ପଦ୍ମପୁରବାସୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ଉଚିତ୍: ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁରବାସୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ଉଚିତ୍। ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ବିଦା ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଜି ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳି ଆଲିପୁର ଗ୍ରାମରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏକ ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଲ୍ଲେଖ କରିବା ସହ ସେ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମନମୁଖୀ […]

pradip

pradip

Niranjan Mishra
  • Published: Sunday, 27 November 2022
  • Updated: 27 November 2022, 08:59 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପଦ୍ମପୁରବାସୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ଉଚିତ୍। ଏହା କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ବିଦା ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଜି ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳି ଆଲିପୁର ଗ୍ରାମରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏକ ଜନ ସମ୍ପର୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି।

ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଲ୍ଲେଖ କରିବା ସହ ସେ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମନମୁଖୀ ବିଜେଡି ଶାସନକୁ ଚେତାବନୀ ଦେବା ପାଇଁ ତଥା ନବୀନ ପଟ୍ଟନାୟକଙ୍କ ପ୍ରଶାସନିକ ଅହଙ୍କାର ଚୁରମାର କରିବା ପାଇଁ ପଦ୍ମପୁରବାସୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ଉଚିତ୍। ଏଥିପାଇଁ ପଦ୍ମପୁର ବାସୀଙ୍କୁ ସେ ଆହ୍ୱାନ ଓ ଅନୁରୋଧ କରୁଛନ୍ତି। ଓଡ଼ିଶାରେ ପରିବର୍ତ୍ତନ ସମୟ ଆସିଗଲାଣି। ନବୀନଙ୍କ ପରିବାର ଓଡ଼ିଶାରେ ୩୧ ବର୍ଷ ଶାସନ କରିବାର ଅଧିକାର ଲୋକେ ଦେଇଛନ୍ତି। ତାଙ୍କ ପରିବାର ପ୍ରତି ଲୋକେ ଅନ୍ୟାୟ କରିନାହାନ୍ତି। ଏହା ନବୀନ ଜାଣିବା ଉଚିତ୍। ଯେଉଁ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ଶୁଣିବେ ନାହିଁ, ଏମ୍‌ଏଲ୍‌ଏଙ୍କ କଥା ଶୁଣିବେନି ଏବଂ ପ୍ରଶାସନିକ ଅଧିକାରୀମାନେ ସବୁ କଥାରେ ନିଷ୍ପତ୍ତି ନେବେ ଏହା ଚଳିବନି। ଲୋକେ ଆଜି ଜିଲ୍ଲାପାଳଙ୍କ ଅଫିସ୍‌ ଓ ଏସ୍‌ପିଙ୍କ ଅଫିସ୍ ଉପରେ ସନ୍ଦେହ କରୁଛନ୍ତି। ନିରପେକ୍ଷ ତଦନ୍ତ ହେବ କି ନାହିଁ ସମସ୍ତେ ସନ୍ଦେହ କରୁଛନ୍ତି। ପୁଲିସ ବଟି ମାଗି କ୍ରାଇମ୍ କରୁଛି।

୨୦୧୯ରେ ତାଙ୍କୁ ହରାଇବା ପାଇଁ ପ୍ରଶାସନିକ କଳ ଚେଷ୍ଟା କରିଥିଲା। ହେଲେ ତାଙ୍କ ଭାଗ୍ୟ କେହି ବଦଳାଇ ପାରିବେ ନାହିଁ। ସେ ନିଶ୍ଚିତ ଯେ ପଦ୍ମପୁରରେ ଫୁଲ ଫୁଟିବ। ଭଦ୍ରକରେ ହାରିବା ନେଇ ନବୀନ ସମୀକ୍ଷା କରନ୍ତୁ। ତାଙ୍କ ପାଖରେ ବସୁଥିବା ଲୋକଙ୍କୁ ହଟାଇ ଦିଅନ୍ତୁ। ପଦ୍ମପୁରରେ ବିଜୟ ମିଳିଯାଇପାରେ।

