Advertisment

ହାର୍ଟଲ୍ୟାଣ୍ଡରେ ହ୍ୟାଟ୍ରିକ ସର୍ପାଇଜ୍‌ ପଛରେ ବିଜେପିର ୨୦୨୪ ମାଷ୍ଟରପ୍ଲାନ!

ସମସ୍ତଙ୍କୁ ଚକିତ କରି ଦଳ କମ ଚର୍ଚ୍ଚାରେ ରହୁଥିବା ୩ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଛି। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମଧ୍ୟପ୍ରଦେଶ ପାଇଁ ମୋହନ ଯାଦବ ଓ ରାଜସ୍ଥାନ ପାଇଁ ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛା ଯାଇଛି।

author-image
Hemant Lenka
BJP

BJP

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ଦମଦାର ବିଜୟ ପରେ ଦଳ ବେଶ ମାନସମନ୍ଥନ କରିଥିଲା। ରେଜଲ୍ଟ ଡିସେମ୍ବର ୩ରେ ବାହାରିଥିବା ବେଳେ ଦଳ ରବିବାର ଛତିଶଗଡ଼, ସୋମବାର ମଧ୍ୟପ୍ରଦେଶ ଓ ମଙ୍ଗଳବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି।

Advertisment

ସମସ୍ତଙ୍କୁ ଚକିତ କରି ଦଳ କମ ଚର୍ଚ୍ଚାରେ ରହୁଥିବା ୩ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିଛି। ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମଧ୍ୟପ୍ରଦେଶ ପାଇଁ ମୋହନ ଯାଦବ ଓ ରାଜସ୍ଥାନ ପାଇଁ ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛା ଯାଇଛି।

ବିଜେପି ଏମିତି ୩ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି, ଯେଉଁମାନେ ଆଦୌ ଚର୍ଚ୍ଚାରେ ନଥିଲେ। କହିବାକୁ ଗଲେ ବିଜେପି ହ୍ୟାଟ୍ରିକ ସର୍ପାଇଜ ଦେଇଛି। କିନ୍ତୁ ଏହା ପଛରେ ବିଜେପିର ୨୦୨୪ ମାଷ୍ଟରପ୍ଲାନ ରହିଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଜାତି ଓ ବର୍ଗର ଖେଳ ଖେଳିଛି।

Advertisment

ଛତିଶଗଡ଼ରେ ଆଦିବାସୀ ସଂପ୍ରଦାୟଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩୨%। ତେଣୁ ବିଜେପି ଏଠାରେ ଆଦିବାସୀ ନେତା ଭାବେ ପରିଚିତ ବିଷ୍ଣୁଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ଦଳ ଚାହିଁଥିଲେ ଓବିସି ବର୍ଗର କାହାକୁ ମୁଖ୍ୟମନ୍ତ୍ରୀ କରିପାରି ଥାଆନ୍ତା।

କିନ୍ତୁ ଆଦିବାସୀ ବହୁଳ ଆସନଗୁଡ଼ିକରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ଏଥିପାଇଁ ଦଳ ଛତିଶଡ଼ଗରେ ଆଦିବାସୀ କାର୍ଡ ଖେଳିଛି। ଛତିଶଗଡ଼ ସୀମାକୁ ମଧ୍ୟପ୍ରଦେଶ ଓ ଝାରଖଣ୍ଡ ମଧ୍ୟ ଲାଗିଛି। ଏଠାରେ ବହୁଳ ସଂଖ୍ୟାରେ ଆଦିବାସୀ ମଧ୍ୟ ରୁହନ୍ତି। ସାଧାରଣ ନିର୍ବାଚନରେ ଏହା ଦଳକୁ ଫାଇଦା ଦେବ। 

ମଧ୍ୟପ୍ରଦେଶରେ ବିଜେପି ସବୁ ବର୍ଗ ଓ ଜାତିଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଇଛି। ମୋହନ ଯାଦବ ଏଠାରେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ଡେପୁଟି ଭାବେ ଦୁଇ ଜଣ କାର୍ଯ୍ୟ କରିବେ। ସେହିପରି ବାଚସ୍ପତି ଭାବେ ନରେନ୍ଦ୍ର ସିଂହ ତୋମାର ନିଯୁକ୍ତି ପାଇଛନ୍ତି।

ଯାଦବ ସଂପ୍ରଦାୟ(ଓବିସି)ରୁ ମୋହନ ଯାଦବ ଆସିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଜଗଦୀଶ ଦେଭଦା(ଦଳିତ), ଉପ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା(ବ୍ରାହ୍ମଣ) ଓ ତୋମାର ହେଉଛି ଠାକୁର ସଂପ୍ରଦାୟର। ମଧ୍ୟପ୍ରଦେଶରେ ଏହି ୪ ସଂପ୍ରଦାୟର ଦବଦବା ରହିଛି। ତେଣୁ ବିଜେପି ସେହି ୪ ସଂପ୍ରଦାୟର ଲୋକଙ୍କୁ ଟପ ପଦବୀରେ ବସାଇଛି। 

ରାଜସ୍ଥାନରେ ବ୍ରାହ୍ମଣ ସଂପ୍ରଦାୟଙ୍କ ସଂଖ୍ୟା ୭%। ଦଳ ଏଠାରେ ବ୍ରାହ୍ମଣ ସଂପ୍ରଦାୟର ନେତା ତଥା ପ୍ରଥମଥର ବିଧାୟକ ହୋଇଥିବା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ତାଙ୍କର ମଧ୍ୟ ଦୁଇ ଜଣ ଡେପୁଟି ରହିବେ। ଦିୟା କୁମାରୀ ଓ ପ୍ରେମ ଚାନ୍ଦ ବୈରୱା। ଦିୟା କୁମାରୀ ହେଉଛନ୍ତି ରାଜପୁତ। ସେହିପରି ପ୍ରେମ ଚାନ୍ଦ ଦଳିତ ସଂପ୍ରଦାୟର।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସବୁ ଜାତି ଓ ବର୍ଗର ଲୋକଙ୍କୁ ବଡ଼ବଡ଼ ପଦବୀ ପାଇଁ ଚୟନ କରିଛି। ନିଜର ଭୋଟ ବ୍ୟାଙ୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଏହା ବିଜେପିର ଏକ ଷ୍ଟ୍ରାଟେଜୀ। ସେହିପରି ଅଧାରୁ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ବଦଳାଇବାରେ ବିଜେପି ପୂର୍ବରୁ ରେକର୍ଡ କରି ସାରିଛି। ତେଣୁ ସାଧାରଣ ନିର୍ବାଚନ କିମ୍ବା ୨ ବର୍ଷ ପରେ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇବା ପ୍ରକ୍ରିୟ ମଧ୍ୟ କରିପାରେ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

Chhattisgarh Bjp Rajasthan Election Madhya Pradesh