Advertisment

ବିଜେପିର ଦମ୍ଭ: ୨୦୨୪ରେ ୧୦୦ ବିଧାୟକ ଜିତିବୁ

ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ ଖାରବେଳ ସ୍ୱାଇଁ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ସରକାର କରିବ।

ଅଦ୍ୟତନ ହୋଇଛି
undefined

Kharabela Swain

Advertisment

ତିନି ରାଜ୍ୟରେ ବାଜିମାତ ପରେ ଓଡ଼ିଶା ବିଜେପି ଉତ୍ସାହିତ। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦମ୍‌ ଦେଖାଇବ ବୋଲି ବିଜେପି ଦମ୍ଭୋକ୍ତି ପ୍ରକାଶ କରିଛି। ଖାଲି ଦମ୍ଭ ଦେଖାଇନି, ୧୦୦ ପାଖାପାଖି ବିଧାୟକ ଓ ୧୫ରୁ ଊର୍ଦ୍ଧ୍ୱ ସାଂସଦ ଜିତିବେ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ମହାମେଘବାହନ ଐର ଖାରବେଳ ସ୍ୱାଇଁ।

Advertisment

ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ ଖାରବେଳ ସ୍ୱାଇଁ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ସରକାର କରିବ। ଯେମିତି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ କିନ୍‌ କଣ୍ଟେଷ୍ଟ ହେବ ବୋଲି ସମସ୍ତେ କହୁଥିଲେ କିନ୍ତୁ ହେଲାନାହିଁ, ଠିକ୍‌ ସେମିତି ଓଡ଼ିଶାରେ ହେବ। ଆଉ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ପାଖାପାଖି ୧୦୦ ଆସନ ପାଇବୁ। ଲୋକସଭାରେ ୧୫ରୁ ଅଧିକ ଆସନ ପାଇବୁ ବୋଲି ଆଶା ରଖିଛୁ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନ ସମୟରେ ବିଜେପି ଭିତରେ ଗଣ୍ଡଗୋଳ ଚାଲୁଥିଲା ବୋଲି ଖବରକାଗଜରେ ଲେଖାଯାଉଥିଲା। ହେଲେ ରେଜଲ୍ଟ କଣ ହେଲା? ଲୋକ ମୋଦିଙ୍କ ନାଁରେ ଭୋଟ୍‌ ଦେଉଛନ୍ତି। ଆଗରୁ ଯାହା ହୋଇନଥିଲା, ଆଗାମୀ ନିର୍ବାଚନରେ ଓଡ଼ିଶାରେ ତାହା ହେବ ସେ କହିଛନ୍ତି।

Advertisment

ଖାରବେଳ ସ୍ୱାଇଁ ଆହୁରି କହିଛନ୍ତି, ଦିଲ୍ଲୀରେ ପୂର୍ବରୁ ଗୋଟିଏ ଧାରଣା ଥିଲା ଓଡ଼ିଶାରେ ବିଜେପି ନିଜେ ଜିତି ପାରିବ ନାହିଁ। ବରଂ ବିଜେଡି ସହିତ ଟିକେ ସମ୍ପର୍କ ରଖିଥିଲେ ଭଲ। ସେଥିପାଇଁ ଅନ୍ୟ ରାଜ୍ୟରେ ଯେଉଁ ପରିମାଣରେ ବିଜେପି ଲଢ଼ୁଛି, ସେହି ହିସାବରେ ଓଡ଼ିଶାରେ ଜୋର ଦେଉନଥିଲା। ୩ ରାଜ୍ୟର ଫଳାଫଳ ପରେ ଓଡ଼ିଶା ପ୍ରତି ଥିବା ସେହି ଧାରଣା ବଦଳିଲାଣି। ସେଥିପାଇଁ ବିଜେପି ତା’ ନେତୃତ୍ୱ ତିଆରି କରୁଛି। ନିର୍ବାଚନର ୬ ମାସ ବା ବର୍ଷେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛାଯାଏନି। ଆହୁରି ୪ ମାସ ରହିଛି। ରାଜନୀତିରେ ୭ ଦିନ ହେଉଛି ବେଶ୍‌ ଦୀର୍ଘ ସମୟ। ମୁଁ ଭାବୁଛି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ। ନହେଲେ ମୋଦିଙ୍କ ନାଁରେ ନିର୍ବାଚନକୁ ଯିବୁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ନିଜର ଭବିଷ୍ୟତ ନେଇ ଖାରବେଳ ସ୍ୱାଇଁ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ମୁଁ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବି। ମୁଁ ଓଡ଼ିଶାର ଏକମାତ୍ର ଲୋକ ବିଧାୟକ ଭାବେ କେବେ ଲଢ଼ିନାହିଁ। ଲୋକସଭା ପାଇଁ ୮ ଥର ଲଢ଼ିଛି। ଏଥର ବାଲେଶ୍ୱରରୁ ଲଢ଼ିବି। କନ୍ଧମାଳରୁ ଲଢ଼ିବି ନାହିଁ ବୋଲି ସଭାପତିଙ୍କୁ କହିଦେଇଛି। ବାଲେଶ୍ୱରରୁ ଲଢ଼ିଲେ ୪ ଲକ୍ଷ ଭୋଟରେ ଜିତିବି। ସେଠାରେ ମୋର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ବୋଲି ସେ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ଲଢ଼ିବା ନେଇ ଖାରବେଳ ସ୍ୱାଇଁ କହିଛନ୍ତି, ଅଶ୍ୱିନୀ ବୈଷ୍ଣବ କେବେ ବାଲେଶ୍ୱର ଆସୁନାହାନ୍ତି। ଗତ ୬ ମାସ ଭିତରେ ସେ କେତେଥର ଏଠାକୁ ଆସିଛନ୍ତି? ଯିଏ ଲଢ଼ିବ, ସିଏ କ’ଣ ତା’ ନିର୍ବାଚନ ମଣ୍ଡଳୀକୁ ଆସିବନି? ରାଜସ୍ଥାନରେ ବିଜେପିର ବିଜୟ ପରେ ସେ କିଭଳି ଏଠାରୁ ଲଢ଼ିବେ ବୋଲି ଖାରବେଳ ସ୍ୱାଇଁ କହିଛନ୍ତି।

Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe