Advertisment

ବ୍ଲକ୍‌ ଅଫିସ୍‌ରେ ଲଙ୍କାକାଣ୍ଡ, ଏସ୍‌ଡିପିଓଙ୍କ ମୁଣ୍ଡ ଫାଟିଲା!

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆଜି ବିଜେପି ନେତା ଏବଂ କର୍ମୀମାନେ ଚାନ୍ଦବାଲି କାଳି ମନ୍ଦିର ପଡ଼ିଆରେ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

Block Office

Block Office

Advertisment

ବିଜେପିର ବ୍ଲକ୍‌ ଅଫିସ୍‌ ଘେରାଉ ବେଳେ ଲଙ୍କାକାଣ୍ଡ ହୋଇଛି। ଭାଙ୍ଗିଛି ଚେୟାର, ଭାଙ୍ଗିଛି ସିସିଟିଭି। ଢେଲା ପଥର ମାଡ଼ରେ ଫାଟିଛି ଏସ୍‌ଡିପିଓଙ୍କ ମୁଣ୍ଡ। ଆହତ ହୋଇଛନ୍ତି ଆଇଆଇସି। ଆଜି ଅପରାହ୍ନରେ ଏପରି ଚିତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଫିସରୁ ଆସିଛି।

Advertisment

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆଜି ବିଜେପି ନେତା ଏବଂ କର୍ମୀମାନେ ଚାନ୍ଦବାଲି କାଳି ମନ୍ଦିର ପଡ଼ିଆରେ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏଥିରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ସାମିଲ ହୋଇଥିଲେ। ବିଜେପି କର୍ମୀମାନେ ବଜାର ପରିକ୍ରମା କରି ଚାନ୍ଦବାଲି ବ୍ଲକ୍‌ କର୍ଯ୍ୟାଳୟ ଘେରାଉ କରିଥିଲେ। ଶୋଭାଯାତ୍ରାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ନେତା ସାମିଲ ହୋଇଥିଲେ। ରାଜ୍ୟରେ ଚାଲିଥିବା ଆବାସ ଯୋଜନା, ଭତ୍ତା, ପିଡ଼ିଏସ୍‌ ବଣ୍ଟନ ଦୁର୍ନୀତି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ ବିଜେପି ନେତା।

ବିଜେପି କର୍ମୀମାନେ ବ୍ଲକ୍‌ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ଅଟକାଇ ଥିଲା। ଯେଉଁଥିପାଇଁ ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। କିଛି ସମୟ ପାଇଁ ବ୍ଲକ୍‌ ଅଫିସ୍‌ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ବ୍ଲକ୍‌ କାର୍ଯ୍ୟାଳୟ ଭିତରେ ସିସିଟିଭି, ଚେୟାର, କାଚ ଡୋର ଆଦି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଢେଲା ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତେବେ ରାଜ୍ୟ ସଭାପତି ଏହି ସମ୍ପର୍କରେ କିଛି ଜାଣିନାହିଁ ବୋଲି କହିଛନ୍ତି।

Advertisment

ସେପଟେ ଚାନ୍ଦବାଲି ଏସ୍‌ଡିପିଓ କହିଛନ୍ତି, ସୁରକ୍ଷା ଦାୟିତ୍ୱରେ ଥିଲି। ଠିକ୍‌ ସେହି ସମୟରେ ଢେଲା ପଥର ମାଡ଼ ହୋଇଥିଲା। ଏଥିରେ ମୋର ମୁଣ୍ଡ ଫାଟିଥିବା ବେଳେ ଆଇଆଇସି ଆହତ ହୋଇଛନ୍ତି। ଆଉ କିଏ ଆହତ ହୋଇଛନ୍ତି, ତାହା ଜଣାପଡ଼ି ନାହିଁ। ଯେଉଁମାନେ ଢେଲା ପଥର ମାଡ଼ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି।

ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Bjp State Bjp Bhadrak Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe