Advertisment

ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନକୁ ନେଇ ଏମିତି କହିଲେ ମୋଦି

ଦିଲ୍ଲୀରେ ୭୫ ଲକ୍ଷ ଟାର୍ଗେଟ ଥିବା ବେଳେ ଓଡ଼ିଶାରେ ରହିଛି ୫ ଲକ୍ଷ ସଦସ୍ୟତା ଗ୍ରହଣ ଲକ୍ଷ୍ୟ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଅକ୍ଟୋବର ୧୦ରୁ ୧୫ ତାରିଖ ଯାଏ ଚାଲିବ ବୋଲି ଦଳ କହିଛି।

author-image
Hemant Lenka
PM Modi

PM Modi

ଦେଶବ୍ୟାପୀ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେପି। ଆଜି ଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ସାମିଲ ହୋଇ ଅଭିଯାନର ଶୁଭାରମ୍ଭ କରିଛନ୍ତି।

Advertisment

ଏଥିସହ ମୋଦି ତାଙ୍କ ବିଜେପି ସଦସ୍ୟତାକୁ ପୁନଃ ନବୀକରଣ କରିଛନ୍ତି। ଓଡ଼ିଶା ସମେତ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆସନ୍ତା ୨୫ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ସଦସ୍ୟତା ଗ୍ରହଣ ଅଭିଯାନ ଚାଲିବ। ଓଡ଼ିଶାରେ ସଦସ୍ୟତା ଗ୍ରହଣ ପାଇଁ ଏକ ଫୋନ ନମ୍ବର ଜାରି କରାଯାଇଛି। ଯାହାକୁ ଡାଏଲ୍ କରି ଇଚ୍ଛୁକ ବ୍ୟକ୍ତି ସଦସ୍ୟତା ଗ୍ରହଣ କରିପାରିବେ। 88000-02024 ନମ୍ବରକୁ ଡାଏଲ୍ କରି ସଦସ୍ୟତା ଗ୍ରହଣ କରିହେବ।

ଦିଲ୍ଲୀରେ ୭୫ ଲକ୍ଷ ଟାର୍ଗେଟ ଥିବା ବେଳେ ଓଡ଼ିଶାରେ ରହିଛି ୫ ଲକ୍ଷ ସଦସ୍ୟତା ଗ୍ରହଣ ଲକ୍ଷ୍ୟ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଅକ୍ଟୋବର ୧୦ରୁ ୧୫ ତାରିଖ ଯାଏ ଚାଲିବ ବୋଲି ଦଳ କହିଛି।

Advertisment

ଆଜି ବିଜେପି ସଦସ୍ୟତାକୁ ନବୀକରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦଳର ଅଧ୍ୟକ୍ଷ ନଡ୍ଡା ଗୋଟିଏ ପ୍ରମାଣପତ୍ର ଦେଇଥିଲେ। ଏହାପରେ ମୋଦି କହିଛନ୍ତି, “ଆଉ ଗୋଟିଏ ରାଉଣ୍ଡ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ ଜନ ସଂଘ ଠାରୁ ଆରମ୍ଭ କରି ଆଜି ଯାଏ ଆମେ ସବୁବେଳେ ଦେଶରେ ଗୋଟିଏ ନୂଆ ରାଜନୀତିକ ସଂସ୍କୃତି ଆଣିବାକୁ ଚେଷ୍ଟା କରି ଚାଲିଛୁ।

ବିଜେପି ଏକମାତ୍ର ଦଳ ଯିଏ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅନୁସରଣ କରି ଏହାର କାର୍ଯ୍ୟପନ୍ଥାକୁ ବିସ୍ତାର କରିଛି। ଦଳ ସବୁ ବେଳେ ଏହାର ସମ୍ବିଧାନକୁ ଅନୁପାଳନ କରି ଆସିଛି। ସଂଗଠନ କିମ୍ବା ରାଜନୀତିକ ଦଳ ଜରିଆରେ ଲୋକମାନେ କ୍ଷମତା ଦିଅନ୍ତି। ଯଦି ସେହି ସଂଗଠନ କିମ୍ବା ଦଳ ଦଳ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅନୁସରଣ ନ କରିବ, ଏହା ମଧ୍ୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନ ରହିବ, ତା’ହେଲେ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ। ଏବେ ଅନେକ ଦଳ ସେହି ସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ଯେତେବେଳେ ରାଜନୀତିକ ଦଳଗୁଡ଼ିକରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନ ରହିବ ସେତେବେଳେ କ’ଣ ହୁଏ, ସେକଥା ସମସ୍ତେ ଏବେକାର ଅଧିକାଂଶ ରାଜନୀତିକ ଦଳକୁ ଦେଖି ଜାଣି ପାରୁଥିବେ। ସଦସ୍ୟତା ଗ୍ରହଣ ଅଭିଯାନ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ। ଏହା ଆମ ପରିବାରକୁ ବିସ୍ତାର କରିବାର ପ୍ରକ୍ରିୟା। ଆମେ କେତେ ସଂଖ୍ୟା ହାସଲ କରିବୁ, ସେଇଟା ବଡ଼ କଥା ନୁହେଁ। ଏହି ସଦସ୍ୟତା ସଂଗ୍ରହ ଅଭିଯାନ ଗୋଟିଏ ବିଚାରଧାରା ଓ ଭାବପ୍ରବଣତାର ଅଭିଯାନ।”

ସଦସ୍ୟତା ଅଭିଯାନରେ ଅମିତ ଶାହ କହିଛନ୍ତି ଯେ ବିଜେପି କେବଳ ବିଶ୍ୱର ସବୁଠାରୁ ବଡ଼ ଦଳ ନୁହେଁ, ବରଂ ବିଶ୍ୱର ଗୋଟିଏ ସ୍ୱତନ୍ତ୍ର ଦଳ। ଏହା ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦଳ। ବିଜେପି ଛଡ଼ା ଆଉ କୌଣସି ଦଳ ଏପରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ସଦସ୍ୟତା ସଂଗ୍ରହ ଗ୍ରହଣ ଅଭିଯାନ କରନ୍ତି ନାହିଁ ବୋଲି ସେ କହିଛନ୍ତି।

Bjp PM Modi