Advertisment

ସୁଜାତା କାର୍ତ୍ତିକେୟନ ନାଁରେ CECରେ ବିଜେପି ଫେରାଦ

ପୂର୍ବରୁ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟା ଯାଇ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା।

author-image
Biswajit Samal
undefined

Sujatha Karthikeyan

IAS ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହେଲା ବିଜେପି। ସେ ଅବାଧ ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଥିବା ଓ ରାଜ୍ୟରେ ନିର୍ବାଚନ ହିଂସାକୁ ଉସୁକାଇବା ନେଇ CECଙ୍କୁ ଗୁରୁତର ଅଭିଯୋଗ କରିଛି କେନ୍ଦ୍ରୀୟ ବିଜେପି ଟିମ୍।

Advertisment

ସୁଜାତାଙ୍କୁ ରାଜ୍ୟରୁ ଅପସାରଣ କରିବା ସହ ସସପେଣ୍ଡ ପାଇଁ ଦଳ ଦାବି କରିଛି। ଏଥିସହ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ୩ ଜଣ ସିଭିଲ୍ ସର୍ଭାଣ୍ଟ ଡିଏସ୍ କୁଟ୍ଟେ, ଆଶିଷ କୁମାର ସିଂ ଓ ସୁଜାତା କାର୍ତ୍ତିକେୟନ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ତ୍ରିମୂର୍ତ୍ତି ବୋଲି ଚିଠିରେ ଦର୍ଶାଇଛି ଦଳ। ତେବେ ଏନେଇ ସୁଜାତା କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। ସୂଚନା ଯୋଗ୍ୟ ଯେ ପୂର୍ବରୁ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟା ଯାଇ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ଇସିଆଇ।

Bjp