Advertisment

ପାର୍ଟି ଅଫିସ ଭିତରେ ମହିଳାଙ୍କ ସହ ଏ କ’ଣ କରୁଛନ୍ତି ବିଜେପି ନେତା?

ବିଜେପିର ପାର୍ଟି ଅଫିସ ଭିତରେ ଦଳର ଜଣେ ବରିଷ୍ଠ ନେତାଙ୍କୁ ମହିଳାଙ୍କ ସହ ‘ଆପତ୍ତିଜନକ’ ଅବସ୍ଥାରେ ଦେଖିବାକୁ ମିଳିଛି। ମହିଳାଙ୍କୁ ପାର୍ଟି ଅଫିସ ଭିତରେ ବିଜେପି ନେତା ଆଲିଙ୍ଗନ କରିବା ପରେ ଉଭୟ ସିଢ଼ିରେ ଉପରକୁ ଯାଉଥିବା ବେଳରକ ଭିଡିଓ ସାମ୍ନାକୁ ଆସିଛି।

BJP

BJP

Advertisment

ବିବାଦରେ ଉତ୍ତର ପ୍ରଦେଶ ବିଜେପିର ଜଣେ ବରିଷ୍ଠ ନେତା। ଗୋଣ୍ଡାରେ ଥିବା ବିଜେପିର ପାର୍ଟି ଅଫିସ ଭିତରେ ଦଳର ଜଣେ ବରିଷ୍ଠ ନେତାଙ୍କୁ ମହିଳାଙ୍କ ସହ ‘ଆପତ୍ତିଜନକ’ ଅବସ୍ଥାରେ ଦେଖିବାକୁ ମିଳିଛି। ମହିଳାଙ୍କୁ ପାର୍ଟି ଅଫିସ ଭିତରେ ବିଜେପି ନେତା ଆଲିଙ୍ଗନ କରିବା ପରେ ଉଭୟ ସିଢ଼ିରେ ଉପରକୁ ଯାଉଥିବା ବେଳରକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ହେବା ପରେ ଉତ୍ତର ପ୍ରଦେଶ ବିଜେପି ପକ୍ଷରୁ ଭିଡିଓରେ ଦେଖାଯାଉଥିବା ନେତାଙ୍କୁ ନୋଟିସ କରାଯାଇଛି।

Advertisment

ବିଜେପିର ଜଣେ କର୍ମୀ ଏପରି ଭିଡିଓକୁ ଲଜ୍ଜାଜନକ ବୋଲି କହିବା ସହ ଏନେଇ ଦଳର ହେଭିୱେଟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିବାଦରେ ଥିବା ନେତା ଜଣଙ୍କ ହେଲେ ଗୋଣ୍ଡା ବିଜେପି ମୁଖ୍ୟ ଅମର କିଶୋର କଶ୍ୟପ। ମହିଳାଙ୍କ ସହ ତାଙ୍କର ଆପତ୍ତିଜନକ ଭିଡିଓ ଭାଇରାଲ ହେବାରେ ତାଙ୍କୁ ଦଳ ପକ୍ଷରୁ ୭ ଦିନ ଭିତରେ ଜବାବ ରଖିବାକୁ ନୋଟିସ କରାଯାଇଛି।

ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋବିନ୍ଦ ନାରାୟଣ ଶୁକ୍ଳା କହିଛନ୍ତି, “ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆମ ନଜରକୁ ଆସିଛି। ଏହାର ଦଳର ଛବି ଉପରେ ନକାରାତ୍ମକ ପ୍ରଭାବ ପକାଇଛି ଓ ଏହା ବିଶୃଙ୍ଖଳା ଆଚରଣ ଅଧୀନରେ ଆସୁଛି। ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆମେ ତାଙ୍କୁ ୭ ଦିନ ମଧ୍ୟରେ ବିଜେପି ରାଜ୍ୟ ଅଫିସରେ ଜବାବ ରଖିବାକୁ କହିଛୁ। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ସେ ସନ୍ତୋଷଜନକ ଜବାବ ନ ଦେବେ, ତା’ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Advertisment

କୁହାଯାଉଛି ଯେ ପୂରା ଘଟଣା ଏପ୍ରିଲ ୧୨ ଦିନର। ସେବେର ଭିଡିଓ ଏବେ ଭାଇରାଲ ହେଉଛି। ବିବାଦ ପରେ ବିଜେପିର ନେତା ଅମର କିଶୋର କଶ୍ୟପ ସଫେଇ ଦେଇ ନିର୍ଦ୍ଦୋଷ କାର୍ଡ ଖେଳିଛନ୍ତି। ସେ କହିଛନ୍ତି, “ମହିଳା ଜଣଙ୍କ ଆମ ଦଳର ସକ୍ରିୟ ସଦସ୍ୟ। ସେ ମୋତେ କଲ କରିଥିଲେ ଓ ସେ ଅସୁସ୍ଥ ଅନୁଭବ କରୁଥିବା ଜଣାଇଥିଲେ। ସେ ମୋତେ କହିଥିଲେ ଯେ ସଭାପତି ମହୋଦୟ ମୁଁ ଅସୁସ୍ଥତା ଅନୁଭବ କରୁଛି। ମୁଁ ଟିକିଏ ବିଶ୍ରାମ ଚାହୁଁଛି। ମୋତେ ପାର୍ଟି ଅଫିସରେ ରହିବାକୁ କିଛି ସମୟ ଦିଅନ୍ତୁ। ଏକଥା ଶୁଣିବା ପରେ ମୁଁ ତାଙ୍କୁ ଗାଡ଼ିରେ ବସାଇଥିଲି ଓ ପାର୍ଟି ଅଫିସକୁ ନେଇ ଆସିଥିଲି।”

ସିସିଟିଭିରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ପାର୍ଟି ଅଫିସରେ କାରରୁ ବାହାରୁଛନ୍ତି। ଆଉ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ସାଲୱାର କମିଜରେ ଥିବେ ମହିଳା ଜଣଙ୍କ କାନ୍ଧରେ ଗୋଟିଏ ଲେଡିଜ ବ୍ୟାଗ ପକାଇଛନ୍ତି। ସେ ପାହାଚ ନିକଟରେ ଥିବା ବେଳେ ବିଜେପି ନେତା କଶ୍ୟପ ତାଙ୍କ ପଛରେ ରହିଛନ୍ତି। ପ୍ରଥମେ ସେ ମହିଳାଙ୍କ କାନ୍ଧରେ ହାତ ରଖି କିଛି ପାଦ ଚାଲିଥିଲେ। ଏହାପରେ ସେ ମହିଳାଙ୍କୁ ଆଲିଙ୍ଗନ କରୁଥିବା ଭିଡିଓରେ ଦେଖାଯାଉଛି। ଆଲିଙ୍ଗନ କରିବା ପରେ ପାହାଚରେ ଚଢ଼ି ଉପରକୁ ଯାଇଥିଲେ ଓ ମହିଳା ଜଣଙ୍କ ତାଙ୍କୁ ଅନୁସରଣ କରିଥିଲେ।

ନିଜକୁ ବଞ୍ଚାଇବାକୁ ଯାଇ କଶ୍ୟପ କହିଛନ୍ତି, “ପାହାଚ ଚଢ଼ିବା ବେଳେ ତାଙ୍କ ମୁଣ୍ଡ ବୁଲାଇଥିଲା। ମୁଁ ତାଙ୍କ ହାତ ଧରି ସହାୟତା କରିଥିଲି। ସେ ମଧ୍ୟ ମୋ ହାତ ଧରିଥିଲେ। ମୋତେ ବଦନାମ କରିବା ପାଇଁ ଭିଡିଓର ଅପବ୍ୟବହାର କରାଯାଉଛି। ଯଦି ଆମେ ଆମ କର୍ମୀଙ୍କୁ ସହଯୋଗ କରିବୁ ନାହିଁ, ତା’ହେଲେ କିଏ ସେମାନଙ୍କୁ ସହାୟତା କରିବ? ଯଦି କର୍ମୀଙ୍କୁ ସହଯୋଗ କରିବା ଅପରାଧ, ତା’ହେଲେ ଏଥିରେ ମୋର କିଛି କହିବାର ନାହିଁ।”

Bjp Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe