Advertisment

ଅସ୍ତ୍ରୋପଚାର କରିନଥିଲେ ସବୁଦିନ ଲାଗି ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ଥିଲା: ବୈଜୟନ୍ତ ପଣ୍ଡା

ଆଖିରେ ଅସ୍ତ୍ରୋପଚାର ହୋଇଥିବା ହେତୁ ଶ୍ରୀ ପଣ୍ଡା କିଛି ଦିନ ପାଇଁ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ।

author-image
Manoj Swain
ଅଦ୍ୟତନ ହୋଇଛି

ଆଗାମୀ କିଛି ଦିନ ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆଖିରେ ଅସ୍ତ୍ରୋପଚାର ହୋଇଥିବା ହେତୁ ସେ ଏବେ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ। ତେବେ ଏହାକୁ ନେଇ ଶ୍ରୀ ପଣ୍ଡା ଗତକାଲି ଭିଡିଓ ବାର୍ତ୍ତାରେ କହିଥିଲେ, ମୁଁ ପ୍ରଭୁ ବଳଦେବଜୀଉଙ୍କୁ ପ୍ରାର୍ଥନା କରୁଛି ମୋତେ ଆଶୀର୍ବାଦ ଦେବେ କି ଯେତେ ଶୀଘ୍ର ସମ୍ଭବ ମୁଁ ପୁଣିଥରେ ମଇଦାନକୁ ଓହ୍ଲେଇକି ମୋ କେନ୍ଦ୍ରାପଡ଼ାର ଜନସାଧାରଣଙ୍କ ସହ ମିଶିପାରିବି।

Advertisment
Odisha Bjp Kendrapada