BJP
ଓଡ଼ିଶା ପାଇଁ ବିଜେପି ପ୍ରକାଶ କରିଛି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଆଜି ଘୋଷଣା ହୋଇଛି ୮ ପ୍ରାର୍ଥୀ। ଏଥିରେ ଅଭିନେତା ଅରିନ୍ଦମ ରାୟଙ୍କୁ ସାଲେପୁରରୁ ପ୍ରାର୍ଥୀ କରିଛି। ବିଜେଡିରୁ ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି। ସେହିପରି ବିଜେଡିରୁ ଆସିଥିବା ସୀମାରାଣୀ ନାୟକଙ୍କୁ ହିନ୍ଦୋଳରୁ ପ୍ରାର୍ଥୀ କରିଛି ଦଳ।
ଆଜି ପ୍ରକାଶ ପାଇଛି ବିଜେପି ପ୍ରାର୍ଥୀ ତାଲିକା। ଏଥିରେ ତେଲକୋଇରୁ ଡକ୍ଟର ଫକୀର ମୋହନ ନାଏକ, ଚମ୍ପୁଆରୁ ମୂରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ ଓ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରାଯାଇଛି।
ବିଜେପି ଏଯାଏଁ ୧୪୦ଟି ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି। ବାକି ୭ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ସେହି ନିର୍ବାଚନମଣ୍ଡଳୀ ଗୁଡ଼ିକ ହେଲା କଟକ-ବାରବାଟୀ, ଭଣ୍ଡାରୀପୋଖରୀ, ବରୀ, ଭୋଗରାଇ, ଘଷିପୁରା, ନୀଳଗିରି ଓ ବେଗୁନିଆ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1714220811.jpg)