Advertisment

ମହୁଆଙ୍କ ବିପକ୍ଷରେ ବେଙ୍ଗଲ ରାଣୀମାଙ୍କୁ ଟିକେଟ୍ ଦେଲା ବିଜେପି

ଅମୃତା ରୟ ହେଉଛନ୍ତି କୃଷ୍ଣନଗର 'ରାଜବରୀ' (ରାଜପ୍ରାସାଦ)ର ରଜମାତା।

Amrita Roy & Mahua Moitra

Amrita Roy & Mahua Moitra

Advertisment

ତୃଣମୂଳ କଂଗ୍ରେସର ମହୁଆ ମୈତ୍ରଙ୍କୁ ଟକ୍କର ଦେବାକୁ ବିଜେପିର ବିଶାଳ ରଣନୀତି। ମହୁଆଙ୍କ ବିପକ୍ଷରେ କୃଷ୍ଣନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ବେଙ୍ଗଲର ରାଜମାତା ଅମୃତା ରୟଙ୍କୁ ଟିକେଟ୍ ଦେଇଛି ଦଳ। ଏଥର ଲୋକସଭା ନିର୍ବାଚନରେ ମହୁଆ ଓ ରାଣୀମାଙ୍କ ମଧ୍ୟରେ ହେବ ଲଢେଇ।

Advertisment

ଗତକାଲି ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଗତ ସପ୍ତାହରେ ଦଳରେ ଯୋଗ ଦେଇଥିବା ରାଜମାତା ଅମୃତା ରୟଙ୍କ ନାମ ରହିଛି। 

ଅମୃତା ବିଜେପିରେ ଯୋଗଦେବା ପରେ ତାଙ୍କୁ ଟିକେଟ୍ ମିଳିବା ନେଇ କଳ୍ପନାଜଳ୍ପନା ହେଉଥିଲା। ହେଲେ ବିଜେପି ରାଣୀମାଙ୍କୁ କୃଷ୍ଣନଗର ଲୋକସଭା ଆସନରୁ ଟିକେଟ୍ ଦେଇ ବଡ଼ ରଣନୀତି ଆପଣାଇଛି। ଅମୃତା ରୟ ହେଉଛନ୍ତି କୃଷ୍ଣନଗର 'ରାଜବରୀ' (ରାଜପ୍ରାସାଦ)ର ରଜମାତା। ସେ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ କୃଷ୍ଣନଗର ଫୋକସରେ ରହିବ। 

Advertisment

୨୦୧୯ ଲୋକସଭା ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ ମହୁଆ। ତାଙ୍କ ବିପକ୍ଷରେ ବିଜେପି କଲ୍ୟାଣ ଚୌବେଙ୍କୁ ଟିକେଟ୍ ଦେଇଥିଲା। କିନ୍ତୁ ମହୁଆ ଏଠାରୁ ଚୌବେଙ୍କୁ ବିଶାଳ ବ୍ୟବଧାନରେ ମାତ୍ ଦେଇଥିଲେ। 

୨୦୧୯ ଲୋକସଭା ନିର୍ବାଚନରେ ମହୁଆ ମୈତ୍ରଙ୍କ ବିଜୟ ପଛରେ ଥିଲା ତିନୋଟି ବିଧାନସଭା କ୍ଷେତ୍ର। ଚୋପ୍ରା, ପାଲସିପାରା ଏବଂ କାଲିଗଞ୍ଜ ବିଧାନସଭା କ୍ଷେତ୍ରରୁ ମହୁଆଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ମିଳିଥିଲେ। ତେବେ ଏଥର କୃଷ୍ଣନଗରବାସୀ କାହାକୁ ସାଂସଦ ଭାବେ ଚୟନ କରୁଛନ୍ତି ତା' ଉପରେ ନଜର। 

Bjp TMC Mahua Moitra Lok Sabha Poll Bengal Rajmata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe