Advertisment

କିଏ ହେବେ ମୁଖ୍ୟମନ୍ତ୍ରୀ? ୩ ରାଜ୍ୟକୁ ୯ ପର୍ଯ୍ୟବେକ୍ଷକ ପଠାଇଲା ବିଜେପି

ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି ଦଳ। ଏହି ତିନି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତା'ର ନିଷ୍ପତ୍ତି ନେବେ ପୁରୁଖା ନେତା।

ଅଦ୍ୟତନ ହୋଇଛି
Narendra Modi, Rajnath Singh & Amit Shah

Narendra Modi, Rajnath Singh & Amit Shah

Advertisment

ତିନି ରାଜ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଚାଲିଛି ବିଜେପି ପାର୍ଟି ଅଫିସରେ ମାନସ ମନ୍ଥନ। କେଉଁ ଚେହେରା ୨୦୨୪ ଫାଇଟ୍ ପାଇଁ ଦଳକୁ ଶକ୍ତି ଯୋଗାଇବ, ସେଥିପାଇଁ ଦଳ ଡାକୁଛି ଘନ ଘନ ବୈଠକ। ତଥାପି, ନିର୍ବାଚନ ଫଳାଫଳ ପ୍ରକାଶକୁ ପାଞ୍ଚ ଦିନ ବିତି ଯାଇଥିଲେ ବି ବିଜେପି ଏଯାଏଁ ନେଇପାରୁନି ସଠିକ୍ ନିଷ୍ପତ୍ତି। ଏହାରି ମଧ୍ୟରେ ଏହି ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି ଦଳ।

Advertisment

ସଦ୍ୟତମ ନିର୍ବାଚନ ଜିତିଥିବା ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି ଦଳ। ଏହି ତିନି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତା'ର ନିଷ୍ପତ୍ତି ନେବେ ପୁରୁଖା ନେତା। ଏଥିପାଇଁ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଦଳର ସାଧାରଣ ସମ୍ପାଦକ ବିନୋଦ ତାୱେଡ ଏବଂ ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କୁ ରାଜସ୍ଥାନ ପଠାଯାଇଛି।

ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଦୁଇ ବରିଷ୍ଠ ନେତା କେ. ଲକ୍ଷ୍ମଣ ଓ ଆଶା ଲାକ୍ରାଙ୍କୁ ମଧ୍ୟ ପ୍ରଦେଶ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ। ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ କୁମାର ଗୌତମଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି। 

Advertisment
Bjp BJP Central Observers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe