Advertisment

କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌କୁ ରଦି କାଗଜ କହିଲେ ସୁରେଶ ପୂଜାରୀ

ନବ ଦାସଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫୦୦ ପୃଷ୍ଠାର ଚାର୍ଜସିଟରେ ଏଭଳି ତଥ୍ୟ ରହିଛି।

ଅଦ୍ୟତନ ହୋଇଛି
BJP

Suresh Pujari

Advertisment

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌କୁ ରଦି କାଗଜ କହିଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି, ନବ ଦାସ ହତ୍ୟା ମାମଲାର ତଦନ୍ତ ଗୋପାଳ ଦାସଠାରୁ ଆରମ୍ଭ ହୋଇ ଗୋପାଳ ପାଖରେ ଶେଷ ହୋଇଛି। ତଦନ୍ତ ଆରମ୍ଭରୁ ବାଟବଣା ହୋଇଛି। ଆଜି ପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ଜଣାପଡୁନି। ହତ୍ୟା କାଣ୍ଡ ସଂପର୍କରେ ଯାହା କୁହାଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Advertisment

ସେ କହିଛନ୍ତି, ଚାର୍ଜସିଟ୍‌ ତଥ୍ୟ ଅନୁସାରେ ଗାଡ଼ି ପାର୍କିଂକୁ ନେଇ ନବ ଦାସ ସମର୍ଥକଙ୍କ ସହ ଗୋପାଳନ ଦାସର ପାଟିତୁଣ୍ଡ ହୋଇଥିଲା। ଏହା କିନ୍ତୁ ପର୍ଯ୍ୟାପ୍ତ ନୁହେଁ। କେବେ ସେହି ଘଟଣା ଘଟିଥିଲା ସେ ନେଇ କିଛି ଉଲ୍ଲେଖ ନାହିଁ। କେବେ ଛୋଟ ବଚସାକୁ ନେଇ ହତ୍ୟାକାଣ୍ଡ ହୁଏ କି? ହତ୍ୟାକାଣ୍ଡର ସତ୍ୟାସତ୍ୟ ଜାଣିବା ପାଇଁ ଗୋପାଳ ଓ ନବଙ୍କ ମୋବାଇଲ୍‌ ଟ୍ରାକ୍‌ କରାଯାଇଥିଲା କି? କଲ୍ ରେକର୍ଡକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା କି? ନବଙ୍କୁ ଭେଦ କରିଥିବା ଗୁଳି ଏ ଯାଏଁ ମିଳିନି। ଏଥିରୁ ଜଣାପଡ଼ୁଛି ତଥ୍ୟ ସଂଗ୍ରହରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି। ତଦନ୍ତ ସମାଧିସ୍ଥ ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ସେପଟେ ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ନବ ଦାସଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫୦୦ ପୃଷ୍ଠାର ଚାର୍ଜସିଟରେ ଏଭଳି ତଥ୍ୟ ରହିଛି।

Advertisment

ନବ ଦାସ ହତ୍ୟା ପୂର୍ବରୁ ଗୋପାଳ ତା’ ଭାଇ ସତ୍ୟନାରାୟଣ ଦାସଙ୍କ ସହ ସମ୍ବଲପୁର ଯାଇଥିଲା। ନବ ଦାସଙ୍କୁ ହତ୍ୟା କରିବା ପାଇଁ ସମଲେଶ୍ୱେରୀଙ୍କଠାରେ ଶପଥ ନେଇଥିଲା। ପରବର୍ତ୍ତୀ ସମୟରେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ବାରମ୍ବାର ପ୍ରୟାସ କରିଥିଲା। ମାତ୍ର ସେଥିରେ ସେ ବିଫଳ ହୋଇଥିଲା। ବ୍ରଜରାଜନଗରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ନବଙ୍କୁ ହତ୍ୟା ପାଇଁ ଯୋଜନା କରି ଫେଲ୍ ମାରିଥିଲେ ଗୋପାଳ ଦାସ। ସେହି ଦିନଠୁ ନିଜ ସର୍ଭିସ୍ ପିସ୍ତଳରେ ସେ ଗୁଳି ଲୋଡ୍ କରି ରଖିଥିଲା ବୋଲି କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ସୂଚନାରୁ ପ୍ରକାଶ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ କିଶୋର ଦାସ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବ୍ରଜରାଜନଗର ଯାଉଥିଲେ। ତେବେ ରାସ୍ତାରେ କର୍ମୀମାନେ ତାଙ୍କୁ ଅଟକାଇ ସ୍ୱାଗତ କରିଥିଲେ। ଠିକ୍‌ ସେହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ଗୋପାଳ ଦାସ ନିଜ ସର୍ଭିସ୍‌ ରିଭଲଭର୍ରରେ ସମସ୍ତଙ୍କ ସମ୍ମୁଖରେ ନବ ଦାସଙ୍କୁ ଗୁଳି କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ୍‌କୁ ଏୟାରଲିପ୍ଟିଂ କରାଯାଇଥିଲା। ସେହି ଦିନ ସନ୍ଧ୍ୟା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଛି।

Bjp Naba Das Suresh Pujari Odisha Crime Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe