Advertisment

ବିଜେପିର ସାଂଘାତିକ ଅଭିଯୋଗ- ସଂସଦରେ ପ୍ରଶ୍ନ ପଚାରିବାକୁ ମହୁଆ ମୋଇତ୍ରା ନେଉଛନ୍ତି ଲାଞ୍ଚ

ମହୁଆ ମୋଇତ୍ରାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ଲୋକସଭାରେ ପ୍ରଶ୍ନ ପଚାରିବାକୁ ମହୁଆ କ୍ୟାସ ଓ ଗିଫ୍ଟ ନେଇଥିବା ପରି ସେ ସାଂଘାତିକ ଅଭିଯୋଗ କରିଛନ୍ତି।

Mahua Moitra

Mahua Moitra

Advertisment

ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା। ମହୁଆ ମୋଇତ୍ରାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ଲୋକସଭାରେ ପ୍ରଶ୍ନ ପଚାରିବାକୁ ମହୁଆ ଲାଞ୍ଚ ନେଇଥିବା ପରି ସେ ସାଂଘାତିକ ଅଭିଯୋଗ କରିଛନ୍ତି।

Advertisment

ବିଜନେସମ୍ୟାନ୍‌ ଦର୍ଶନ ହୀରାନନ୍ଦାନିଙ୍କଠାରୁ ଲାଞ୍ଚ ନେଇ ସେ ସଂସଦରେ ପ୍ରଶ୍ନ ପଚାରିବା ସହ ଏହାଦ୍ୱାରା ତାଙ୍କୁ ଫାଇଦା ପହଞ୍ଚାଇବାକୁ ଚେଷ୍ଟା କରିଥବା ଅଭିଯୋଗ କରିଛନ୍ତି। ନିଶିକାନ୍ତ ଦୁବେ ଆଡଭୋକେଟ ଅନନ୍ତ ଦେହାନ୍ଦ୍ରୀଙ୍କ ଚିଠି ଆଧାରରେ ଲୋକସଭା ସ୍ପିକରଙ୍କୁ ଚିଠି ଲେଖି ମହୁଆଙ୍କୁ ତତ୍‌କାଳନ ନିଲମ୍ବନ କରିବାକୁ ଦାବି କରିଛନ୍ତି। ମାତ୍ର ମହୁଆ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଯେ କୌଣସି ଯାଞ୍ଚ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

ବିଜେପି ସାଂସଦଙ୍କ ତରଫରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ୨୦୧୯ ମସିହାରୁ ୨୦୨୩ ମସିହା ମଧ୍ୟରେ ମହୁଆ ପଚାରିଥିବା ୬୧ ପ୍ରଶ୍ନରୁ ୫୦ଟି କେବଳ ହିରାନନ୍ଦାନୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିଲା । କ୍ୟାସ୍‌ ଓ ଗିଫ୍ଟ ବଦଳରେ ପ୍ରଶ୍ନ ପଚାରିବା ଏକ ଧର୍ତ୍ତବ୍ୟ ଅପରାଧ । ଏହି ଘଟଣାର ଯାଞ୍ଚ ପାଇଁ ମହୁଆଙ୍କ ବିରୋଧରେ ଯାଞ୍ଚ କମିଟି ବସାଇବାକୁ ନିଶିକାନ୍ତୁ ଦୁବେ ଦାବି କରିଛନ୍ତି।

Advertisment

ନିଶିକାନ୍ତ ଦୁବେ କରିଥିବା ଅଭିଯୋଗ ଅନୁଯାୟୀ, ୨୦୨୧ ମସିହାରେ ଆନ୍ତର୍ଜାତୀୟ ମିଡିଆରେ ପିଏମ୍‌ ମୋଦି ଓ ଆଦାନିଙ୍କୁ ଟାର୍ଗେଟ କରିବାକୁ ଦର୍ଶନ ହୀରାନନ୍ଦାନି ମହୁଆଙ୍କୁ ୨ କୋଟି ଟଙ୍କା ଦେଇଥିଲେ। ଏହା ପୂର୍ବରୁ ୨୦୧୯ ମସିହାରେ ଲୋକସଭା ନିର୍ବାଚନ ଲଢ଼ିବା ନିମନ୍ତେ ହିରାଚନ୍ଦାନୀ ମହୁଆଙ୍କୁ ୭୫ ଲକ୍ଷ ଟଙ୍କା ଦେଇଥିଲେ। କେବଳ ସେତିକି ନୁହେଁ, ସେ ମହୁଆଙ୍କୁ ଦାମୀ ଆଇ- ଫୋନ୍‌ ଦେବା ସହ ତାଙ୍କୁ ମିଳିଥିବା ସରକାରୀ ଘରର ଇଣ୍ଟେରିଅର କାମ ବି କରିଥିଲେ।

ଏହା ପ୍ରତି ବଦଳରେ ମହୁଆ ଦର୍ଶନ ହିରାନନ୍ଦାନୀଙ୍କୁ ନିଜ ଲୋକସଭା ଆକାଉଣ୍ଟର ପାସୱାର୍ଡ ଦେଇଥିଲେ। ତେଣୁ ମହୁଆ ପୋଷ୍ଟ କରୁଥିବା ପ୍ରଶ୍ନ ସେ ନିଜେ ହିରାନନ୍ଦାନୀଙ୍କ ଇଙ୍ଗିତରେ ପୋଷ୍ଟ କରୁଥିଲେ ନଚେତ ହିରାନନ୍ଦାନୀ ପୋଷ୍ଟ କରୁଥିଲେ।

ଦର୍ଶନ ହିରାନନ୍ଦାନୀ ରିୟଲ ଇଷ୍ଟେଟର ଆଗ ଧାଡ଼ିର ବ୍ୟବସାୟୀ ନିରଞ୍ଜନ ହିରାଚନ୍ଦାନୀଙ୍କ ପୁଅ । ଏଥିସହ ଖୁବ୍‌ ଶୀଘ୍ର ସେ କମ୍ପାନୀର ସିଇଓ ପଦ ସମ୍ଭାଳିବେ ବୋଲି ଜଣାଯାଇଛି। ରିୟଲ ଇଷ୍ଟେଟକୁ ବାଦ ଦେଲେ ଏନର୍ଜୀ, ଶିକ୍ଷା, ହେଲଥକେୟାର ବି ତାଙ୍କର ବିଜନେସ ରହିଛି। ୨୦୧୪ ମସିହାରେ ଆଦାନୀ ଗ୍ରୁପ୍‌କୁ ଧାମରା ଗ୍ରୁପ୍‌ର ଟେଣ୍ଡର ମିଳିଥିବା ବେଳେ ଦର୍ଶନ ହିରାନନ୍ଦାନୀ ବି ପ୍ରମୁଖ ଦାବିଦାର ଥିଲେ। ତାଙ୍କ ନାମ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଚଳିତ ବର୍ଷ ଜାନୁୟାରୀରେ ତାଙ୍କ ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଥିଲା।

ମାତ୍ର ଦର୍ଶନ ହିରାନନ୍ଦାନୀଙ୍କ କମ୍ପାନୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଆମେ ବିଜନେସ କରୁଛୁ, ରାଜନୀତି ନୁହଁ । ଦେଶର ଉନ୍ନତି ପାଇଁ ଆମେ ସରକାର ସହ ମିଳିତ ଭାବ କାମ କରୁଛୁ ଓ ଆଗକୁ ବି କରିବୁ ବୋଲି ସେ ଉଲ୍ଲେଖ କରିଛନ୍ତି।

Bjp TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe