Advertisment

ବିଜେପିର ୪୦୦ ପାର ଫିଲ୍ମ ନିର୍ବାଚନର ପ୍ରଥମ ଦିନରେ ଫ୍ଲପ୍‌: ତେଜସ୍ୱୀ ଯାଦବ

ବିଜେପି କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଥର ୪୦୦ରୁ ଅଧିକ ଆସନ ଜିତି ବୋଲି ଦମ୍ଭୋକ୍ତି କରିଛି।

Tejashwi Yadav

Tejashwi Yadav

Advertisment

ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ଦେଶର ୧୦୨ ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୬୨% ଭୋଟିଂ ହୋଇଥିବା ବେଳେ ଦେଶବାସୀ ଆଉ ୬ଟି ପର୍ଯ୍ୟାୟରେ ମତଦାନ କରି ସେମାନଙ୍କ ପସନ୍ଦର ପ୍ରତିନିଧିଙ୍କୁ ବାଛିବେ। ତେବେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ବିଜେପିକୁ ଟାର୍ଗେଟ କରିଛନ୍ତି।

Advertisment

ବିଜେପି କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏଥର ୪୦୦ରୁ ଅଧିକ ଆସନ ଜିତି ବୋଲି ଦମ୍ଭୋକ୍ତି କରିଛି। ହେଲେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ବିଜେପିର ୪୦୦ ପାର୍‌ ନାରାକୁ ତେଜସ୍ୱୀ କଟାକ୍ଷ କରିଛନ୍ତି।

ସେ କହିଛନ୍ତି, “ବିଜେପିର ୪୦୦ ପାର୍‌ ଫିଲ୍ମ ପ୍ରଥମ ଦିନରେ ହିଁ ସୁପର ଫ୍ଲପ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ବିହାରର ୪ଟି ଆସନରେ ଭୋଟ ହୋଇଥିଲା। ମହାଗଠବନ୍ଧନ ସମସ୍ତ ୪ ଆସନରେ ବାଜିତମାତ କରିବ। ଆମେ ବ୍ଲକସ୍ତରୀୟ ମିଟିଂ କରିଛୁ ଓ ମତାମତ ଅତ୍ୟନ୍ତ ଭଲ ରହିଛି। ବିଜେପିର ୪୦୦ ପାର ଫିଲ୍ମ ସମ୍ପର୍କରେ ବିହାରବାସୀ ଭଲ ଭାବେ ଜାଣିଛନ୍ତି। ସେମାନେ ଉପଯୁକ୍ତ ଶିକ୍ଷା ଦେବେ।”

Advertisment

ଏଏନଆଇକୁ ତେଜସ୍ୱୀ ଆହୁରି କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ଭୋଟିଂରେ କୌଣସି ପ୍ରକାରର ପ୍ରତିଯୋଗିତା ନାହିଁ। ଆମେ ପୂର୍ବରୁ ଅନେକ ଥର କହି ସାରିଛୁ ଯେ ବିହାର ଏଥର ଆଶ୍ଚର୍ଯ୍ୟ କରିବା ଭଳି ରେଜଲ୍ଟ ଦେବ। ସେମାନେ ବିହାରର ଲୋକଙ୍କ ପାଇଁ କିଛି ବି କରି ନାହାନ୍ତି। ୨୦୧୪ ଓ ୨୦୨୯ରେ ମୋଦିଜୀ କରିଥିବା କୌଣସି ବି ପ୍ରତିଶ୍ରୁତି ପୂରଣ ହୋଇନି।

ବର୍ତ୍ତମାନ ଲୋକମାନେ ସେମାନଙ୍କ ବିବୃତି ଓ ମିଥ୍ୟା ପ୍ରତିଶ୍ରୁତି ଶୁଣିଶୁଣି ବିରକ୍ତ ହୋଇଗଲେଣି। ଆମେ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛୁ ଯେ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ସହ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବୁ।

ମହାଗଠବନ୍ଧନ ଓ ଇଣ୍ଡିଆ ବ୍ଲକ ମିଳିତ ଭାବେ କାମ କରୁଛି। ବିହାରରେ ବେକାରୀ ସମସ୍ୟା ସବୁଠାରୁ ବଡ଼ ପ୍ରସଙ୍ଗ। ଏହାବାଦ ମୁଦ୍ରାସ୍ଫୀତି, ଗରିବୀ, ପୁଞ୍ଜିନିବେଶ, ଦାଦନ ଓ ବନ୍ୟା ମଧ୍ୟ ବିହାରର ପ୍ରସଙ୍ଗ। ଏଥର ବିଜେପି ବେଶ ଚିନ୍ତାରେ ରହିଛି। ସେମାନେ କହୁଛନ୍ତି ଯେ ବିଜୟୀ ହେଲେ ସମ୍ବିଧାନକୁ ଉଚ୍ଛେଦ କରିଦେବେ।”

ବିହାରରେ ଶୁକ୍ରବାର ଜାମୁଇ, ନାୱାଡା, ଗୟା ଓ ଔରଙ୍ଗାବାଦ ଲୋକସଭା ଆସନ ପାଇଁ ଭୋଟ ହୋଇଛି। ୪୮.୮୮% ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ୨୦୧୯ରେ ବିହାରର ୪୦ଟି ଆସନରୁ ବିଜେପି, ଜେଡିୟୁ ଓ ଏଲଜେପି ୩୯ଟି ସ୍ଥାନରେ ବାଜି ମାରିଥିଲେ।

Tejashwi Yadav Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe