Advertisment

ଆସିଲା ସିବିଆଇର ତଦନ୍ତ ରିପୋର୍ଟ, ବିଜେପି ଏବେ ମନମୋହନଙ୍କୁ କ୍ଷମା ମାଗୁ କହିଲେ ସଞ୍ଜୟ

ଏନସିପି ନେତା ପ୍ରଫୁଲ ପଟେଲ ଲିଜ୍‌ ପ୍ରଦାନ ବେଳେ ୟୁପିଏ ସରକାରରେ ବିମାନ ଚାଳଚଳ ମନ୍ତ୍ରୀ ଥିଲେ। ଏବେ ସେ ଅଜିତ ପାୱାରଙ୍କ ସହ ଏନଡିଏରେ ସାମିଲ ହୋଇଛନ୍ତି। ସେ ଏନଡିଏକୁ ଆସିବା ପରେ ତାଙ୍କ ନାଁରେ ଚାଲିଥିବା ସିବିଆଇ ମାମଲାକୁ ବନ୍ଦ କରି ଦିଆଯାଇଛି।

author-image
Hemant Lenka
Sanjay Raut

Sanjay Raut

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ବିଜେପି କ୍ଷମା ମାଗୁ ବୋଲି ଆଜି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସ ମିଶ୍ରଣ ମାମଲା ବନ୍ଦ କରିବାକୁ ସିବିଆଇ ରିପୋର୍ଟ ଦେବା ପରେ ଶ୍ରୀ ରାଉତ ଏପରି କହିଛନ୍ତି।

Advertisment

ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାର ଲାଇନ୍ସର ମିଶ୍ରଣ ପରେ ଏନଏସିଆଇଏଲ ଗଠନ ହୋଇଥିଲା। ଏହି ସମୟରେ ୟୁପିଏ କ୍ଷମତାରେ ଥିଲା। ମିଶ୍ରଣ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।

ବେଆଇନ ଭାବେ ଏନଏସିଆଇଏଲ ଗଠନ କରାଯାଇଥିଲା। ଦଖଲ ପ୍ରକ୍ରିୟା ଚାଲିଥିବା ବେଳେ ବିମାନକୁ ଲିଜ୍‌ରେ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଜେପି ମନମୋହନଙ୍କ ବିରୋଧରେ ତଦନ୍ତ ଦାବି କରିଥିଲା। ତତ୍କାଳୀନ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ ପଟେଲଙ୍କ ନାଁରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଏବେ ସିବିଆଇ ମାମଲା ବନ୍ଦ କରିବା ପାଇଁ ଦାଖଲ କରିଥିବା ରିପୋର୍ଟରେ କୌଣସି ଅନିୟମିତତା ହୋଇ ନଥିବା କହିଛି।

Advertisment

ଏନସିପି ନେତା ପ୍ରଫୁଲ ପଟେଲ ଲିଜ୍‌ ପ୍ରଦାନ ବେଳେ ୟୁପିଏ ସରକାରରେ ବିମାନ ଚାଳଚଳ ମନ୍ତ୍ରୀ ଥିଲେ। ଏବେ ସେ ଅଜିତ ପାୱାରଙ୍କ ସହ ଏନଡିଏରେ ସାମିଲ ହୋଇଛନ୍ତି। ସେ ଏନଡିଏକୁ ଆସିବା ପରେ ତାଙ୍କ ନାଁରେ ଚାଲିଥିବା ସିବିଆଇ ମାମଲାକୁ ବନ୍ଦ କରି ଦିଆଯାଇଛି।

ଏ ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି, ମନମୋହନ ସିଂହଙ୍କ ସରକାର ବେଳେ ବିମାଚ ଚଳାଚଳ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି ଚିତ୍କାର କରିଥିଲା। ତେଣୁ ଏବେ ବିଜେପି କ୍ଷମା ମାଗୁ।

କାରଣ ସିବିଆଇ କୌଣସି ପ୍ରକାରର ବେଆଇନ କାମ ହୋଇ ନାହିଁ ବୋଲି କହିଛି। ଯଦି ବେଆଇନ କାମ ହୋଇନାହିଁ, ତା’ହେଲେ ବିଜେପି ନିଜର କାମ ପାଇଁ ମନମୋହନ ସିଂହଙ୍କୁ କ୍ଷମା ମାଗୁ ବୋଲି ସେ କହିଛନ୍ତି।

Shiv Sena Sanjay Raut