Advertisment

ଓଡ଼ିଶା ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ, ମୋଦିଙ୍କ ସମେତ ଅଛି ୪୦ ନାଁ

ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରକାଶ ପାଇଛି ଏହି ଷ୍ଟାର ପ୍ରଚାରକ ତାଲିକା।

author-image
Jitendra Garnayak
ଅଦ୍ୟତନ ହୋଇଛି
PM Modi

PM Modi

ଓଡ଼ିଶା ପାଇଁ ଆଜି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେପି। ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରକାଶ ପାଇଛି ଏହି ଷ୍ଟାର ପ୍ରଚାରକ ତାଲିକା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ ୪୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି। 

Advertisment

ଓଡ଼ିଶା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ମୋଦିଙ୍କ ସହିତ ରହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଭୂପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଧର୍ମେନ୍ଦ୍ର ପ୍ରଧାନ, ବିଜୟପାଲ ସିଂହ ତୋମାର, ସୁଶ୍ରୀ ଲତା ଉସେଣ୍ଡି, ଶାନ୍ତନୁ ଠାକୁର, ବିଶ୍ୱେଶ୍ୱର ଟୁଡୁ, ଜୟ ନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେଦାର ନାଥ କଶ୍ୟପ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ବସନ୍ତ କୁମାର ପଣ୍ଡା, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ସମୀର ମହାନ୍ତି, ମାନସ କୁମାର ମହାନ୍ତି, ଗୋଲକ ପ୍ରସାଦ ମହାପାତ୍ର, ପୁର୍ଣ୍ଣିମା କେରକେଟ୍ଟା, ସାରଦା ପ୍ରସାଦ ଶତପଥୀ, ରମେଶ ସାହୁ, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ।  

ଏହା ପୂର୍ବରୁ ବିଜେଡି ତା’ର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରି ସାରିଛି। ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣଙ୍କ ନାଁ ରହିଛି। 

Advertisment
2024 General Election Bjp Odisha Assembly Election 2024