Advertisment

କାଲି ଆସିବେ ଜୟଶଙ୍କର, ୫ରେ ନଡ୍ଡା

୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
S Jaishankar and JP Nadda

S Jaishankar and JP Nadda

ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍ ଜୟଶଙ୍କର। କଟକ, ଭୁବନେଶ୍ୱର ଓ ସମ୍ବଲପୁରରେ ବୃଦ୍ଧିଜୀବୀଙ୍କୁ ଭେଟିବେ। ବିଜେପି ନେତା ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।

Advertisment

ଏସ୍ ଜୟଶଙ୍କର ଏହି ଦୁଇ ଦିନର ଗସ୍ତ ବେଳେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେବେ। ଏହାସହ ଗଣମାଧ୍ୟମ ପ୍ରତିନିଧି ଓ ଖବର କାଗଜର ଏଡିଟରଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। 

ସେହିପରି ୫ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ନଡ୍ଡା କଟକରେ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ହେବ। ପରେ ଭୁବନେଶ୍ୱରରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ସେହିଭଳି ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।  

Advertisment

ସୂଚନାଯୋଗ୍ୟ, ୨୮ ତାରିଖରେ ଜେପି ନଡ୍ଡା ଓଡ଼ିଶା ଆସିଥିଲେ। ବ୍ରହ୍ମପୁରର ଆମ୍ବପୁଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେଡି ସରକାରକୁ ତୀବ୍ର ସମାଲୋଚନା  କରିଥିଲେ। ଏଥର ନଡ୍ଡା ଦଳୀୟ କର୍ମୀ କ’ଣ ଗୁରୁମନ୍ତ୍ର ଦେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Bjp State Bjp Jp Nadda S Jaishankar