Advertisment

ରୋଡ ଶୋ’ କରି ବର୍ଷିଲେ ନଡ୍ଡା: ନବୀନ ବାବୁ ନିଷ୍କ୍ରିୟ ହୋଇଗଲେଣି, ବିଶ୍ରାମ ଦରକାର

ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ନେଇ ବର୍ଷିଛନ୍ତି ନଡ୍ଡା।

author-image
Tapaswini Nayak
ଅଦ୍ୟତନ ହୋଇଛି
Roadshow

Roadshow

ରାଜଧାନୀରେ ବିଶାଳ ରୋଡ ଶୋ’ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏହି ରୋଡ ଶୋ’ ମାଧ୍ୟମରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି।

Advertisment

ରୋଡ ସମୟରେ ନବୀନଙ୍କୁ ସିଧା ହମଲା କରିଛନ୍ତି ଜେ.ପି ନଡ୍ଡା। ଓଡ଼ିଶାର ଲୋକେ ମୋଦିଙ୍କୁ ଆଉ ଥରେ କେନ୍ଦ୍ରରେ ଦେଖିବାକୁ ଚାହୁଁଛନ୍ତି। ଓଡ଼ିଶାର ଲୋକେ ମଧ୍ୟ ଏକ ସକ୍ରିୟ ମୁଖ୍ୟମନ୍ତ୍ରୀ ଚାହାନ୍ତି। ଯେଉଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କ ସହ ଓଡ଼ିଆରେ କଥା ହୋଇପାରୁଥିବ। ଏହା ସହ ଓଡ଼ିଆ ଅସ୍ମିତା ସହ ଯୋଡ଼ି ହୋଇ ରହିଥିବ। 

ସେ ଆହୁରି କହିଛନ୍ତି, ଜଣେ ଅଫିସର ଓଡ଼ିଶାକୁ ଚଳାଉଥିବା ବେଳେ ନବୀନ ବାବୁ ସକ୍ରିୟ ନାହାନ୍ତି। ଏଥିପାଇଁ ଓଡ଼ିଶାବାସୀ ନବୀନ ବାବୁଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି। ବିଜେପିକୁ କାମ ଦେବାକୁ ଚାହୁଁଛନ୍ତି। ବିଜେଡି ହାତରୁ ଗାଡ଼ି ପଳାଇଛି। ବିଜେଡି ବସ୍‌ ମିସ୍‌ କରିଛି। ଏକତରଫା ନିର୍ବାଚନ ଜିତିବୁ, ଡବଲ ଇଞ୍ଜିନ ସରକାର ହେବ ବୋଲି ନଡ୍ଡା କହିଛନ୍ତି।

Advertisment

ନିର୍ବାଚନରେ ସରକାରୀ ଅଧିକାରୀଙ୍କ ସାମିଲକୁ ନେଇ ନେଇ ବର୍ଷିଛନ୍ତି ନଡ୍ଡା। କହିଛନ୍ତି, କିଛି ଦିନର କଥା। ପରେ ସବୁ ହିସାବକିତାବ କରାଯିବ।

ଜେ.ପି ନଡ୍ଡାଙ୍କ ଏହି ବିଶାଳ ରୋଡ ଶୋ’ ମାଉସୀ ମା' ମନ୍ଦିରରୁ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ୍‌ ହୋଇଥିଲେ। ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ହଜାର ହଜାର ସଂଖ୍ୟାର ସାଧାରଣ ଜନତା ଓ ବିଜେପି କର୍ମକର୍ତ୍ତାଙ୍କ ଅଭିବାଦନକୁ ହାତ ହଲାଇ ନଡ୍ଡା ଗ୍ରହଣ କରିଥିଲେ। ଏହି ରୋଡ ଶୋ’ରେ ବିଜେପି ପ୍ରତି ଜନତାଙ୍କ ଆନ୍ତରିକତା, ଆତ୍ମୀୟତା, ଶ୍ରଦ୍ଧା ଆଉ ଭଲ ପାଇବା ବାରି ହୋଇପଡ଼ୁଥିଲା। ଲୋକମାନେ ମଧ୍ୟ ନଡ୍ଡାଙ୍କୁ ଛୋଟଛୋଟ ଉପହାର ଦେଇଥିଲେ। ନଡ୍ଡାଙ୍କ ସହ ଏହି  ରୋଡ ଶୋ’ରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବାବୁ ସିଂ ସାମିଲ ହୋଇଥିଲେ। 

ରୋଡ ଶୋ’ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିବା ପରେ ଜେ.ପି ନଡ୍ଡା ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ବିଜେପିର କିଛି କର୍ମୀ ଉପସ୍ଥିତ ଥିଲେ।

Bjp Odisha Assembly Election 2024 General Election 2024