'ତୁମେ ଜଣଙ୍କୁ ବାନ୍ଧ, ଆମେ ହଜାରେ ବାହାରିବୁ'

  • Published: Wednesday, 08 November 2023
  • , Updated: 08 November 2023, 11:12 AM IST

ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାର ୨ଦିନ ବିତିଲାଣି । ପଶ୍ଚିମଓଡ଼ିଶା ସମେତ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି ।  ଏହି ଘଟଣାରେ ବିଜେଡି ନେତା ସୁଶାନ୍ତ ସିଂ ସିଧାସଳଖ ପୁଲିସକୁ ଦାୟୀ କରିଛନ୍ତି । ପୁଲିସ ମଦ ପିଇ ବନ୍ଧୁକ ଦେଖାଇବାରୁ ଏସବୁ ଘଟିଛି ବୋଲି ସୁଶାନ୍ତ କହିଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେପି ଏହି ଘଟଣାରେ ସୁଶାନ୍ତଙ୍କ ସମ୍ପୃକ୍ତିର ଅଭିଯୋଗ କରିଛନ୍ତି । ରାଜ୍ୟର ପୁଲିସ ବ୍ୟବସ୍ଥା ଉପରେ ସୁଶାନ୍ତ ସିଂ ଅଙ୍ଗୁଳି ନିର୍ଦ୍ଦେଶ କଲାପରେ ବି ପଙ୍ଗୁ ସାଜି ପୁଲିସ ନିରବ ରହିଛି ।

Related story