Advertisment

ନବୀନ ସରକାରକୁ ଗାଦିଚ୍ୟୁତ ପାଇଁ ବିଜେପିର ଆକ୍ସନ ପ୍ଲାନ୍‌

ବୁଥ୍, ଶକ୍ତିକେନ୍ଦ୍ର, ମଣ୍ଡଳ, ବ୍ଲକ୍ ଓ ସଂସଦୀୟ କ୍ଷେତ୍ରରେ ସଙ୍ଗଠନକୁ ମଜଭୁତ କରି ମୌଦି ସରକାରଙ୍କ ୯ ବର୍ଷର ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଲୋଚନା ହୋଇଛି।

BJP

BJP

Advertisment

ନବୀନ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ଆକ୍ସନ ପ୍ଲାନ। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍‌ ମିଳିବ, ସେଥିପାଇଁ ରୋଡ୍‌ ମ୍ୟାପ୍‌ ଉପରେ ଦଳର କୋର ଟିମ୍‌ବୈଠକରେ ହୋଇଛି ବିସ୍ତୃତ ଆଲୋଚନା। ଆଗାମୀ ୨ ମାସ ଲାଗି କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ କରାଯିବା ସହ ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ବିଜେପିର କୋର୍ କମିଟି ବୈଠକ। ଏଥିରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସମ୍ୱିତ ପାତ୍ର, ପ୍ରତାପ ଷଡଙ୍ଗୀ, ଜୁଏଲ୍‌ ଓରାମ୍‌ଙ୍କ ସମେତ ଦଳର ଟପ୍ ଲିଡରମାନେ ଉପସ୍ଥିତ ଥିଲେ। ଫୋକସରେ ୨୦୨୪ ସାଧାରଣ ନିର୍ବାଚନ ରହିଥିଲା। ନବୀନ ସରକାରକୁ ହଟାଇବା ପାଇଁ ଦୁଇ ମାସିଆ ଆକସନ ପ୍ଲାନ୍ ପ୍ରସ୍ତୁତ ହୋଇଥିଲା। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ଅଧିକରୁ ଅଧିକ ସିଟ୍ ମିଳିବ ସେହି ମିଶନରେ କାମ କରୁଛି ପାର୍ଟି। ବୁଥ୍, ଶକ୍ତିକେନ୍ଦ୍ର, ମଣ୍ଡଳ, ବ୍ଲକ୍ ଓ ସଂସଦୀୟ କ୍ଷେତ୍ରରେ ସଙ୍ଗଠନକୁ ମଜଭୁତ କରି ମୌଦି ସରକାରଙ୍କ ୯ ବର୍ଷର ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆଲୋଚନା ହୋଇଛି। ଲୋକଙ୍କ ସହ ଯୋଡିବା ହେବା ପାଇଁ ଅନେକ ସାମଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ମୋ’ ମାଟି-ମୋ’ ଦେଶ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସେବା ପକ୍ଷ କାର୍ଯ୍ୟକ୍ରମ କରିବାକୁ ହୋଇଛି ବିସ୍ତୃତ ଆଲୋଚନା।

ଚନ୍ଦ୍ରଯାନ-ଥ୍ରୀର ସଫଳତା, ମିଶନ ଆଦିତ୍ୟ-L1 ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଏବଂ G-20 ଶିଖର ସମ୍ମିଳନୀର ନେତୃତ୍ୱ ନେବା ଓ ଗ୍ୟାସ୍ ଦର କମାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୋର୍ କମିଟି ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ସେପଟେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ପଞ୍ଚାୟତରେ ଚାଲିଥିବା ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ସହ ଏହାକୁ ରାଜ୍ୟସ୍ତରକୁ ନେବାକୁ ସ୍ଥିର ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

Advertisment

ସେପଟେ ସୁସ୍ଥ ହୋଇ ଫେରିବା ପରେ ଆଜି କୋର୍ କମିଟି ବୈଠକରେ ଯୋଗ ଦେଇଥିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଜୟନାରାୟଣ। କହିଛନ୍ତି, ଲଢେଇ ଜୋରଦାର ହେବ। ନବୀନ ପଦଚ୍ୟୁତ ହେବେ। ସାଂଘାତିକ ଅଭିଯୋଗ ଆଣି ଶ୍ରୀ ମିଶ୍ର କହିଛନ୍ତି, ନବୀନ ପାଣ୍ଡିଆନଙ୍କୁ ଲିଜ ଦେଇ ସରକାର ଚଳାଉଛନ୍ତି। ଅନ୍ୟାୟ, ଅତ୍ୟାଚାରର ସୀମା ଡେଉଁଥିବାରୁ ଉଭୟ ଜେଲ୍ ଯିବେ।

ସେପଟେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଦଳ ଲୋକଙ୍କ ସହ ଯୋଡି ହୋଇ ରହିଛି। ତେଣୁ ଦଳକୁ ସଫଳତା ମିଳିବ।

BjD Bjp State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe