Advertisment

ଅଣଓଡ଼ିଆ ସଂସ୍ଥା ଖାଇଗଲେ ମେଧାବୃତ୍ତି ଟଙ୍କା, ଧରିଲେ ସିଏଜି, ଗର୍ଜିଲା ବିଜେପି

ଓଡ଼ିଶାରେ CAG ତଥ୍ୟ ଅନୁସାରେ ୨୦୧୪ ମସିହାଠାରୁ ଆଜି ପର୍ଯ୍ୟନ୍ତ DBT ସେଲ୍‌ ଗଠନ କରାଗଲା ନାହିଁ। ଅଥଚ ଭୁଲ ତଥ୍ୟ ଓ ଆଧାର ସଂଯୋଗ କରାଯାଇ ଭୂତ ଛାତ୍ର ଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ମେଧାବୃତ୍ତି ଅର୍ଥ ହରିଲୁଟ କରାଯାଉଛି।

ଅଦ୍ୟତନ ହୋଇଛି
Protest

Protest

Advertisment

ରାଜ୍ୟରେ ମେଧାବୃତ୍ତି ପାଣ୍ଠିରେ ବ୍ୟାପକ ଘୋଟଲା ହୋଇଥିବା ବେଳେ ଦକ୍ଷତା ବିକାଶ ପାଣ୍ଠିକୁ ତାମିଲ ସଂସ୍ଥା ଦ୍ୱାରା ହଡ଼ଡପ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅକ୍ଟୋବର ୨୦ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

Advertisment

CAG ତଥ୍ୟ ଆଧାରରେ ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଏବଂ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ଆସୁଥିବା ପାଣ୍ଠିକୁ ଦୁଇଟି ଅଣ ଓଡ଼ିଆ ସଂସ୍ଥା (NCVIT ଏବଂ BSS)ଦ୍ୱାରା ହଡ଼ପ କରାଯାଉଛି। ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ତରଫରୁ ସଭାପତି ହେମରଞ୍ଜନ ବାରିକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।

ବିଜେପିର ଅଭିଯୋଗ ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ, ଅନ୍ଧ, ମୂକ, ବଧିର ଯୁବକ ଏବଂ ଅଣକୁଶଳୀ ଯୁବକଙ୍କ ଦକ୍ଷତା ବିକାଶ ପାଇଁ ପୋଷ୍ଟ ମାଟ୍ରିକ ସ୍କଲାରସିପ ଏବଂ ମେଧାବୃତ୍ତି ନାମରେ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି। ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ନିପାତ କରିବା ପାଇଁ ପ୍ରଧାନମନ୍ତ୍ରୀ DBT ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ଟଙ୍କା ପଠାଇବା ବ୍ୟବସ୍ଥା କରିଛନ୍ତି।

Advertisment

ମାତ୍ର ଓଡ଼ିଶାରେ CAG ତଥ୍ୟ ଅନୁସାରେ ୨୦୧୪ ମସିହାଠାରୁ ଆଜି ପର୍ଯ୍ୟନ୍ତ DBT ସେଲ୍‌ ଗଠନ କରାଗଲା ନାହିଁ। ଅଥଚ ଭୁଲ ତଥ୍ୟ ଓ ଆଧାର ସଂଯୋଗ କରାଯାଇ ଭୁତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ମେଧାବୃତ୍ତି ଅର୍ଥ ହରିଲୁଟ କରାଯାଉଛି।

BSS ଓ NCVIT ସଂସ୍ଥା ଦ୍ୱାରା ବାଲେଶ୍ଵର ଏଵଂ ମୟୂରଭଞ୍ଜ ଜିଲ୍ଲାରେ ଚଳା ଯାଉଥିବା ୧୬ ଗୋଟି ଅନୁଷ୍ଠାନ ମଧ୍ୟରୁ ୮ଟିର ଜମାରୁ ଅସ୍ତିତ୍ୱ ନ ଥିବା କଥା ସାମ୍ନାକୁ ଆସିଛି। ଆଉ ଗୋଟିଏ ଅନୁଷ୍ଠାନରେ ବସିବା କ୍ଷମତା ୬୦ ହୋଇଥିବା ବେଳେ ଅନୁଷ୍ଠାନ ୭୨୦ ଜଣଙ୍କ ତାଲିମ ପାଇଁ ଟଙ୍କା ନେଇଛନ୍ତି। ଦୁଇଟି ଜିଲ୍ଲାର ଦୁଇଟି ସଂସ୍ଥା ଦ୍ଵାରା ୧୫ କୋଟି ୫୮ ଲକ୍ଷ ଟଙ୍କାର ସିଧାସଳଖ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି। ଏହିପରି ଭାବେ ୩୦ଟି ଜିଲ୍ଲାରେ ମୋଟ କେତେ କୋଟି ଟଙ୍କା ଦୁର୍ନୀତି ହୋଇଥିବ ତାହା ଆକଳନ କରିବା କଷ୍ଟକର ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ବାଲେଶ୍ଵର ଜିଲାର ୧୦୭୭ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଗୋଟିଏ ବ୍ୟାଙ୍କରେ ଖୋଲା ଯାଇଥିବା ଜଣାପଡ଼ିଛି। ଯେପରିକି ବ୍ୟାଙ୍କ ଅଫ୍ ବରୋଦା, ଚର୍ଚ୍ଚ କମ୍ପାଉଣ୍ଡ ଶାଖା, ବାଲେଶ୍ଵର SSITର କର୍ମଚାରୀଙ୍କ ମୋବାଇଲ ନମ୍ବର ଉକ୍ତ ଆକାଉଣ୍ଟରେ ସଂଯୋଗ ହୋଇଥିଲ। ଏହି ସମସ୍ତ ପଇସା ଅନୁଷ୍ଠାନ ଖାଇଯାଇଥିବା କଥା CAG କହିଛନ୍ତି। ଏଥିରେ ପ୍ରବଳ ପିସି କାରବାର ହୋଇଛି ଏବଂ ବଡ଼ବଡ଼ିଆ ଙ୍କ ସମ୍ପୃକ୍ତି ରହିଥିବା ବି ଅଭିଯୋଗ ହୋଇଛି।

ଏହି ୨ଟି ଜିଲ୍ଲାରେ ଗୋଟିଏ ବିଭାଗରେ ୨ଟି ସଂସ୍ଥା ଦ୍ୱାରା ହରିଲୁଟ ଅଡିଟରୁ ଧରାପଡ଼ିଥିବାରୁ ରାଜ୍ୟସାରା ପ୍ରାୟ ହଜାରେ କୋଟିରୁ ଅଧିକ ଟଙ୍କା ହରିଲୁଟ ହୋଇଥିବା ସନ୍ଦେହ କରାଯାଉଛି।

୨୦୧୭-୧୮ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ୬ ଜିଲ୍ଲାର ୨୨ଟି ଅନୁଷ୍ଠାନର ୨,୯୯୬ ଛାତ୍ର ଅଧାରୁ ପାଠପଢ଼ା ବନ୍ଦ କରିଥିଲେ ମଧ୍ୟ ପ୍ରାୟ ୭ କୋଟି ୩୬ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।

ପ୍ରାୟ ୨୭୯ଟି ଅନୁଷ୍ଠାନର ଛାତ୍ରଛାତ୍ରୀ ପାଠପଢ଼ା ସରିବା ପରେ ମଧ୍ୟ ୨ କୋଟି ୪୬ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପାଇବା ସାମ୍ନାକୁ ଆସିଛି ଏବଂ ପ୍ରାୟ ୯୭୩ ଜଣ ଛାତ୍ରଛାତ୍ରୀ ଏକଧିକ ଶିକ୍ଷାନୁଷ୍ଠାନ ଦର୍ଶାଇ ଏକାଧିକ ବାର ଆବେଦନ କରି ପ୍ରାୟ ୨.୪୩ ଲକ୍ଷ ଟଙ୍କା ପ୍ରାପ୍ତ କରିଛନ୍ତି।

ଶାସନରେ ସ୍ୱଚ୍ଛତା କଥା କହୁଥିବା ବିଜେଡି ସରକାର ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ପ୍ରାୟ ୫୮ କୋଟିର ମେଧାବୃତ୍ତି ହେରଫେର କରିଥିବା CAG ପକ୍ଷରୁ କୁହାଯାଇଛି।

ମାତ୍ର ଦୁଇଟି ବିଭାଗ ଉଚ୍ଚ ଶିକ୍ଷା ବିଭାଗ ଏବଂ SC,ST ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଅଧିନରେ ଏତିକି ଦୁର୍ନୀତି ହୋଇଥିବା ବେଳେ ଅନ୍ୟ ବିଭାଗ ଦୁର୍ନୀତି ହିସାବ କଲେ ଖାଲି କୋଟି କୋଟି ଟଙ୍କାର ଦୁର୍ନୀତି ହିଁ ଦୁର୍ନୀତି ପାଇବା । ଛାତ୍ରଛାତ୍ରୀ, ଯୁବକ ଏବଂ ଯୁବତୀଙ୍କ ଭବିଷ୍ୟତ ସହ ଖେଳୁଥିବା ବିଜେଡ଼ି ସରକାର ର ଆଭିମୁଖ୍ୟ ଅତ୍ୟନ୍ତ ଘୃଣ୍ୟ ବୋଲି କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ହେମ ରଞ୍ଜନ ବାରିକ ଅଭିଯୋଗ କରିଛନ୍ତି।

Bjp Protest Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe