Advertisment

ଜାତିଗତ ଜନଗଣନାକୁ ବିରୋଧ କରେନି ବିଜେପି: ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ

ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ପ୍ରକାଶ କରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି।

ଅଦ୍ୟତନ ହୋଇଛି
Amit Shah

Amit Shah

Advertisment

ଜାତିଗତ ଜନଗଣନା ପ୍ରକ୍ରିୟାକୁ ମିଳିଛି ବିଜେପିର ସବୁଜ ସଙ୍କେତ। ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ପୃଷ୍ଠଭୂମିରେ ଦଳ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟରୁ ବିଜେପି ଏହା ସପକ୍ଷରେ ଥିବା ଭଳି ମନେ ହେଉଛି।

Advertisment

ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଶାହ କହିଛନ୍ତି, ଜାତିଗତ ଜନଗଣନା ଚିନ୍ତାଧାରାକୁ ବିଜେପି ବିରୋଧ କରୁନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦଳ ତରବରିଆ ନିଷ୍ପତ୍ତିକୁ ଗ୍ରହଣ କରିବ। ଏପରି ନିଷ୍ପତ୍ତିଗୁଡିକୁ ଚିନ୍ତା କରି ବିଚାରବିମର୍ଶ କରିବା ପରେ ଗ୍ରହଣ କରାଯିବା ଆବଶ୍ୟକ।

ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ପ୍ରକାଶ କରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ସହ ପରାମର୍ଶ କରିବା ପରେ ଜାତିଗତ ଜନଗଣନା ଉପରେ ଦଳ ଉପଯୁକ୍ତ ନିଷ୍ପତ୍ତି ନେବ।

Advertisment

ଶାହଙ୍କର ଏହିପରି ମନ୍ତବ୍ୟ ସେହି ସମୟରେ ଆସିଛି, ଯେଉଁ ସମୟରେ କି ବିଜେପି ଜାତିଗତ ଜନଗଣନାକୁ ବିରୋଧ କରୁଛି। ଏପରିକି ଦଳ ମଧ୍ୟ ଅଭିଯୋଗ କରୁଛି ଯେ, କଂଗ୍ରେସ ଜାତିଗତ ଜନଗଣନା ଆଧାରରେ ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛି। 

ବିଜେପିର ଏହି ଅଭିଯୋଗ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମେତ ଅନେକ କଂଗ୍ରେସ ନେତାମାନେ ବିଜେପି କାହିଁକି ଏହାକୁ ବିରୋଧ କରୁଛି, କାରଣ ଦର୍ଶାଉ ବୋଲି ଦାବି କରିଛନ୍ତି। 

ପ୍ରକାଶ ଥାଉ କି, ନିକଟରେ ନୀତୀଶ କୁମାରଙ୍କ ବିହାରର ନେତୃତ୍ୱାଧୀନ ସରକାର ରାଜ୍ୟରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ କରିଛନ୍ତି। ଆଗକୁ କର୍ଣ୍ଣାଟକରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ନିକଟରେ ଏକ ସାଧାରଣ ସଭାରେ ଯୋଗଦେଇ ଖଡଗେ କହିଥିଲେ, କର୍ଣ୍ଣାଟକରେ ଜାତିଗତ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ରିପୋର୍ଟ ପ୍ରକାଶ କରାଯିବ।

Bjp Amit Shah Caste Census Bihar Caste Census
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe