Advertisment

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନାହିଁ ଗଡକରୀଙ୍କ ନାଁ, କଟାକ୍ଷ କଲେ ଉଦ୍ଧବ ଠାକରେ

୨୦୧୪ରୁ ଗଡକରୀ ନାଗପୁର ଲୋକସଭା ନିର୍ବାନନ ମଣ୍ଡଳୀରୁ ଜିତି ଆସୁଛନ୍ତି। ସେ ବିଜେପିର ଜଣେ ହେଭିୱେଟ। ତଥାପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା।

Uddhav Thackeray

Uddhav Thackeray

Advertisment

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରହିଛି।

Advertisment

ହେଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ନାଁ ତାଲିକାରେ ନାହିଁ। ଗଡ଼କରୀଙ୍କ ନାଁ ନଥିବାରୁ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ।

ସେ ବିଜେପିକୁ କଟାକ୍ଷ ମଧ୍ୟ କରିଛନ୍ତି। ୨୦୧୪ରୁ ଗଡକରୀ ନାଗପୁର ଲୋକସଭା ନିର୍ବାନନ ମଣ୍ଡଳୀରୁ ଜିତି ଆସୁଛନ୍ତି। ସେ ବିଜେପିର ଜଣେ ହେଭିୱେଟ। ତଥାପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ନଥିଲା।

Advertisment

ଏ ସମ୍ପର୍କରେ ବିଜେପିକୁ କଟାକ୍ଷ କରିବା ବେଳେ ଉଦ୍ଧବ ଠାକରେ ଖୋଲାଖୋଲି ଭାବେ ଗଡକରୀଙ୍କୁ ପ୍ରଶଂସା କରିଛନ୍ତି। ଭିତ୍ତିଭୂମି ବିକାଶ ବିଶେଷ କରି ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେର ନିର୍ମାଣ କାମକୁ ଗଡକରୀ ଶେଷ କରିଥିବାରୁ ଉଦ୍ଧବ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ତାଙ୍କ ଭଳି ଜଣେ ନେତାଙ୍କୁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସ୍ଥାନ ଦେଇ ନଥିବାରୁ ଉଦ୍ଧବ ଠାକରେ ଚକିତ ହୋଇଥିବା କହିଛନ୍ତି।

ଏଥିସହ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ସେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବିରୋଧୀ ଦଳଗୁଡ଼ିକୁ ଧ୍ୱଂସ କରି ଦେବା ପାଇଁ ହେଉଥିବା ରାଜନୀତି କେବେ ହେଲେ ସଫଳ ହେବ ନାହିଁ। ଏହାକୁ କେହି ବି ସହ୍ୟ କରିବେ ନାହିଁ। ଜୁମଲାର ନାଁ ପରିବିର୍ତ୍ତନ କରି ଗ୍ୟାରେଣ୍ଟୀ ରହିବା ଦରକାର।”

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶର ଜଉନପୁରରୁ ବିଜେପି କୃପାଶଙ୍କର ସିଂହଙ୍କୁ ପ୍ରାର୍ଥୀ କରିଛନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ନେଇ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ କରିଛନ୍ତି। କୃପାଶଙ୍କର ଆର୍ଥିକ ଅନିୟମିତତା ଠାରୁ ବିଭିନ୍ନ ଦୁର୍ନୀତି ମାମଲାର ଅଭିଯୁକ୍ତ। ତଥାପି ବିଜେପି ତାଙ୍କୁ ଟିକେଟ ଦେଇଥିବାରୁ ସଞ୍ଜୟ ରାଉତ ଏହାକୁ ସମାଲୋଚନା କରିଛନ୍ତି।

Bjp Uddhav Thackeray Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe