ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ହେଲା ଶାସନ କରି ଆସୁଥିବା ବିଜେଡିକୁ ଚଳିତ ବିଧାନସଭା ନିର୍ବାଚନରେ ଲାଗିପାରେ ଶକ୍ତ ଝଟକା। ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର। ଏହାପୂର୍ବରୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ବିଜେପି ଓଡ଼ିଶା ବିଧାନସଭାରେ ଚମକାଇ ଦେବା ଭଳି ରେଜଲ୍ଟ କରିବ। ୧୪୭ ବିଧାନସଭା ଆସନରୁ ଦଳ ୬୨ରୁ ୮୦ଟି ଆସନ ଜିତିବାର ସମ୍ଭାବନା ଥିବା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଦାବି କରିଛି। ସେହିପରି ନବୀନ ପଟନାୟକଙ୍କ ବିଜେଡି ମଧ୍ୟ ୬୨ରୁ ୮୦ ଆସନ ପାଇପାରେ।