ବିଜେପିର ୩୬ ଜଣିଆ ଜିଲ୍ଲା ସଭାପତି ତାଲିକା, ଅଧିକାଂଶ ଜିଲ୍ଲାରେ ରିପିଟ୍‌

କାଁ ଭାଁ କିଛି ଜିଲ୍ଲାକୁ ବାଦ୍ ଦେଲେ ଅଧିକାଂଶ ଜିଲ୍ଲାରେ ସଭାପତି ରିପିଟ୍ ହୋଇଛନ୍ତି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

  • Published: Monday, 06 November 2023
  • , Updated: 06 November 2023, 07:26 PM IST

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ସମସ୍ତ ୩୬ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ମନମୋହନ ସାମଲଙ୍କ ଅନୁମୋଦନରେ ଆଜି ଏହି ଜିଲ୍ଲା ସଭାପତି ତାଲିକା ଜାରି ହୋଇଛି । କାଁ ଭାଁ କିଛି ଜିଲ୍ଲାକୁ ବାଦ୍ ଦେଲେ ଅଧିକାଂଶ ଜିଲ୍ଲାରେ ସଭାପତି ରିପିଟ୍ ହୋଇଛନ୍ତି । ଦେବଗଡ଼, ମାଲକାନଗିରି,ନୟାଗଡ,ଗଞ୍ଜାମ ଓ ରାଇରଙ୍ଗପୁର ଭଳି କିଛି ସାଂଗଠନିକ ଜିଲ୍ଲାରେ ସଭାପତି ପରିବର୍ତ୍ତନ ହୋଇଛନ୍ତି ।

ବିଜେପି ପକ୍ଷରୁ ଜାରି ତାଲିକା ଅନୁସାରେ, ଦେବଗଡ଼ ଜିଲ୍ଲା ସଭାପତି ଭାବେ ଅରୁଣ କୁମାର ସାହୁ , ମାଲକାନଗିରିରେ ନିମାଇଁ ପାଲ, ନୟାଗଡ଼ରେ ତାପସ ରଞ୍ଜନ ମାର୍ଥା,ଗଂଜାମରେ ସୁବାଷ ସାହୁ ଓ ରାଇରଙ୍ଗପୁରରେ କୃପାସିନ୍ଧୁ ମହନ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ଝାରସୁଗୁଡ଼ାରେ ନିକଟରେ ନିଯୁକ୍ତି ପାଇଥିବା ସୁନୀଲ ପଣ୍ଡାଙ୍କ ନିଜ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଅନୁଗୁଳ - ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର - ଉମାକାନ୍ତ ମହାପାତ୍ର, ବରଗଡ଼ - ଅଶି୍ୱନୀ କୁମାର ଷଡ଼ଙ୍ଗୀ, ଭଦ୍ରକ - ହେମନ୍ତ ପାଢ଼ୀ, ଭୁବନେଶ୍ୱର - ବାବୁ ସିଂ, ବଲାଙ୍ଗୀର - ଶିବାଜୀ ମହାନ୍ତି, ବୌଦ୍ଧ - ବିପ୍ର ଚରଣ ମହାନ୍ତି, କଟକ ନଗର - ଲଲାଟେନ୍ଦୁ ବଡୁ, କଟକ ସଦର - ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଢେଙ୍କାନାଳ - ନରେଶ ମହାପାତ୍ର, ଗଜପତି - ବିଧାୟକ କେ. ନାରାୟଣ ରାଓ, , ଘୁମୁସର - ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର - ସତ୍ୟବ୍ରତ ମହାପାତ୍ର, ଯାଜପୁର - ଗୌତମ ରାୟ, କଳାହାଣ୍ଡି - ଆର୍ତତ୍ରାଣ ମହାପାତ୍ର, କନ୍ଧମାଳ - ଜଗନ୍ନାଥ ସାହୁ, କେନ୍ଦ୍ରାପଡ଼ା - କିଶୋର ପଣ୍ଡା, କେନ୍ଦୁଝର - ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧା - ରଶ୍ମି ରଂଜନ ମହାପାତ୍ର, କୋରାପୁଟ - ସୁମନ୍ତ ପ୍ରଧାନ, ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁର - ଜଗଦୀଶ ବିଶୋଇ, ନୂଆପଡ଼ା - ସୁବ୍ରତ ଠାକୁର, ପୁରୀ - ଆଶ୍ରିତ ପଟ୍ଟନାୟକ, ରାୟଗଡ଼ା - ଶିବ ପଟ୍ଟନାୟକ, ସମ୍ବଲପୁର - ଗିରିଶ ପଟେଲ, ସୁବର୍ଣ୍ଣପୁର - ପ୍ରମୋଦ ମହାପାତ୍ର, ସୁନ୍ଦରଗଡ - ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼(ବଣାଇ) - ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ) - ଲତିକା ପଟ୍ଟନାୟକ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Related story