Advertisment

ବର୍ଷିଲେ ଅମିତ ଶାହ, କହିଲେ- ସମ୍ପୂର୍ଣ୍ଣ ରୂପେ ଶେଷ ହେବ ପରିବାରବାଦ

ଆମେ ଦେଶର ବିକାଶ ବିଷୟରେ ଚିନ୍ତା କରୁଛୁ। କିନ୍ତୁ ବିରୋଧୀ ଇଣ୍ଡିଆ ମେଣ୍ଟର ନେତାମାନେ ସେମାନଙ୍କ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କରିବାକୁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଅମିତ ଶାହ।

Amit saha

Amit saha

Advertisment

'ସମ୍ପୂର୍ଣ୍ଣ ରୂପେ ଶେଷ ହେବ ପରିବାରବାଦ। କଂଗ୍ରେସ ପରିବାରବାଦକୁ ପ୍ରୋତ୍ସାହିତ କରୁଛି। ଇଣ୍ଡି ଆଲାଏନ୍ସ ଅର୍ଥ ୭ ପରିବାରବାଦୀ ଦଳ। ଏମାନଙ୍କ ଦଳରେ ଗଣତନ୍ତ୍ର ନାହିଁ, ତେଣୁ ଦେଶରେ ଗଣତନ୍ତ୍ର କିପରି ହେବ?' ଆଜି ଏଭଳି କିଛି କହି କଂଗ୍ରେସ ଓ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

Advertisment

ଦିଲ୍ଲୀରେ ବିଜେପିରା ଜାତୀୟ କାର୍ଯ୍ୟକାରଣୀ ବୈଠକ ଜାରି ରହିଛି। ଆଜି ଦ୍ୱିତୀୟ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡା ଟାର୍ଗେଟ କରିବା ସହ ସେମାନଙ୍କ ବିରୋଧରେ ପରିବାରବାଦ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି, 'ଏହି ମେଣ୍ଟରେ ସାମିଲ ହୋଇଥିବା ସମସ୍ତ ଦଳ ଦୁର୍ନୀତିରେ ବୁଡି ରହିଛନ୍ତି। ଆମ୍‌ ଆଦମୀ ପାର୍ଟି ଦିଲ୍ଲୀରେ ଅନେକ ଦୁର୍ନୀତି କରିଛି। ପାଣ୍ଡବ ଏବଂ କୌରବଙ୍କ ପରି ଲୋକସଭା ନିର୍ବାଚନ ପୂର୍ବରୁ ଦୁଇଟି ଶିବିର ଗଠନ ହୋଇଛି। ମୋଦିଙ୍କ ନେତୃତ୍ୱରେ ପ୍ରଥମ ଶିବିର ହେଉଛି ଏନଡିଏ ମିଳିତ ମଞ୍ଚ, ଦେଶ ହେଉଛି ଆମର ମେଣ୍ଟର ଆଧାର। କିନ୍ତୁ ଇଣ୍ଡିଆ ମେଣ୍ଟ ପରିବାରବାଦର ପୋଷକ ଅଟେ। ପରବର୍ତ୍ତୀ ନିର୍ବାଚନ ଡେଭଲପମେଣ୍ଟ ଆଲାଇନ୍ସ ବନାମ ଡାଇନାଷ୍ଟିକ୍ ଆଲାଇନ୍ସ ମଧ୍ୟରେ ହେବ। ପରିବାରବାଦ ସମ୍ପୂର୍ଣ୍ଣ ରୂପେ ଶେଷ ହେବ।'

ଆମେ ଦେଶର ବିକାଶ ବିଷୟରେ ଚିନ୍ତା କରୁଛୁ। କିନ୍ତୁ ବିରୋଧୀ ଇଣ୍ଡିଆ ମେଣ୍ଟର ନେତାମାନେ ସେମାନଙ୍କ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କରିବାକୁ ଚିନ୍ତା କରୁଛନ୍ତି। କଂଗ୍ରେସ ଏବଂ ଇଣ୍ଡି ଆଲାଇନ୍ସ ଦଳ, ଆଦିବାସୀ ତଥା ପଛୁଆ ସମ୍ପ୍ରଦାୟକୁ ଏକ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲା। କିନ୍ତୁ ପ୍ରଥମ ଥର ପାଇଁ ସେମାନଙ୍କୁ ସମ୍ମାନ ଓ ଭାଗିଦାରି ଦେବା କାମ ବିଜେପିର ମୋଦି ସରକାର କରିଥିଲେ ଶାହ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ସମାଜର ପ୍ରତ୍ୟେକ ବିଭାଗର ବିକାଶ ପାଇଁ ଉଦ୍ୟମ କରାଯାଇଛି। ତେଣୁ ଲୋକମାନେ ସ୍ଥିତର କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି କ୍ଷମତାରେ ରହିବେ। ଏଥିରେ କୌଣସି ସନ୍ଦେହ ନାହିଁ। ଆତଙ୍କବାଦ ଏବଂ ନକ୍ସଲବାଦ ସମାପ୍ତ ହେବାକୁ ଯାଉଛି, ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଦେଶ ସେମାନଙ୍କଠାରୁ ମୁକ୍ତ ହେବ।

୭୫ ବର୍ଷ ମଧ୍ୟରେ ଦେଶ ୧୭ ଟି ଲୋକସଭା ନିର୍ବାଚନ, ୨୨ଟି ସରକାର ଏବଂ ୧୫ଜଣ ପ୍ରଧାନମନ୍ତ୍ରୀ ଦେଖିସାରିଲାଣି। ଦେଶର ପ୍ରତ୍ୟେକ ସରକାର ନିଜ ସମୟ ଅନୁସାରେ ବିକାଶ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଆଜି ମୁଁ ବିନା କୌଣସି ଦ୍ୱନ୍ଦ୍ୱରେ କହିପାରିବି ଯେ, ନରେନ୍ଦ୍ର ମୋଦି ଜିଙ୍କ ୧୦ ବର୍ଷ ଶାସନ କାଳ ମଧ୍ୟରେ ସାମଗ୍ରିକ ବିକାଶ, ପ୍ରତ୍ୟେକ କ୍ଷେତ୍ରର ବିକାଶ ଏବଂ ପ୍ରତ୍ୟେକ ବ୍ୟକ୍ତିର ବିକାଶ କାର୍ଯ୍ୟ କରାଯାଇଛି। ବିଜେପିରେ ବୁଥ୍ କାମ କରୁଥିବା ବ୍ୟକ୍ତି ଦେଶର ରାଷ୍ଟ୍ରପତି ହୋଇପାରିବେ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇପାରିବେ। ଏହି ସୁବିଧା କେବଳ ବିଜେପିରେ ଉପଲବ୍ଧ। କାରଣ ଆମେ ଆମ ଦଳକୁ ଗଣତାନ୍ତ୍ରିକ ଦଳ ଭାବରେ ରଖିଛୁ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

Bjp Amit Shah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe