Advertisment

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ

ସେହିପରି ସମ୍ବଲପୁର ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାର ତାଲିକାରେ ରହିଛି। ତାଲିକାର ୧୨ ନମ୍ବର ସ୍ଥାନରେ ତାଙ୍କ ନାଁ ରହିଛି।

mohan charan majhi

mohan charan majhi

Advertisment

ଝାରଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତା’ର ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ଏହି ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁ ମଧ୍ୟ ରହିଛି।

Advertisment

ଷ୍ଟାର ପ୍ରଚାରକ ହେବା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମାଝୀ ଏକଦା ଝାରଖଣ୍ଡ ଯାଇଥିଲେ। ଏବେ ତାଙ୍କୁ ବିଜେପି ବିଧିବଦ୍ଧ ଭାବେ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। ଏହାର ଅର୍ଥ ସେ ଝାରଖଣ୍ଡରେ ବିଜେପି ପାଇଁ ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ମାଗିବେ। ଦଳ ଜାରି କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକାର ୧୭ନଂ ସ୍ଥାନରେ ଶ୍ରୀ ମାଝୀଙ୍କ ନାଁ ରହିଛି।

ସେହିପରି ସମ୍ବଲପୁର ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାର ତାଲିକାରେ ରହିଛି। ତାଲିକାର ୧୨ ନମ୍ବର ସ୍ଥାନରେ ତାଙ୍କ ନାଁ ରହିଛି।

Advertisment

ଓଡ଼ିଶା ସୀମାନ୍ତକୁ ଝାରଖଣ୍ତ ଲାଗିଛି। ଝାରଖଣ୍ଡର ସଢ଼େଇକଳା ଓ ଜାମସେଦପୁର ଭଳି ଅନେକ ଅଞ୍ଚଳରେ ଓଡ଼ିଆ ଭାଷାବାସୀ ଲୋକ ରହୁଛନ୍ତି। ସେମାନଙ୍କୁ ନିଜ ପାଖକୁ ଆଣିବା ପାଇଁ ବିଜେପି ମୋହନ ମାଝୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ରଖିଥିବା କୁହାଯାଉଛି। 

ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମାଝୀଙ୍କ ବ୍ୟତୀତ ଏକାଧିକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ୪୦ ଜଣିଆ ତାଲିକାରେ ରହିଛନ୍ତି। ତାଲିକାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତୀନ ଗଡକରୀ ଓ ଶିବରାଜ ସିଂହ ଚୌହାନ ପ୍ରମୁଖ ରହିଛନ୍ତି।

ଏହାବାଦ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ପ୍ରମୁଖ ତାଲିକାରେ ଅଛନ୍ତି।

ଜେଏମଏମରୁ ଆସି ବିଜେପିରେ ମିଶି ଟିକେଟ ପାଇଥିବା ଚମ୍ପାଇ ସୋରେନ ଓ ସୀତା ସୋରେନ ମଧ୍ୟ ଦଳର ଷ୍ଟାର ପ୍ରଚାରକ ଭାବେ କାର୍ଯ୍ୟ କରିବେ।

ଝାରଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୨୦ ରେ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ରେଜଲ୍ଟ ବାହାରିବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ତାରିଖ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି।

Jharkhand Mohan Charan Majhi Jharkhand Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe