Advertisment

୧୦ କୋଟି ଟଙ୍କାର ମାନହାନି ମାମଲା କଲେ ବିଜେପି ନେତା ଅମିତ ମାଲବ୍ୟ

ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ତାଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Amit Malviya

Amit Malviya

ଯୌନ ଶୋଷଣ ଅଭିଯୋଗ ଆଣିଥିବା ଆତ୍ମଘୋଷିତ ଆରଏସଏସ ସଦସ୍ୟ ସାନ୍ତନୁ ସିହ୍ନାଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ କରିଛନ୍ତି ବିଜେପି ନେତା ତଥା ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ। ମାନହାନି ମାମଲା ରୁଜୁ କରିବା ସହ ତାଙ୍କ ଉପରେ ୧୦ କୋଟି ଟଙ୍କାର ମକଦ୍ଦମା ଦାଏର କରିଛନ୍ତି।

Advertisment

ପ୍ରକାଶ ଥାଉ କି, ସାନ୍ତନୁ ସିହ୍ନା ନିଜକୁ ଆରଏସଏସ ସଦସ୍ୟ ଦର୍ଶାଇବା ସହ ବିଜେପି ଆଇଟି ସେଲ୍ ଅମିତ ମାଲବ୍ୟଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ମାଲବ୍ୟ ମହିଳାମାନଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଥିଲେ।

ଏନେଇ ସିହ୍ନା ଏକ ସୋଶାଲ ମିଡିଆ ପୋଷ୍ଟ କରି କହିଥିଲେ ଯେ, ସେ ପଶ୍ଚିମବଙ୍ଗରେ ରହୁଥିବା ବେଳେ ମାଲବ୍ୟ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା। ଏହି ପୋଷ୍ଟ ପରେ ମାଲବ୍ୟଙ୍କ ଉପରେ ବର୍ଷିଥିଲେ ବିରୋଧୀ। କଂଗ୍ରେସ ପ୍ରବକ୍ତା ସୁପ୍ରିୟା ସିନେତ ମାଲବ୍ୟଙ୍କ ସମେତ ବିଜେପିକୁ ଟାର୍ଗେଟ କରିଥିଲେ।

Advertisment

ଏହାପରେ ଜବାବ ରଖିଛନ୍ତି ଅମିତ ମାଲବ୍ୟ। ସିହ୍ନାଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ କରିବା ସହ ତାଙ୍କ ବିରୁଦ୍ଧରେ କରାଯାଇଥିବା ମିଥ୍ୟା ଓ ଅପମାନଜନକ ପୋଷ୍ଟକୁ ହଟାଇବା ପାଇଁ ଦାବି କରିଛନ୍ତି। ଏଥିସହ ତାଙ୍କ ସମ୍ମାନ ଓ ପ୍ରତିଷ୍ଠା ଉପରେ ଆଞ୍ଚ ଆସିଥିବାରୁ ୧୦ କୋଟି ଟଙ୍କାର ମକଦ୍ଦମା ଦାଏର କରିଛନ୍ତି। 

ସେପଟେ, ସାନ୍ତନୁ ସିହ୍ନା ନିଜକୁ ଆରଏସଏସ ସଦସ୍ୟ କରିଥିବା ଦାବିକୁ ଖଣ୍ଡନ କରିଛି ସଂଗଠନ। ସେ ସଂଗଠନ ସହ ଜଡ଼ିତା ନଥିବା ଆରଏସଏସ ପକ୍ଷରୁ କୁହାଯାଇଛି।

Bjp Amit Malviya Defamation Case