/odisha-reporter/media/post_attachments/uploadimage/library/16_9/16_9_0/IMAGE_1709908977.jpg)
Manmohan Samal
ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଗତ ୧୭ଦିନ ଧରି ଚାଲିଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ସଭାପତି ମନମୋହନ ସାମଲ ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ବିଜେପି ରାଜ୍ୟର ସମସ୍ତ ୨୧ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛନ୍ତି । ଏହାସହିତ ବିଗତ ୧୦ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ରାଷ୍ଟ୍ରୀୟ ମହତ୍ୱ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ କୃତଜ୍ଞତା ଜଣାଇଛନ୍ତି ।
ଗତକାଲି ଦିଲ୍ଲୀରୁ ଫେରିଥିବା ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଉଭୟ ହିନ୍ଦୀ ଓ ଓଡ଼ିଆରେ ଟ୍ୱିଟ୍ କରି ଓଡ଼ିଶାରେ ବିଜେପି ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି। ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଆଶା, ଅଭିଳାଷା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଚଳିତ ଥର ଏକାକୀ ସବୁ ଆସନରେ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି ।
ସମଗ୍ର ଦେଶରେ ଯେଉଁଠି ଡବଲ ଇଞ୍ଜିନର ସରକାର ରହିଛି ସେଠାରେ ବିକାଶ ଓ ଗରିବ କଲ୍ୟାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଓ ରାଜ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିଛି । କିନ୍ତୁ ଏବେ ଓଡ଼ିଶାରେ ମୋଦି ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳସ୍ତରରେ ପହଂଚି ପାରୁନି । ଯେଉଁଥିପାଇଁ ଓଡ଼ିଶାର ଗରିବ ଭାଇଭଉଣୀମାନଙ୍କୁ ଏହାର ଫାଇଦା ମିଳିପାରୁନି । ଓଡ଼ିଶାର ଅସ୍ମିତା, ଓଡ଼ିଶା ଗୌରବ ଓ ଓଡ଼ିଶା ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ବିଷୟକୁ ନେଇ ଆମର ଚିନ୍ତା ରହିଛି । ସେଥିପାଇଁ ବିଜେପି ଏକାକୀ ରାଜ୍ୟରେ ଲଢ଼ିବ ବୋଲି ଶ୍ରୀ ସାମଲ ଘୋଷଣା କରିଛନ୍ତି ।
ଶ୍ରୀ ସାମଲ ଚଳିତ ଥର ହିନ୍ଦୀ ଭାଷାରେ ଟ୍ୱିଟ୍ (ଏକ୍ସ ହ୍ୟାଣ୍ଡଲରେ) କରିଥିବା ଓ ରୋକଠୋକ୍ ଭାବେ ଏକାକୀ ଲଢ଼ିବ ବୋଲି ସୂଚନା ଦେଇଥିବାରୁ ରାଜ୍ୟରେ ମେଂଟ ଚର୍ଚ୍ଚା ଉପରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ଏହାସହିତ ଗତ କିଛିଦିନ ଧରି ମେଂଟକୁ ନେଇ ଜାରି ରହିଥିବା ରାଜନୀତିକ ଅଚଳାବସ୍ଥା ଦୂର ହେବ ବୋଲି ଜଣାପଡ଼ିଛି । ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଉଭୟ ଦଳର କର୍ମୀ ଓ ନେତାମାନେ ଦ୍ୱନ୍ଦ୍ୱରେ ରହିଥିଲେ । ଏକପ୍ରକାର ରାଜନୀତିକ ଅଚଳାବସ୍ଥା ଲାଗି ରହିଥିଲା । ଗତ ଦୁଇଦିନ ତଳେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମେଂଟକୁ ନେଇ ମଧ୍ୟ କିଛି ବି ହୋଇପାରେ ବୋଲି ମତ ଦେଇଥିଲେ । ଯଦି ମେଂଟ ନହୁଏ, ତା’ହେଲେ ବିଜେପି ରାଜ୍ୟରେ ସରକାର ଗଠନ କରିବାକୁ ହିଁ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଥିଲେ ।
विगत 10 वर्षों से, श्री नवीन पटनायक जी के नेतृत्व में ओडिशा की बीजू जनता दल (बीजेडी) पार्टी केंद्र की माननीय प्रधानमंत्री श्री नरेंद्र मोदी जी की सरकार के अनेक राष्ट्रीय महत्व के प्रसंगों में समर्थन देती आई है, इसके लिए हम उनका आभार व्यक्त करते हैं।
अनुभव में आया है कि देशभर…
— Manmohan Samal (Modi Ka Parivar) (@SamalManmohan7) March 22, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
