BJP
ରାଜ୍ୟରେ କ୍ଷମତା ଦଖଲ ପାଇଁ ଭିତ୍ତି ପକାଇବାକୁ ମହା ଜନସଂପର୍କ ଅଭିଯାନରେ ବାହାରିଲା ବିଜେପି। ଆଜିଠୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ କୋଟି ପରିବାର ଓ ରାଜ୍ୟର ୩୭ ହଜାର ୬୦୬ ବୁଥ୍ରେ ପହଞ୍ଚିବ ଦଳ। ପ୍ରାୟ ୫ ଲକ୍ଷ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ୯ ବର୍ଷର ସଫଳ ଗାଥା, ପିଏମ୍ ଆବାସଠାରୁ ଆରମ୍ଭ କରି ମାଗଣାରେ କୋଭିଡ୍ ଟୀକାକରଣ, ଟଏଲେଟ୍ ନିର୍ମାଣ, ମାଗଣା ରାସନ ଭଳି କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରିବେ ଦଳୀୟ ନେତା।
ଏ ନେଇ ସାରା ଦେଶରେ ୫୧ଟି ମହାସମାବେଶ ହେବାକୁ ଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାରେ ହେବ ୪ଟି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜୁନ୍ ୨୩ ତାରିଖରେ ସବୁ ବୁଥ୍କୁ ଡିଜିଟାଲ୍ ମୋଡ୍ରେ ଯୋଡ଼ା ଯାଇ, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣାଯିବ। ୪ଟି ସଂସଦୀୟ କ୍ଷେତ୍ରକୁ ନେଇ ଗୋଟିଏ ଲେଖାଏଁ କ୍ଲଷ୍ଟର କରାଯାଇଛି। କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଆସି ବିଭିନ୍ନ ପର୍ଯ୍ୟାୟରେ ୮ଦିନ ୮ ରାତି ଏସବୁ କ୍ଳଷ୍ଟରରେ ବିତାଇବେ। ନିର୍ବାଚନ ପୂର୍ବରୁ ଏହା ବିଜେପି ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ସେପଟେ ଏହି ଅଭିଯାନ ବେଳେ ରାଜ୍ୟ ସରକାରଙ୍କ ବିଫଳତାକୁ ମଧ୍ୟ ଏକ ବଡ଼ ପ୍ରସଙ୍ଗ କରିବ ବିଜେପି। କେନ୍ଦ୍ରୀୟ ଯୋଜନା ହଡପ୍, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନବ ଦାସ ହତ୍ୟା ଘଟଣା, ବଢୁଥିବା ମହିଳା ନିର୍ଯାତନା, ଦୁର୍ନୀତି, ଭ୍ରଷ୍ଟାଚାର ଆଦି ପସଙ୍ଗକୁ ନେଇ ଘରେ ଘରେ ପହଞ୍ଚିବ ଦଳ। ବିଜେଡି ମୁକ୍ତ ଓଡ଼ିଶା ଗଠନ ପାଇଁ ଦଳ ଆହ୍ୱାନ ଦେଇଥିବା ବେଳେ ବିଜେଡି ତା’ର ଜବାବ ରଖିଛି।
ମହାଜନ ସଂପର୍କ ଅଭିଯାନ ସଂଯୋଜକ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଓଡ଼ିଶା ସରକାର ଦୁର୍ନୀତିରେ ବୁଡ଼ି ରହିଛି। ବ୍ଲକ, ଜିଲ୍ଲା ପରିଷଦ ଯେଉଁଠି ଯିବେ, ସବୁଠି ପ୍ରବଳ ଦୁର୍ନୀତି। ଏ ସମ୍ପର୍କରେ ଜଣାଇବା ପାଇଁ ପ୍ରତି ପରିବାର ପାଖକୁ ଯିବୁ। ରାଜ୍ୟ ସରକାରଙ୍କ ଦୁର୍ନୀତି କଥା ଲୋକଙ୍କୁ କହିବୁ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।
ବିଜେପିର ଅଭିଯୋଗ ନେଇ ବିଜେଡି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି, ଘର ଘର ବୁଲିଲେ କ’ଣ ହେବ? ଲୋକେ ଯାହା ମାଗିଲେ, ତାହାଠାରୁ ଅଧିକ ଦେଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ। ଏତେ ସବୁ ପାଇବେ ବୋଲି ଲୋକେ କେବେ ସ୍ୱପ୍ନରେ ଭାବିନଥିଲେ। ଏଠି ଲୋକେ ସଫଳତାକୁ ଦେଖି ଭୋଟ ଦିଅନ୍ତି ବୋଲି ଶ୍ରୀ ଢାଲି ହିଛନ୍ତି।
ମହାସଂପର୍କ ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ଅନ୍ୟ ନେତାଙ୍କୁ ନେଇ ଏକ ଟିମ୍ ଗଠନ କରିଛି। କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲଙ୍କ ଗୁପ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଦଳୀୟ କାର୍ଯ୍ୟକାର୍ତ୍ତାକୁ ଟାସ୍କ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1685543413.jpg)