ପଦ୍ମପୁରରେ ରେଳ ଲାଇନ୍‌ ପାଇଁ ୩୦୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ହେଲେ ବ୍ରହ୍ମପୁରରୁ ରାଉରକେଲା ରେଳ ଲାଇନ୍ ପାଇଁ ଟଙ୍କାଟିଏ ବ୍ୟବସ୍ଥା ହେଲାନି। ଚାରିଆଡେ ବୀମାନ ବନ୍ଦର ହେଉଛି। ହେଲେ ଗଞ୍ଜାମରେ ନାହିଁ। ଏହା ନବୀନଙ୍କ ଜିଲ୍ଲା। ୧୩ ବିଧାୟକ ଓ ୨ ସାଂସଦ ତାଙ୍କର, ହେଲେ ଏଠି ବୀମାନ ବନ୍ଦର କାହିଁକି ହେବନି। କେମିକାଲ ଫ୍ୟାକ୍ଟ୍ରି କରିବେ କହୁଛନ୍ତି, ଲୋକଙ୍କୁ ମାଟି କରିବେ ନା କ’ଣ ବୋଲି ସେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି।

ଦରଦାମ୍‌ ବୃଦ୍ଧିକୁ ଦେଖି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସରକାର ଏଠାରେ ବୃଦ୍ଧବୃଦ୍ଧାଙ୍କ ଭତ୍ତା ବଢ଼ାଇଛନ୍ତି। ହଜାରେରୁ ୨ ହଜାର ଟଙ୍କା ସହାୟତା ଦିଆଯାଉଛି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଅସହାୟଙ୍କ ଭତ୍ତା ବଢ଼ୁନି। ସେମାନେ କେମିତି ଚଳିବେ ବୁଝିବା କଥା। ମମତା ଯୋଜନାରେ ଯଦି ଗର୍ଭବତୀମାନଙ୍କୁ ମାତ୍ର ୫ ହଜାର ଟଙ୍କା ଲେଖାଏଁ ମିଳିବ, ତେବେ ମାସକୁ ସେମାନେ କେତେ ଟଙ୍କା ପୃଷ୍ଟିକର ଖାଦ୍ୟ ଖାଇବେ, ଔଷଧ ଓ ଚିକିତ୍ସା କେମିତି କରାଇବେ ବୁଝିବା କଥା।

ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ସହିତ ଲୋକଙ୍କ ଭାବାବେଗ ଜଡ଼ିତ ଥିବାରୁ ଭୋଟ ହାତେଇବା ପାଇଁ ବିଜେପିର ରାମମନ୍ଦିର ଉନ୍ନତିକରଣ ଢାଞ୍ଚାରେ ଧାର୍ମିକସ୍ଥଳ ଉନ୍ନତିକରଣ ଉପରେ ଫୋକସ୍ କରିଛି ବିଜେଡି। ହେଲେ ଏହା ବିଜେଡିକୁ ଭୋଟ୍ ଜିତିବାରେ ସହାୟ ହେବନି। ଟଙ୍କା ବାଣ୍ଟି ଭୋଟ ଜିତିବାକୁ ପ୍ରୟାସ ନ କରି ଲୋକଙ୍କ ପାଇଁ ସ୍ଥାୟୀ କିଛି କରନ୍ତୁ ବୋଲି ସେ ନବୀନଙ୍କୁ ଟାର୍ଗେଟ କରି କହିଛନ୍ତି।

ସେହିପରି ବିଜେପି ଓ କଂଗ୍ରେସ ଭିତରେ ଥିବା ଗୋଷ୍ଠୀ ବିବାଦ ଅନ୍ତ କରି ଦୁଇଦଳର ନେତାମାନେ ଓଡ଼ିଶା ପାଇଁ ଲଢ଼ନ୍ତୁ ବୋଲି ସେ ମତ ପ୍ରକାଶ କରି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି।

ଅନ୍ୟପଟେ ଏହାର ଉତ୍ତର ରଖିଛନ୍ତି ବିଜେଡି ଗଞ୍ଜାମ ଜିଲା ସଭାପତି ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ। ଦଳରୁ ତଡା ଖାଇବା ପରେ ପ୍ରଦୀପ ବ୍ୟତିବସ୍ତ ହୋଇପଡିଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos