Advertisment

ସଂସଦରେ ଗ୍ୟାସ୍ ସ୍ପ୍ରେ; ଅଭିଯୁକ୍ତର ବାପାଙ୍କ ଅନୁରୋଧରେ ପାସ୍ ଦେଇଥିଲେ ସାଂସଦ

ଅଭିଯୁକ୍ତ ସାଗରର ବାପା ସାଂସଦଙ୍କଠାରୁ ଅନୁରୋଧ କରି ପୁଅ ପାଇଁ ଭିଜିଟର୍ସ ପାସ୍ ଆଣିଥିଲେ।

BJP MP Pratap Simha

BJP MP Pratap Simha

Advertisment

ସଂସଦ ଭବନକୁ ଅନୁପ୍ରବେଶ ଘଟଣାରେ ବ୍ୟବହାର ହୋଇଛି ବିଜେପି ସାଂସଦ ପ୍ରତାପ ସିମ୍ହାଙ୍କ ଭିଜିଟର୍ସ ପାସ୍। ନିଜେ ସାଂସଦ ବାଚସ୍ପତିଙ୍କୁ ଭେଟି ଏ ବାବଦରେ ଜଣାଇଛନ୍ତି। ଅନୁପ୍ରବେଶ କରିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସାଗର ଶର୍ମା ମୈସୁର ସାଂସଦ ପ୍ରତାପ ସିମ୍ହାଙ୍କ ଦର୍ଶକ ପାସ୍ ବ୍ୟବହାର କରିଛନ୍ତି।   

Advertisment

କିନ୍ତୁ ସାଗର, ସାଂସଦ ସିମ୍ହାଙ୍କୁ ସିଧାସଳଖ ଭିଜିଟର୍ସ ପାସ୍ ପାଇନାହାନ୍ତି। ସାଗରର ବାପା ସାଂସଦଙ୍କଠାରୁ ଅନୁରୋଧ କରି ପୁଅ ପାଇଁ ଭିଜିଟର୍ସ ପାସ୍ ଆଣିଥିଲେ। ପ୍ରତାପ ସିମ୍ହା ବାଚସ୍ପତିଙ୍କୁ ଭେଟି ଏ ବାବଦରେ ଜଣାଇଛନ୍ତି।

ସିମ୍ହା ବାଚସ୍ପତିଙ୍କୁ ଭେଟି କହିଛନ୍ତି ଯେ, ଅଭିଯୁକ୍ତ ସାଗର ଶର୍ମାଙ୍କ ବାପା ତାଙ୍କଠାରୁ ଭିଜଟର୍ସ ପାସ୍ ନେଇଥିଲେ। ସେ ମୈସୁର ନିର୍ବାଚନମଣ୍ଡଳୀରେ ରୁହନ୍ତି। ନୂଆ ସଂସଦ ଭବନ ପରିଦର୍ଶନ କରିବା ପାଇଁ ପାସ୍ ଦେବାକୁ ଅନୁରୋଧ କରିଥିଲେ। ସେଥିପାଇଁ ଭିଜିଟର୍ସ ପାସ୍ ଦେଇଥିଲି। କେବଳ ଭିଜିଟର୍ସ ପାସ୍ ଦେବା ଛଡା ଘଟଣା ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ କି, ସେ ଗ୍ୟାସ୍ ସ୍ପ୍ରେ ବାବଦରେ କିଛି ବି ଜାଣିନାହାନ୍ତି ବୋଲି ଲୋକସଭା ବାଚସ୍ପତିଙ୍କୁ ଓମ୍ ବିର୍ଲାଙ୍କୁ କହିଛନ୍ତି। 

Advertisment

ଗତକାଲି ଅଧିବେଶନ ଚାଲିଥିବା ସମୟରେ ସାଗର ଶର୍ମା ଏବଂ ତାଙ୍କର ଜଣେ ସହଯୋଗୀ ମନୋରଞ୍ଜନ ଡି ସଂସଦ ଭବନକୁ ଅନୁପ୍ରବେଶ କରିଥିଲେ। ଦୁହେଁ ଭ୍ରମଣକାରୀ ଗ୍ୟାଲେରୀରୁ ହଠାତ୍ ସଂସଦଙ୍କ ଚାମ୍ବରକୁ ଡେଇଁ ପଡିଥିଲେ। ଗୃହ ଭିତରେ ସାଂସଦମାନେ ସେମାନଙ୍କୁ ଧରିବା ପୂର୍ବରୁ ହଳଦିଆ ରଙ୍ଗର ଗ୍ୟାସ ସ୍ପ୍ରେ କରିବାରେ ସଫଳ ହୋଇଥିଲେ। ଅନ୍ୟ କିଛି ଯୁବକ ମଧ୍ୟ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗ୍ୟାସ୍ ସ୍ପ୍ରେ କରିଥିଲେ।

ଏହି ଘଟଣାରେ 6 ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ କହୁଛି। ବର୍ତ୍ତମାନ ସୁଦ୍ଧା ଜଣେ ମହିଳାଙ୍କ ସମେତ 5 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅନ୍ୟ ଜଣଙ୍କୁ ଖୋଜାଖୋଜି କରୁଛି ପୁଲିସ। 

Parliament Lok Sabha Parliament Security Breach BJP MP Pratap Simha Gas Spray In Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe