Advertisment

ବିଜେପି ଇତିହାସରେ ପ୍ରଥମ: ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପ୍ରାର୍ଥୀଙ୍କ ନାଁ ଜାରି କଲା ଦଳ

ଦିନକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏହି ବୈଠକରେ ଦୁଇ ରାଜ୍ୟ ପାଇଁ କିଛି ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ସେହିପରି ନିର୍ବାଚନ ପାଇଁ ଦଳ ବୈଠକରେ ରଣନୀତି ମଧ୍ୟ ପ୍ରସ୍ତୁତ କରିଥିଲା।

undefined

BJP

Advertisment

କେନ୍ଦ୍ରରେ କ୍ଷମତାସୀନ ବିଜେପି ତା’ର ରାଜନୀତିକ କ୍ୟାରିୟର୍‌ରେ ଯାହା କରି ନଥିଲା, ଏବେ ଦଳ ପ୍ରଥମଥର ପାଇଁ ସେମିତି କିଛି କରିଛି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦଳ ଏଥିରେ ଲଢ଼ିବାକୁ ଥିବା କିଛି ପ୍ରାର୍ଥୀଙ୍କ ନାଁ ବଧିବଦ୍ଧ ଭାବେ ଜାରି କରିଛି।

Advertisment

ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ନିର୍ବାଚନ କମିଶନ ଏଥିପାଇଁ ଏଯାଏ ତାରିଖ ଘୋଷଣା କରି ନାହାନ୍ତି। କିନ୍ତୁ ବିଜେପି ପକ୍ଷରୁ ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି।

ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୨୧ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସେହିପରି ମହାରାଷ୍ଟ୍ର ବିଧାନସଭାର ୨୩୦ ଆସନ ମଧ୍ୟରୁ ୩୯ଟି ସ୍ଥାନରେ କେଉଁମାନେ ପ୍ରାର୍ଥୀ ହେବେ, ସେମାନଙ୍କ ନାଁ ସାର୍ବଜନୀନ କରାଯାଇଛି।

Advertisment

ଦିନକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏହି ବୈଠକରେ ଦୁଇ ରାଜ୍ୟ ପାଇଁ କିଛି ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ସେହିପରି ନିର୍ବାଚନ ପାଇଁ ଦଳ ବୈଠକରେ ରଣନୀତି ମଧ୍ୟ ପ୍ରସ୍ତୁତ କରିଥିଲା।

ଏହି ବୈଠକ ପରେ ଛତିଶଗଡ଼ର ୨୧ ଓ ମଧ୍ୟପ୍ରଦେଶର ୩୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଜାଣିବା ଓ ନିର୍ବାଚନ ପୂର୍ବରୁ ଏହାକୁ ସମାଧାନ କରିବା ଲକ୍ଷ୍ୟରେ ବିଜେପି ନେତୃବୃନ୍ଦ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ଜଣାପଡ଼ିଛି।

କର୍ଣ୍ଣାଟକାରେ ବିଜେପି ହାରିବା ପରେ ଦଳ ସମାନ ଦଶା ଆଉ କେଉଁ ରାଜ୍ୟରେ ନ ଭୋଗିବ,ସେଥିପାଇଁ ସମୟ ଥାଉ ଥାଉ ରଣନୀତି ତିଆରି କରିବାରେ ଲାଗିଛି। ଚଳିତ ବର୍ଷ ଛତିଶଗଡ଼, ମଧ୍ୟପ୍ରଦେଶ ବ୍ୟତୀତ ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ରାଜସ୍ଥାନ ଓ ଛତିଶଗଡ଼ରେ ଏବେ କଂଗ୍ରେସ କ୍ଷମତାରେ ରହିଛି। ତେଲେଙ୍ଗାନାରେ କେସିଆର ଥିବା ବେଳେ ବିଜେପି ମଧ୍ୟପ୍ରଦେଶ ଓ ମିଜୋ ନ୍ୟାଶନାଲ ଫ୍ରଣ୍ଟ ସମର୍ଥନରେ  ମିଜୋରାମରେ ସରକାଗର ଗଠନ କରିଛି। ଏବେ ଛତିଶଗଡ଼ ଓ ରାଜସ୍ଥାନକୁ ଦଖଲ କରିବାକୁ ମଧ୍ୟ ବିଜେପି ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ଯଥେଷ୍ଟ ଆଗରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଛତିଶଗଡ଼ ପାଇଁ ଘୋଷଣା ହୋଇଥିବା ୨୧ ଜଣଙ୍କ ମଧ୍ୟରେ ବିଜୟ ବାଘେଲଙ୍କ ନାଁ ରହିଛି। ସେ ଦୁର୍ଗର ଲୋକସଭା ସାଂସଦ। କିନ୍ତୁ ଦଳ ତାଙ୍କୁ ପାଟଣରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଛି। ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ବାଦ ପଡ଼ିଛି।

ଦଳର ଘୋଷଣା କରିଥିବା ୨୧ ଜଣଙ୍କ ମଧ୍ୟରେ ୫ ଜଣ ମହିଳା, ଅନୁସୂଚିତ ଜନଜାତିରୁ ୧୦ ଜଣ ଓ ଅନୁସୂଚିତ ଜାତିରୁ ଜଣେ ରହିଛନ୍ତି। ଏମାନେ ସମସ୍ତେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ।

ମଧ୍ୟପ୍ରଦେଶର ୩୯ ଜଣିଆ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ନାହିଁ। ଦଳ ୫ ଜଣ ମହିଳା, ୮ ଜଣ ଅନୁସୂଚିତ ଜାତି ଓ ୧୩ ଜଣ ଅନୁସୂଚିତ ଜନଜାତିଙ୍କୁ ଟିକେଟ ଦେଇଛି।

Chhattisgarh Bjp Election Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe