Advertisment

କଂଗ୍ରେସ ଛାଡ଼ିଥିବା ଜଣେ ବିଜେପି ସାଂସଦଙ୍କୁ ନେଇ ରାହୁଲ ଗାନ୍ଧିଙ୍କ ବଡ଼ ଦାବି

କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜଣେ ସାଂସଦଙ୍କ ସମ୍ପର୍କରେ ବଡ଼ ଦାବି କରିଛନ୍ତି ରାହୁଲ ଗାନ୍ଧି।

author-image
Hemant Lenka
Rahul Gandhi

Rahul Gandhi

କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜଣେ ସାଂସଦଙ୍କ ସମ୍ପର୍କରେ ବଡ଼ ଦାବି କରିଛନ୍ତି ରାହୁଲ ଗାନ୍ଧି। ଉକ୍ତ ବିଜେପି ସାଂସଦ ଜଣଙ୍କ ତାଙ୍କୁ କହିଛନ୍ତି ଯେ ବିଜେପିରେ ସବୁ କିଛି ଗୁଲାମୀ କାମ ଚାଲିଛି। ବିଜେପିରେ କର୍ମୀମାନଙ୍କ କଥାକୁ ଗୁରୁତ୍ୱ ଦିଆଯାଏ ନାହିଁ ବୋଲି ସାଂସଦ ଜଣଙ୍କ କହିଥିବା ରାହୁଲ ଗାନ୍ଧି ଆଜି ସମସ୍ତଙ୍କୁ କହିଛନ୍ତି।

Advertisment

ନାଗପୁରରେ କଂଗ୍ରେସ ପକ୍ଷରୁ ଆଜି ଠାରୁ ‘ହଁ ଆମେ ପ୍ରସ୍ତୁତ’ ରାଲିକୁ ରାହୁଲ ଗାନ୍ଧି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, “ପୂର୍ବରୁ କଂଗ୍ରେସରେ ଥିବା ଜଣେ ବିଜେପି ସାଂସଦ ମୋତେ ବ୍ୟକ୍ତଗତ ଭାବେ ଭେଟିଥିଲେ। ଏହି ସମୟରେ ସେ ମୋତେ କହିଥିଲେ ଯେ ବିଜେପିରେ ସବୁ କିଛି ଗୁଲାମୀ କାମ ଚାଲିଛି।

ସେ ମୋତେ ଆହୁରି କହିଥିଲେ ଯେ କଂଗ୍ରେସ ଏବେ ମୋ ହୃଦୟରେ ରହିଛି। ବିଜେପିରେ ଉପରୁ ଆସୁଥିବା ନିର୍ଦ୍ଦେଶକୁ ପାଳନ କରାଯାଏ। କେହି ବି ଦଳୀୟ କର୍ମୀଙ୍କ କଥା ଶୁଣନ୍ତି ନାହିଁ। ଜଣେ କୌଣସି କାମକୁ ପସନ୍ଦ କରିବା ଓ ନ କରିବାର ବିକଳ୍ପ ବିଜେପିରେ ନଥିବା ଉକ୍ତ ସାଂସଦ ଜଣଙ୍କ ମୋତେ କହିଛନ୍ତି।”

Advertisment

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧି କହିଛନ୍ତି ଯେ ଏବେ ଇଡି ଓ ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାଗୁଡ଼ିକ ସରକାରଙ୍କ ଚାପରେ ଅଛନ୍ତି।

Rahul Gandhi Congress