Advertisment

‘BJD ବାରୁଦ ଗଦାରେ ବସିଛି, ସାମାନ୍ୟ ନିଆଁ ଲାଗିଲେ ଦଳ ଖଣ୍ଡ ଖଣ୍ଡ ହୋଇଯିବ’

‘ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଖସୁଛି। ବର୍ଷକରେ ୨୨ ପ୍ରତିଶତ ଖସିଛି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଧରି ଦଳ ଚାଲିଥିଲା, ଏବେ ତାହା ଅକାମୀ ହୋଇଛି। ସେଥିପାଇଁ ନୂଆ ମୁହଁ ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ବୁଲାଉଛନ୍ତି।’

Pruthwiraj Harichandan

Pruthwiraj Harichandan

Advertisment

ବିଜେଡିରୁ ବହିସ୍କୃତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ଯିବା ସମ୍ଭାବନା ନେଇ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ରଖିଛି ବିଜେପି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସସ୍ମିତଙ୍କ ଆରୋପ ପୂରା ମିଛ। କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ଯୋଗାଯୋଗ ହୋଇନି। ଯଦି ପ୍ରମାଣ ଅଛି ଦିଅନ୍ତୁ। ନା ତୃତୀୟ ମହଲା ଇଙ୍ଗିତରେ ସେ ଏକଥା କହୁଛନ୍ତି। ତାଙ୍କ ଦଳ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଏବେ ଅସୁବିଧାରେ ପଡ଼ିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଖସୁଛି। ବର୍ଷକରେ ୨୨ ପ୍ରତିଶତ ଖସିଛି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଧରି ଦଳ ଚାଲିଥିଲା, ଏବେ ତାହା ଅକାମୀ ହୋଇଛି। ସେଥିପାଇଁ ନୂଆ ମୁହଁ ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ବୁଲାଉଛନ୍ତି। ବିଜେଡି ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ହୋଇଛି। ସେଥିପାଇଁ ଏଭଳି ପ୍ରଳାପ କରୁଛନ୍ତି। ବିଜେଡି ବାରୁଦ ଗଦାରେ ବସିଛି। ସାମାନ୍ୟ ନିଆଁ ଲାଗିଲେ ଦଳ ଖଣ୍ଡ ଖଣ୍ଡ ହୋଇଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସୂଚନାରୁ ପ୍ରକାଶ, ସୋମବାର କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେବାକୁ ଯାଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଥିଲେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁରେ ବିଜେପିର ନଗର ମଣ୍ଡଳ ସଭାପତିଙ୍କ ଉପରେ ୨୦୨୧ ମସିହାରେ ଆକ୍ରମଣ କରିଥିଲେ। ସେଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ। ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ଓ ତାଙ୍କୁ ବାରମ୍ବାର ଭେଟିଥିବା ଯୋଗୁ ଏବେ ଜଗଦ୍ଦେବ ଫୁଲମାଳ ପକାଇ ବିଜେପିରେ ମିଶିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଶ୍ରୀ ପାତ୍ର କହିଥିଲେ।

Advertisment
BjD State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe