Advertisment

ପ୍ରାର୍ଥୀ ଘୋଷଣା କଲା ବିଜେପି: ସୋରେନ ବାପା-ପୁଅ ଓ ରାଜ୍ୟପାଳଙ୍କ ବୋହୂଙ୍କୁ ମିଳିଲା ଟିକେଟ

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ବିଜେପି ଟିକେଟ ଦେଇଛି।

ଅଦ୍ୟତନ ହୋଇଛି
BJP

BJP

Advertisment

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୋଟ ୬୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ରହିଛି। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବ ଓ ସହଯୋଗୀଙ୍କ ପାଇଁ ବାକି ଆସନ ଛାଡ଼ିବାକୁ ନେଇଛି। ଏହି କ୍ରମରେ ଦଳ ଆଜି ୬୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି।

Advertisment

ତାଲିକା ଅନୁସାରେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପୂର୍ବତନ ସହଯୋଗୀଙ୍କୁ ବିଜେପି ଟିକେଟ ଦେଇଛି। ହେମନ୍ତଙ୍କ ପୂର୍ବତନ ସହଯୋଗୀ ଚମ୍ପାଇ ସୋରେନ ସଢ଼େଇକଳା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡି ଧନୱର ଆସନରୁ ଟିକେଟ ପାଇଛନ୍ତି। ବାବୁଲାଲ ମାରାଣ୍ଡି ଓ ଚମ୍ପାଇ ସୋରେନ ହେଉଛନ୍ତି ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।

ଚମ୍ପାଇ ସୋରେନଙ୍କ ପୁଅଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। ସେ ଘାଟଶିଳା ଆସନରୁ ନିର୍ବାଚନ ଲଢ଼ିବେ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ଜାମତାରାରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି।

Advertisment

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ବିଜେପି ଟିକେଟ ଦେଇଛି। ଜଗନ୍ନାଥପୁରରୁ ଗୀତା କୋଡା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଦର୍ଶନ ଭଗତ ବିଜେପି ଟିକେଟରେ ଗୁମଲାରୁ ଲଢ଼ିବେ।

ଝାରଖଣ୍ଡର ସମସ୍ତ ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ। ନଭେମ୍ବର ୧୩ରେ ପ୍ରଥମ ଓ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏଠାରେ ଭୋଟ ଗଣତି ସହ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ। 

Bjp Jharkhand Champai Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe