Advertisment

ଓଡ଼ିଶାରେ କଳା ଟଙ୍କା ଧରା ପଡ଼ିବା ପରେ ଉଦ୍‌ବେଗ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା

ପ୍ରତିଦିନ ଖୋଲୁଛି ନୂଆନୂଆ ଫର୍ଦ୍ଦ। କେତେବେଳେ ବ୍ୟାଗ୍ ବ୍ୟାଗ ଭର୍ତ୍ତି ନୋଟ ମିଳୁଛି ତ ଆଉ କେତେବେଳେ ଟ୍ରଙ୍କ ଭର୍ତ୍ତି ଟଙ୍କା। ଯେଉଁଠି ହାତ ମାରିଲେ ସେଇଠୁ ବାହାରୁଛି ଶହେ, ଦୁଇ ଶହ ଆଉ ୫ଶହର ମାଳ ମାଳ ନୋଟ୍ ବଣ୍ଡଲ।

ଅଦ୍ୟତନ ହୋଇଛି
Baijayant Jay Panda

Baijayant Jay Panda

Advertisment

ଅଣଓଡ଼ିଆ କଂଗ୍ରେସ ସାଂସଦଙ୍କଠାରୁ କଳା ଟଙ୍କା ଧରା ପଡ଼ିବା ପରେ ଉଦ୍‌ବେଗ ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସୋଶାଲ୍‌ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଲେଖିଛନ୍ତି, ଓଡ଼ିଶାରେ ଶହ ଶହ କୋଟି କଳା ଟଙ୍କା ଜଣେ ଅଣଓଡ଼ିଆ କଂଗ୍ରେସ ସାଂସଦଙ୍କର ଧରା ପଡ଼ିବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ। ଏସବୁ ଦେଖି ଲାଗୁଛି ସତେ ଯେମିତି ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି। ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ?

Advertisment

ପ୍ରତିଦିନ ଖୋଲୁଛି ନୂଆନୂଆ ଫର୍ଦ୍ଦ। କେତେବେଳେ ବ୍ୟାଗ୍ ବ୍ୟାଗ ଭର୍ତ୍ତି ନୋଟ ମିଳୁଛି ତ ଆଉ କେତେବେଳେ ଟ୍ରଙ୍କ ଭର୍ତ୍ତି ଟଙ୍କା। ଯେଉଁଠି ହାତ ମାରିଲେ ସେଇଠୁ ବାହାରୁଛି ଶହେ, ଦୁଇ ଶହ ଆଉ ୫ଶହର ମାଳ ମାଳ ନୋଟ୍ ବଣ୍ଡଲ। ଯାହାକୁ ଗଣି ଗଣି ସତେ ଯେମିତି ଥକିଗଲେଣି ଆୟକର ଏବଂ ବ୍ୟାଙ୍କ ଅଧିକାରୀ। ନିଅଣ୍ଟ ହେଲାଣି ଟଙ୍କା ଗଣା ମେସିନ୍। ଆଜି ଚଢ଼ଉର ଚତୁର୍ଥ ଦିନରେ ଟିଟିଲାଗଡ଼ରେ ସରିଥିବା ଗଣତିରେ ୧୧ କୋଟି ମିଳିଛି। ଯେଉଁଥିରେ ଗୋଟିଏ ହେଲେ ଦୁଇ ହଜାର କିମ୍ବା ନକଲି ନୋଟ ନାହିଁ। ଏସବୁ ମିଳିଛି ମଦ ବ୍ୟବସାୟୀ ରିତେଶ ସାହୁ ପାଖରୁ। ରିତେଶଙ୍କ ମଦଭାଟିରେ ୭ ଜଣିଆ ଟିମ ଏବଂ ଟିଟିଲାଗଡ଼ SBI ବ୍ରାଞ୍ଚରେ ୩ ଜଣିଆ ଟିମ ଟଙ୍କା ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ସେପଟେ ସମ୍ୱଲପୁର ଏସ୍‌ବିଆଇ ମୁଖ୍ୟ ଶାଖାରେ ମଦ ଭାଟି ଟଙ୍କା ଗଣତି ସରିଛି। ସେଠାରୁ ୩୭ କୋଟି ୫୦ ଲକ୍ଷ ଟଙ୍କା ମିଳିଛି।

Advertisment

ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର SBI ମୁଖ୍ୟ ଶାଖାକୁ ୧୭୬ଟି ଟଙ୍କା ଭର୍ତ୍ତି ବ୍ୟାଗ ଆସିଥିଲା। ସେଥିରୁ ପ୍ରାୟ ୧୦୦ଟି ବ୍ୟାଗର ଟଙ୍କା ଗଣତି ହୋଇନି। ବଳକା ନୋଟର ଗଣତି ପାଇଁ ଲାଗିଛି ୨୫ଟି ମେସିନ୍। ଟଙ୍କା ଗଣୁଛନ୍ତି ୫୦ ବ୍ୟାଙ୍କ କର୍ମଚାରୀ। ଟଙ୍କା ଗଣିବା ଭିତରେ କାଳେ ଯାନ୍ତ୍ରିକ ସମସ୍ୟା ଦେଖାଦେବ, ସେଥିପାଇଁ ସମ୍ବଲପୁରରୁ ଯନ୍ତ୍ରୀ ଯାଇ ଅଛନ୍ତି ବଲାଙ୍ଗିରରେ।

ଏସବୁ ଭିତରେ ବଲାଙ୍ଗିର ଜିଲ୍ଲାରେ ହାଇଦ୍ରାବାଦରୁ ଆୟକର ବିଭାଗର ଏକ ୨୦ ଜଣିଆ ଆନାଲିସିସ୍ ଟିମ୍ ପହଞ୍ଚି ଖୋଳତାଡ଼ ଚଳାଇଛି। ଟିଟିଲାଗଡ଼ର ମଦ ବ୍ୟବସାୟୀ ରିତେଶ ସାହୁ, ବଲାଙ୍ଗିର ସୁଦପଡାର ମଦଭାଟି ମ୍ୟାନେଜର୍ ବଣ୍ଟି ସାହୁ ଓ ରାଜେଶ ସାହୁଙ୍କୁ ସ୍କାନରରେ ରଖିଛି ଏହି ସ୍ୱତନ୍ତ୍ର ଟିମ। ୨୦ ପେଟି ଟଙ୍କା ମିଳିଥିବା ବଣ୍ଟି ସାହୁ ଉପରେ ଟିମ ଫୋକସ ରଖିବା ସହ ଉଭୟ ଟିଟିଲାଗଡ଼ ଓ ବଲାଙ୍ଗିରର ମଦଭାଟି ଏବଂ ବ୍ୟାଙ୍କ ଯାଇ ଘାଣ୍ଟୁଛି। ସେପଟେ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଆୟକର ବିଭାଗ। ତେବେ ସମଗ୍ର ଘଟଣା ସଂପର୍କରେ ଆୟକର ଅଧିକାରୀ କିନ୍ତୁ ମୁହଁ ଖୋଲୁନାହାଁନ୍ତି।

ବଲାଙ୍ଗିରରୁ ବୌଦ୍ଧ, ଟିଟିଲାଗଡ଼ରୁ ସମ୍ବଲପୁର। ଏସବୁ ଜିଲ୍ଲାର ମଦ ବ୍ୟବସାୟୀଙ୍କ ପାଖକୁ ଏତେ ଟଙ୍କା ଆସିଲା କେଉଁଠୁ ? ଏହା ତାଙ୍କର ବ୍ୟାବସାୟିକ ଟଙ୍କା ନା ଅନ୍ୟ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଟଙ୍କା ? ଏଭଳି ନାନା ପ୍ରଶ୍ନ ଭିତରେ ରାଜ୍ୟର ପଛୁଆ ଜିଲ୍ଲା ଭାବେ ପରିଗଣିତ ଏସବୁ ସ୍ଥାନରେ ମଦ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କା ଠାବ ଘଟଣା ଏବଂ ଝାଡ଼ଖଣ୍ଡ ସାଂସଦ ଧିରେଜ ସାହୁଙ୍କ ଲିଙ୍କକୁ ନେଇ ବର୍ତ୍ତମାନ କେବଳ ଜାତୀୟ ମିଡ଼ିଆରେ ଚର୍ଚ୍ଚା ହେଉଛି ତା ନୁହେଁ, ଦେଶବ୍ୟାପି ନିନ୍ଦିତ ହୋଇଛି ଓଡ଼ିଶା।

Bjp State Bjp Baijayant Jay Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe