Advertisment

କୋଣାର୍କରେ ହେଲା ମାନସମନ୍ଥନ, ୨୦୨୪ ପାଇଁ ଦିଆଗଲା ଗୁରୁମନ୍ତ୍ର

କର୍ମଶାଳାରେ ଯୋଗଦେବା ପୂର୍ବରୁ ରେଳମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ।

author-image
Manoranjan Sial
Konark

BJP

୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପଞ୍ଚାୟତସ୍ତରୀୟ ନେତାଙ୍କର କ’ଣ ଭୂମିକା ରହିବ? ସେଥିପାଇଁ କୋଣାର୍କରେ ହେଲା ମନସ ମନ୍ଥନ। ଦୁଇ ଦିନିଆ କର୍ମଶାଳାରେ ଗୁରୁମନ୍ତ୍ରୀ ଦେଲେ ୪ କେନ୍ଦ୍ରମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି।

Advertisment

କୋଣାର୍କ ଯାତ୍ରୀ ନିବାସଠାରେ ହୋଇଛି ଦୁଇ ଦିନିଆ କର୍ମଶାଳା। ଏଥିରେ ବିଜେପି ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷମାନେ ଯୋଗଦେଇଥିଲେ। କର୍ମଶାଳର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଆଜି ଦ୍ୱିତୀୟ ଦିନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ସାମିଲ୍‌ ହୋଇଥିଲେ। ନିର୍ବାଚନ ସମୟରେ ପହଞ୍ଚାୟତ ସ୍ତରୀୟ ନେତାଙ୍କର କ’ଣ ଭୂମିକା ରହିବ, ସେ ନେଇ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏଥିସହ ଦଳର ଇତିହାସ, ବିଚାରାଧାରା, ସଂକଳ୍ପ ଓ ପଞ୍ଚାୟତିରାଜ ବ୍ୟବସ୍ଥାରେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାଛଡ଼ା ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ବାଟମାରଣା ସମ୍ପର୍କରେ ବିଜେପିର ପଞ୍ଚାୟତ ସ୍ତରୀୟ ନେତୃତ୍ୱକୁ ଅବଗତ କରାଯାଇଥିଲା।

କର୍ମଶାଳାରେ ଯୋଗଦେବା ପୂର୍ବରୁ ରେଳମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏଥିରେ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ। ସମାରୋହରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ କୋଣାର୍କ-ପୁରୀ ରେଳପଥ ପାଇଁ ଡିପିଆର୍‌ ପ୍ରସ୍ତୁତି ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ସେ କହିଥିଲେ।

Advertisment
BJPବିଜେପି କର୍ମଶାଳାରେ ଯୋଗଦେଇଥିବା ପଞ୍ଚାୟତସ୍ତରୀୟ ନେତା

ଖଇରା ବ୍ଲକ୍‌ ଅଧ୍ୟକ୍ଷା ଅଭିଲିପ୍ସା ସାହୁ କହିଛନ୍ତି, ୨୦୨୪ ପାଇଁ ପ୍ରସ୍ତୁତି ଭଲ ଭାବେ ହୋଇଛି। ଏଥର ବିଜେପି ନିଶ୍ଚିତ ଆସିବ। ଆଜିର ପ୍ରଶିକ୍ଷଣରୁ ମନରେ ଥିବା ବହୁ ସନ୍ଦେହ ଦୂର ହୋଇଛି। ଏହାଛନା ଅନେକ ପରାଶର୍ମ ମଧ୍ୟ ଦିଆଯାଇଛି। ଜଣେ ସରପଞ୍ଚର ଅଖଣ୍ଡ କ୍ଷମତା ରହିଛି। ପ୍ରତ୍ୟେକ ଯୋଜନା ବିଷୟରେ ଜାଣିଲେ ସେ ଲୋକଙ୍କ ପାଇଁ କିଛି କରିପାରିବେ। ତାହା ନକଲେ ଜନସାଧାରଣଙ୍କ ପାଇଁ କିଛି କରିପାରିବୁ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

ପୁରୀ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ କହିଛନ୍ତି, ଆଗାମୀ ଦିନରେ ରାଜ୍ୟରେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ହେବ ବୋଲି ଯେଉଁ ପ୍ରଚାର ହେଉଛି, ତାହା ଗୁଜବ। ତାହା ଉପରେ ବିଶ୍ୱାସ ନରିବାକୁ କୁହାଯାଇଛି। ଆଗାମୀ ଦିନରେ କୌଣସି ମେଣ୍ଟ ହେବାର ଚାନ୍ସ ନାହିଁ। ବିଜେଡି ସହିତ ବିଜେପିର ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି। ୨୦୨୪ରେ ଜିଲ୍ଲାପରିଷଦ ସଭ୍ୟା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷଙ୍କ କଣ ଭୂମିକା ରହିବ, ସେ ସମ୍ପର୍କରେ ଅବଗତ କରାଯାଇଛ ବୋଲି ଶ୍ରୀ ରାୟ କହିଛନ୍ତି।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Bjp State Bjp