Advertisment

୩୦ ଦିନ ଭିତରେ ବଙ୍ଗଳା ଖାଲି କରିବାକୁ ବିଧାୟକ ହୋଇଥିବା ବିଜେପି ସାଂସଦଙ୍କୁ ନିର୍ଦ୍ଦେଶ

ଗୁରୁବାର ଲୋକସଭା ବାଚସ୍ପତି ଓମ ବିର୍ଲା ୯ ଜଣ ସାଂସଦଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ ମଧ୍ୟ ରହିଥିଲେ।

author-image
Hemant Lenka
LS

LS

ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଜିତିଥିବା ବିଜେପି ସାଂସଦମାନଙ୍କୁ ମାସକ ମଧ୍ୟରେ ନିଜ ନିଜର ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ମିଳିଛି। ସାଂସଦ ହେବା ପରେ ବିଜେପି ସାଂସଦମାନଙ୍କୁ ଦିଲ୍ଲୀରେ ସରକାରୀ ବଙ୍ଗଳା ମିଳିଥିଲା।

Advertisment

କିଛି ସାଂସଦ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। କିଛି ମଧ୍ୟ ପରାସ୍ତ ହୋଇଛନ୍ତି। ଯେଉଁମାନେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଓ ସେମାନଙ୍କ ଇସ୍ତଫାପତ୍ର ଲୋକସଭା ବାଚସ୍ପତିଙ୍କୁ ପଠାଇ ସାରିଛନ୍ତି, ସେମାନଙ୍କୁ ସରକାରୀ ବଙ୍ଗଳା ତୁରନ୍ତ ଖାଲି କରିବାକୁ କୁହାଯାଇଛି।

ଗୁରୁବାର ଲୋକସଭା ବାଚସ୍ପତି ଓମ ବିର୍ଲା ୯ ଜଣ ସାଂସଦଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ପ୍ରହ୍ଲାଦ ପଟେଲ ମଧ୍ୟ ରହିଥିଲେ।

Advertisment

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟତୀତ ସାଂସଦ ପଦରୁ ଇସ୍ତଫା ଦେଇଥିବା ବିଜେପି ନେତାମାନେ ହେଲେ ମଧ୍ୟପ୍ରଦେଶର ରାକେଶ ସିଂହ, ଉଦୟ ପ୍ରତାପ ସିଂହ, ରିତି ପାଠକ, ରାଜସ୍ଥାନର ଦିୟା କୁମାରୀ ଓ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର, ଛତିଶଗଡ଼ର ଗୋମାତି ସାଇ ଓ ଅର୍ଜୁନ ସାଓ। ରାଜ୍ୟସଭା ସାଂସଦ କିରୋଡି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଛନ୍ତି।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅତିରିକ୍ତ ଚାର୍ଜ ଅର୍ଜୁନ ମୁଣ୍ଡାଙ୍କୁ ଦେଇଥିବା ବେଳେ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଅତିରିକ୍ତ ଭାବେ ଜଲ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦ ଦାୟିତ୍ୱ ଦେଇଛନ୍ତି।

ଶୋଭା କାରନଡାଲଜେ ବର୍ତ୍ତମାନ କୃଷି ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ତାଙ୍କୁ ଅତିରିକ୍ତ ଭାବେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ରାଷ୍ଟ୍ରମନ୍ତ୍ରୀ ପଦ ମଧ୍ୟ ମିଳିଛି। ଭାରତୀ ପ୍ରବୀଣ ପାୱରଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ସହ ଅତିରିକ୍ତ ମନ୍ତ୍ରୀ ପଦ ସମ୍ଭାଳିବେ।

Bjp