Advertisment

ଆପ୍‌ ବିରୋଧରେ ବିଜେପି ଜାରି କଲା ‘ଚାର୍ଜଶିଟ୍‌’

କାର୍ଯ୍ୟକ୍ରମରେ ଆପ୍‌ ବିରୋଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଥିବା ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଯାଇଛି। ୧୦ ସାଲ ଦିଲ୍ଲୀ ବେହାଲ, ଦିଲ୍ଲୀ କା ଏକ୍ୟୁଆଇ ହୁଆ ୫୦୦ ପାର, ଯମୁନା ମେଁ ହେ ପଲ୍ୟୁସନ କି ବାହାର ଭଳି ଲେଖା ପ୍ରଦର୍ଶିତ କରାଯାଇଛି।

BJP

BJP

Advertisment

ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଆଜି ବିରୋଧୀ ବିଜେପି ପକ୍ଷରୁ କ୍ଷମତାସୀନ ଆପ୍‌ ବିରୋଧରେ ଅଭିଯୋଗପତ୍ର ବା ଚାର୍ଜଶିଟ ଜାରି କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର, ଦିଲ୍ଲୀ ବିଜେପି ମୁଖିଆ ବୀରେନ୍ଦ୍ର ସଚଦେବା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏପରି ଅଭିଯୋଗ ପତ୍ର ଜାରି ହୋଇଛି।

Advertisment

କାର୍ଯ୍ୟକ୍ରମରେ ଆପ୍‌ ବିରୋଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଥିବା ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଯାଇଛି। ୧୦ ସାଲ ଦିଲ୍ଲୀ ବେହାଲ, ଦିଲ୍ଲୀ କା ଏକ୍ୟୁଆଇ ହୁଆ ୫୦୦ ପାର, ଯମୁନା ମେଁ ହେ ପଲ୍ୟୁସନ କି ବାହାର ଭଳି ଲେଖା ପ୍ରଦର୍ଶିତ କରାଯାଇଛି।

ଅଭିଯୋଗପତ୍ର ଜାରି କରି ଅନୁରାଗ ଠାକୁର କହିଛନ୍ତି, “ଆପ୍‌ ସରକାର ଯମୁନା ନଦୀକୁ ଅତ୍ୟନ୍ତ ଖରାପ ଢଙ୍ଗରେ ପ୍ରଦୂଷିତ କରିଛନ୍ତି। ଯମୁନା ଅତ୍ୟନ୍ତ ବିଷାକ୍ତ ହୋଇଯାଇଛି। ୨୦୨୨ର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଥିଲେ ଯେ ସେ ଓ ଲୋକମାନେ ଆସନ୍ତା ନିର୍ବାଚନ ପୂର୍ବରୁ(୨୦୨୫) ଯମୁନାରେ ଏକାଠି ବୁଡ଼ ପକାଇବେ। ୧୦ ବର୍ଷ ବିତିଗଲାଣି, ଯମୁନା ସଫା ହୋଇଛି କି?

Advertisment

ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୫୦୦ ଏଥିପାଇଁ କେଜ୍ରିୱାଲ ସରକାରଙ୍କୁ ଧନ୍ୟବାଦ। ଲୋକମାନେ କେଜ୍ରିୱାଲଙ୍କୁ ଭୋଟ ଦେଉଥିବା ବେଳେ ସେମାନେ ପାଣି ପାଉନାହାନ୍ତି। ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନ ଜରିଆରେ ସମସ୍ତଙ୍କୁ ପାଣି ଦିଆଯିବାର ବ୍ୟବସ୍ଥା କରାଯାଇଛି। ହେଲେ କେଜ୍ରିୱାଲ ଏଠାରେ ସେସବୁ ଲାଗୁ କରିବାକୁ ଦେଉନାହାନ୍ତି।

ଆମକୁ କେଜ୍ରିୱାଲଙ୍କ ଦୁର୍ନୀତି ଓ ପ୍ରଦୂଷଣ କବଳରୁ ଦିଲ୍ଲୀକୁ ରକ୍ଷା କରିବାକୁ ପଡ଼ିବ। ୨୦୨୫ ସୁଦ୍ଧା ଯଦି ଯମୁନା ପରିଷ୍କାର ନ ହେବ, ତା’ହେଲେ କେଜ୍ରିୱାଲ ଏଥିପାଇଁ ଦାୟୀ ରହିବେ।”

ଦିଲ୍ଲୀ ବିଜେପି ଅଫିସରେ ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଏହି ଚାର୍ଜଶିଟରେ ଆପ୍‌ର ଦୁର୍ନୀତିର କାହାଣୀ ରହିଛି। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ରହୁଥିବା ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ସେ କହିଥିଲେ ଲୋକଙ୍କୁ ମାଗଣା ମେଡିକାଲ ସେବା, ପାଣି ଓ ବିଜୁଳି ମିଳିବ। କିନ୍ତୁ ଲୋକମାନେ ଏସବୁ ସେବା ପାଇଁ ଟଙ୍କା ଦେଉଛନ୍ତି।

ଦିଲ୍ଲୀ ଦୁର୍ନୀତି ମୁକ୍ତ ହେବ ବୋଲି ଆପ୍‌ କହିଥିଲା। କିନ୍ତୁ ଦଳର ୮ ମନ୍ତ୍ରୀ ଓ ୧୫ ବିଧାୟକ ଜେଲ ଯାଇଛନ୍ତି। କେଜ୍ରିୱାଲ ସବୁବେଳେ ନିଜକୁ ନମ୍ବର ୧ କହୁଛନ୍ତି। ତେବେ କେଉଁ କ୍ଷେତ୍ରରେ ଆପଣ ନମ୍ବର ୧?

ଦେଶରେ ସବୁଠାରୁ ମହଙ୍ଗା ପାଣି ଆପଣଙ୍କ ସରକାର ଦେଉଛନ୍ତି। ଦିଲ୍ଲୀ ବିଶ୍ୱର ୧ନଂ ପ୍ରଦୂଷିତ ସହର। ଦିଲ୍ଲୀରେ ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ରହିଛନ୍ତି ବୋଲି ଠାକୁର କହିଛନ୍ତି।

Anurag Thakur Bjp AAP Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe