେ ତାଙ୍କର ଲୋକପ୍ରିୟତା ରହିଛି। ସେ ଭାରତର ଝିଅ। ତଥାପି ଆପଣ ତାଙ୍କ ସମ୍ପର୍କରେ ଅପଶବ୍ଦ ପ୍ରୟୋଗ କରିଛନ୍ତି। ଆପଣଙ୍କୁ ଆପଣଙ୍କ ଦଳ କେବଳ ଜା ଦିଲୀପ ଜା କହି ଚାଲିଛି।”

୨୦୧୯ରେ ଦିଲୀପ ଘୋଷ ମେଦିନିପୁର ଆସନରୁ ଜିତିଥିଲେ। କିନ୍ତୁ ବିଜେପି ଏଥର ତାଙ୍କୁ ବର୍ଦ୍ଧମାନ ଦୁର୍ଗାପୁର ଆସନରୁ ଟିକେଟ ଦେଇଛି। ଏହାକୁ ଟିଏମସି ପକ୍ଷରୁ କଟାକ୍ଷ କରାଯାଇଛି।

Bjp Mamata Banerjee West Bengal Dilip Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe